Categories: ଜାତୀୟ

‘ଆତଙ୍କବାଦୀଙ୍କୁ ପଠାଅନି, ପଡ଼ୋଶୀ ଭଳି ରୁହ’

ନୂଆଦିଲ୍ଲୀ,୩୦-୮(ପି.ଟି.): ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବା ବନ୍ଦ କରି ସ୍ବାଭାବିକ ପଡ଼ୋଶୀ ଭଳି ରହୁ ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀରକୁ ନେଇ ପାକିସ୍ତାନ ଦେଉଥିବା ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟକୁ ନିନ୍ଦା କରାଯାଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆତଙ୍କବାଦକୁ ପାକିସ୍ତାନ ଏହାର ରାଷ୍ଟ୍ରନୀତି ଭାବେ ବ୍ୟବହାର କରିବା ସହ ଆତଙ୍କବାଦୀଙ୍କୁ ରପ୍ତାନି କରୁଛି। ସେଠାକାର ନେତାମାନେ ଭାରତରେ ହିଂସା ଭିଆଇବା ଉଦ୍ଦେଶ୍ୟରେ ଜେହାଦର ଆହ୍ବାନ ଦେଇ ଅତ୍ୟନ୍ତ ଦାୟିତ୍ୱହୀନ ଓ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି। ଏହା ଅତି ନିନ୍ଦନୀୟ। ପାକିସ୍ତାନ ଏକ ସ୍ବାଭାବିକ ପଡ଼ୋଶୀ ଭଳି ବ୍ୟବହାର କରୁ ବୋଲି ରବୀଶ କୁମାର କହିଛନ୍ତି। ସେହିପରି ଜଳପଥରେ ଗୁଜରାଟକୁ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ କରିବା ନେଇ ମଧ୍ୟ କେନ୍ଦ୍ର ସରକାର ସୂଚନା ପାଇଥିବା ସେ ସ୍ପଷ୍ଟ କରିଛନ୍ତି।

Share