ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର: ମୁକୁଳା ପଡ଼ିିଛି ସମୁଦ୍ର ତଟ

ପୁରୀ ଅଫିସ, ୪ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା ଲାଗି ଏଠାକୁ ଦୈନିକ ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକ ଦେଶ ବିଦେଶରୁ ଛୁଟି ଆସନ୍ତି। ଏଥିପାଇଁ ବିଭିନ୍ନ ସମୟରେ ପୁରୀ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ନେଇ ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ସ୍ବାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣର ଯୋଜନା ରଖିଛି ଆତଙ୍କବାଦୀ ସଙ୍ଗଠନ ଲଶ୍କର- ଇ- ତୋଇବା। ଏଥିମଧ୍ୟରେ ପୁରୀ ଶ୍ରୀମନ୍ଦିର ରହିଛି ବୋଲି ସୂଚନା ପାଇଛି ଭାରତୀୟ ଗୋଇନ୍ଦା ବିଭାଗ (ଆଇଆଇବି)। ତେଣୁ ସଜାଗ ଓ ସତର୍କ ରହିବାକୁ ଓଡ଼ିଶା ପୋଲିସକୁ ପରାମର୍ଶ ଦେଇଛି। ଏହାପରେ ଓଡ଼ିଶା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ପୋଲିସ ଓ ଗୋଇନ୍ଦା ବିଭାଗ ପକ୍ଷରୁ ପୁରୀ ସହରସ୍ଥ ଶତାଧିକ ହୋଟେଲରେ ଯାଞ୍ଚ କରାଯାଇଛି। ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଓ ଠିକଣା ଆଦି ବିଭିନ୍ନ ତଥ୍ୟ ସଂଗ୍ରହ ହୋଇଛି। ସେହିପରି ବଡ଼ଦାଣ୍ଡରେ ଡଗ୍‌ ସ୍କ୍ବାଡ୍‌ ଏବଂ ବୋମା ନିଷ୍କ୍ର୍ରିୟକାରୀ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ତଥା ତଲାସି ଅଭିଯାନ ଜାରି ରହିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ପୁରୀ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମୁକୁଳା ପଡ଼ିଛି। ଜିଲାର ୪ଟି ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବ ସାଙ୍ଗକୁ ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ପୁରୀ ପୋଲିସ ଓ ପ୍ରଶାସନର ଚିନ୍ତା ବଢିଛି।
ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି, ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ୮ଜଣ ସଦସ୍ୟ ଦୁଇଟି ଟିମ୍‌ରେ ଭାରତରେ ପ୍ରବେଶ କରିଛନ୍ତି। ଅଗଷ୍ଟ ୧୫ରେ ଦେଶର ପୁରୀ ସମେତ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବା ଲାଗି ସେମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଆଧାରରେ ଭାରତ ସରକାର ସମସ୍ତ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ନୋଟିସ କରିଥିବା ଜଣାପଡ଼ିଛି। ଗତ ୩୧ତାରିଖରେ ଗୋଇନ୍ଦା ରିପୋର୍ଟ ପରେ ରାଜ୍ୟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ କହିଥିଲା ନ୍ୟାଶନାଲ ସିକ୍ୟୁରିଟି ଗାର୍ଡସ୍‌ (ଏନ୍‌ଏସ୍‌ଜି)। ଏହାସତ୍ତ୍ବେ ସରକାରଙ୍କ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ଅନ୍ୟପଟେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟଠାରୁ ଷ୍ଟଲିନ ପର୍ଯ୍ୟନ୍ତ ୮କିମି ବ୍ୟାପ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମୁକୁଳା ପଡ଼ିଛି। ପୁରୀ ଜିଲାର ପେଣ୍ଠକଟା, ଚନ୍ଦ୍ରଭାଗା, ଅରଖକୁଦା ଏବଂ ଅସ୍ତରଙ୍ଗରେ ଥିବା ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବ ସାଙ୍ଗକୁ ଅତ୍ୟାଧୁନିକ ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ଯଦି ସମୁଦ୍ରତଟ ଦେଇ ଆତଙ୍କବାଦୀ ପୁରୀରେ ପ୍ରବେଶ କରନ୍ତି ତେବେ ମୁକାବିଲା କରିବା ପୋଲିସ ପାଇଁ କଷ୍ଟକର ହୋଇପଡ଼ିବ।
ଏ ସମ୍ପର୍କରେ ପୁରୀ ଏସ୍‌ପି ଡା. ଉମାଶଙ୍କର ଦାଶଙ୍କୁ ପଚାରିବାରୁ କହିଛନ୍ତି, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ିି କରାଯାଇଛି। ରାତ୍ର ପାଟ୍ରୋଲିଂ, ପ୍ରବେଶ ପଥରେ ଯାନବାହନ ଯାଞ୍ଚ ଚାଲିଛି। ସମସ୍ତ ଥାନା ଅଧିକାରୀଙ୍କୁ ମଧ୍ୟ ଆଲର୍ଟ କରାଯାଇଛି।ଶ୍ରୀମନ୍ଦିର ଭିତର ଓ ବାହାର ଏବଂ ସହରର ଜନଗହଳି ଅଞ୍ଚଳରେ ସିସିଟିଭି ବ୍ୟବସ୍ଥା ରହିଛି। ଏହାକୁ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିଶେଷ ଗୁୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri