Posted inଖେଳ

ଆଣ୍ଟୋନି, ମେହେରଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)-
ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଦୁଇ ଯୁବ ଡିଫେଣ୍ଡର ହେଣ୍ଡ୍ରି ଆଣ୍ଟୋନି ଓ ସୌରଭ ମେହେରଙ୍କ ସହ ଚୁକ୍ତି କରିଛି ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି। ଗତ ଆଇ-ଲିଗ୍‌ ସିଜନରେ ଉଭୟ ଆଣ୍ଟୋନି ଓ ମେହେର ଇଣ୍ଡିଆନ ଆରୋଜ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। କ୍ୟାରିୟର ପ୍ରାରମ୍ଭରେ ସେମାନେ ଚେନ୍ନାଇନ୍‌ ଏଫସି ଦଳର ମଧ୍ୟ ସଦସ୍ୟ ଥିଲେ। ୨୦ ବର୍ଷୀୟ ରାଇଟ୍‌-ବ୍ୟାକ୍‌ ଆଣ୍ଟୋନି ୨୦୧୭ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପରେ ଭାରତ ପକ୍ଷରୁ ଖେଳିଥିଲେ। ସେହିପରି ସେଣ୍ଟର ବ୍ୟାକ୍‌ ମେହେରା ମଧ୍ୟ ଭାରତ ବିପକ୍ଷରୁ ଏଜ୍‌-ଗ୍ରୁପ ପ୍ରତିଯୋଗିତା ଗୁଡ଼ିକରେ ଖେଳିଥିଲେ। ଉଭୟ ଖେଳାଳିଙ୍କୁ ଓଡ଼ିଶା ଏଫସିକୁ ସ୍ବାଗତ କରିଛନ୍ତି ଓଏଫସି କ୍ଲବ ସଭାପତି ରୋହନ ଶର୍ମା। ଆଣ୍ଟୋନି କହିଛନ୍ତି ଯେ, ମୋତେ ନେବାପାଇଁ ଆଉ କେତେକ କ୍ଲବ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଓଡ଼ିଶା ଏଫସି ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ମୁଁ ଏହାସହ ଚୁକ୍ତିବଦ୍ଧ ହେବାକୁ ନିଷ୍ପତ୍ତି ନେଲି। ମୁଁ ଶିଘ୍ର କ୍ଲବର ଅନ୍ୟ ସଦସ୍ୟଙ୍କୁ ଭେଟିବାକୁ ବ୍ୟଗ୍ର ଏବଂ ଆଗାମୀ ଆଇଏସଏଲ ସିଜନରେ ପ୍ରଦର୍ଶନର ଛାପ ଛାଡ଼ିବାକୁ ପ୍ରତିଶ୍ରୁତିବଦ୍ଧ“। ସେହିପରି ”ଓଡ଼ିଶା ଏଫସିରୁ ଆଗାମୀ ସିଜନରେ ଆଇଏସଏଲ ଖେଳିବାକୁ ଯାଉଥିବାରୁ ମୁଁ ବହୁତ ଖୁସି। ଓଡ଼ିଶା ଏଫସିକୁ ଭୁବନେଶ୍ୱରରେ ବହୁତ ସମର୍ଥନ ମିଳିଥାଏ। ସେଠାରେ ଖେଳିବାକୁ ମୁଁ ଆଗ୍ରହର ସହ ଅପେକ୍ଷା କରିଛି“ ବୋଲି ମେହେର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri