ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡ: ୧୨ ମୃତ

ଆଲେପ୍ପୋ, ୧୭।୬: ସିରିଆରେ ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଲେପ୍ପୋ ପ୍ରଦେଶର ଦକ୍ଷିଣରେ ଥିବା ରାଶିଦ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପହରା ସତ୍ତ୍ୱେ ଏଭଳି କାଣ୍ଡ ଆତଙ୍କବାଦୀ ଭିଆଇଛନ୍ତି। ଆତଙ୍କବାଦୀମାନେ ଅଲ୍‌ଓ୍ବାଦିହି ଗାଁକୁ ଟାର୍ଗେଟ କରିଥିବା କୁହାଯାଉଛି। ମୋର୍ଟାର ସେଲିଂ ମାଡ ଯୋଗୁ ଗାଁ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ୨୦୧୧ ମାର୍ଚ୍ଚଠାରୁ ସିରିଆରେ ଲାଗି ରହିଥିବା ଗୃହଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡି ପଳାଇଛନ୍ତି।

Share