Categories: ଜାତୀୟ

ଆତଙ୍କବାଦୀଙ୍କ ସହ ଧରାପଡ଼ିଲେ ଡିଏସ୍‌ପି: ପାଇଥିଲେ ରାଷ୍ଟ୍ରପତି ମେଡାଲ

ଶ୍ରୀନଗର,୧୨ା୧(ପି.ଟି.): ରାଷ୍ଟ୍ରପତି ମେଡାଲ ପାଇଥିବା ଜମ୍ମୁ-କଶ୍ମୀରର ଜଣେ ପୋଲିସ ଅଫିସର ଶନିବାର ଦୁଇଜଣ ଆତଙ୍କବାଦୀଙ୍କ ସହ ଧରାପଡିଛନ୍ତି। ସମ୍ବେଦନଶୀଳ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଷ୍ଟିଂ ହୋଇଥିବା ଡିଏସ୍‌ପି ଦାବିନ୍ଦର ସିଂ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀମାନଙ୍କ ସହ ଏକ କାର୍‌ରେ ଦିଲ୍ଲୀ ଯାଉଥିବାବେଳେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥର ଓ୍ବାନପୋହ ନିକଟରେ ଧରାପଡିଥିଲେ। ତାଙ୍କ ସହ ଥିବା ଆତଙ୍କବାଦୀ ନଓ୍ବିଦ୍‌ ବାବୁ ଗତବର୍ଷ ଅକ୍ଟୋବର ଓ ନଭେମ୍ବରରେ ବାହାର ରାଜ୍ୟର ଟ୍ରକ୍‌ ଡ୍ରାଇଭରଙ୍କ ସମେତ ୧୧ ଜଣଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କଶ୍ମୀରକୁ ସେଓ ଆଣିବାକୁ ଯାଇଥିବା ଟ୍ରକ୍‌ଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ନଓ୍ବିଦ୍‌ଙ୍କ ଫୋନ୍‌ କଲ୍‌କୁ ଟ୍ରାକ୍‌ କରି ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗିରଫ ଅନ୍ୟ ଆତଙ୍କବାଦୀ ଜଣକ ହେଲେ ଅସିଫ୍‌। ସେ ପୂର୍ବରୁ ଏସ୍‌ପିଓ ଥିଲେ।

Share