ଆଣ୍ଡାମାନରେ ୧୦ କରୋନା ପଜିଟିଭ୍‌

ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୁ ଛୁଇଁଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ୯ଜଣ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସମାବେଶରେ ଯୋଗଦେଇଥିଲେ। ମାର୍ଚ୍ଚ ୨୪ରେ ଏମାନେ ଭିନ୍ନ ଭିନ୍ନ ବିମାନ ଯୋଗେ ଆଣ୍ଡାମାନ ପହଞ୍ଚିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଣ୍ଡାମାନରେ ଏପର୍ଯ୍ୟନ୍ତ ୯୯ଜଣଙ୍କ କରୋନା ଯାଞ୍ଚ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସ୍ବାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର ତଥା କୋଭିଡ-୧୯ର ନୋଡାଲ ଅଫିସର ଅଭିଜିତ ରାୟ ସୂଚନା ଦେଇଛନ୍ତି। ତେବେ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଏବେ ଆଣ୍ଡାମାନ ପ୍ରଶାସନର ଚିନ୍ତା ବଢ଼ାଇଦେଇଛି।

Share