Categories: Video

ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର

ଆଜି ଆଡପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯାଉଛି । ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ସମସ୍ତ ନୀତି ହେବ । ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ପହଣ୍ଡି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ ।