ଆଜି ସରିବ ଯାତ୍ରା, ନିଜସ୍ବ ମନ୍ଦିରକୁ ବାହୁଡ଼ିବେ ମା’

ବ୍ରହ୍ମପୁର ଅଫିସ,୨୯ା୪-ମାସାଧିକ ସମୟ ଧରି ଅନୁଷ୍ଠିତ ହୋଇଥିବା ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାର ଶେଷ ହେବ।   ରବିବାର ଥିଲା ମା’ଙ୍କ ଯାତ୍ରାର ୩୦ତମ ଦିବସ ତଥା ଅସ୍ଥାୟୀ ପୀଠରେ ଶେଷ ରଜନୀ। ଏହି ଅବସରରେ ରବିବାର ମା’ଙ୍କ ଘଟ ପରିକ୍ରମା ବନ୍ଦ ରହିଥିଲା। ଭୋରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସ୍ଥାୟୀ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ବେଶଧାରୀଙ୍କ ସମାଗମ ହୋଇଥିଲା। ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ ଓ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ସାହି ଓ ଅନୁଷ୍ଠାନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ମାଗଣା ରନ୍ଧାଖାଦ୍ୟ, ଥଣ୍ଡାପାନୀୟ ଆଦି ବଣ୍ଟନର ବ୍ୟବସ୍ଥା ହୋଇଥିଲା।   ରାତିସାରା ଯାତ୍ରାସ୍ଥଳ ସମେତ ଯାତ୍ରା ଅନୁଷ୍ଠିତ ହେଉଥିବା ୧୧୬ ସାହି ଚଳଚଞ୍ଚଳ ହୋଇ ଉଠିଥିଲା ା

ମାର୍କେଟ, ଚକାଡୋଳା ବଜାର, ଦେଶୀ ବେହେରା ସାହି ବଣିକ ସଂଘ, ନଡିଆ ବଜାର, କାଳୁପାତ୍ର ସାହିର ଜ୍ୱଳାମୁଖୀ ଯୁବକ ସଂଘ ସମେତ ସାହିବାସିନ୍ଦା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ, ଆଇସକ୍ରିମ, ଥଣ୍ଡା, ପାନୀୟ ବଣ୍ଟନ କରାଯାଇଥିଲାv କନ୍ୟକା ପରମେଶ୍ୱରୀ ମନ୍ଦିରରେ ବ୍ରହ୍ମପୁର କ୍ୟାଟରିଂ ଆସୋସିଏଶନ ପକ୍ଷରୁ ମଧ୍ୟାହ୍ନ ଓ ରାତିରେ ମାଗଣା ରନ୍ଧାଖାଦ୍ୟ   ପର୍ଯ୍ୟଟକଙ୍କ ପାଇଁ ଆୟୋଜିତ ହୋଇଥିଲା। ସେହିପରି କେଦାରେଶ୍ୱର ମନ୍ଦିର ସୁଖୀ ୱେଲଫର ଆସୋସିଏଶନ ପକ୍ଷରୁ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା।

ଅନ୍ୟପଟରେ ଯାତ୍ରାର ଶେଷ ରଜନୀକୁ ଅଧିକ ଆକର୍ଷଣୀୟ କରିଥିଲା ବିଜିପୁର ବୌଦ୍ଧ ପ୍ରଚାର ସଂଘର ପାରମ୍ପରିକ ଗଣ ବୌଦ୍ଧ ବେଶ। ସନ୍ଧ୍ୟାରେ ଗେରୁଆ ବସ୍ତ୍ର ପରିଧାନ କରି ପ୍ରାୟ ୫୦ ବୌଦ୍ଧ ବେଶଧାରୀ ବୁଦ୍ଧଂ ଶରଣଂ ଗଚ୍ଛାମି ମନ୍ତ୍ର ଗାଇ ବିଜିପୁର ଅଞ୍ଚଳରୁ ଶୋଭାଯାତ୍ରାରେ ବାହାରିଥିଲେ। ଗୌତମ ବୁଦ୍ଧଙ୍କ ଫଟୋ ଚିତ୍ର ଧରି ବୌଦ୍ଧ ଧର୍ମର ଗାଥା ଗାଇ ମା’ଙ୍କ ଅସ୍ଥାୟୀ ପୀଠକୁ ଯାଇଥିଲେ। ଫଳରେ ସହରରେ ଅଧ୍ୟାମତ୍ିକ ପରିବେଶ ସୃଷ୍ଟି ହୋଇଥିଲାା ସୂଚନାଯୋଗ୍ୟ, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ବିଜିପୁରରୁ ଲଣ୍ଡା ଓ ବୌଦ୍ଧ ବେଶ ପାରମ୍ପରିକ ଭାବେ ବାହାରିଥାଏ। ଚଳିତ ଯାତ୍ରାରେ ଗତ ୨୫ ତାରିଖରେ ବିଜିପୁରର ଲଣ୍ଡା ବେଶ ବାହାରିଥିଲା।

ଏହାର ଦିନକ ପରେ ପାରମ୍ପରିକ ଭାବେ ଗଣ ବୁଦ୍ଧ ବେଶ ରବିବାର ବାହାରିଥିଲା। ଅନ୍ୟପଟରେ ଶେଷ ରଜନୀରେ ମଧ୍ୟ ଶତାଧିକ ବାଘ ବେଶ ସମେତ ରାକ୍ଷସ, ଭୂତ, ଶବରୀ ସମେତ ବିଭିନ୍ନ ଆଧୁନିକ ବେଶ ଯାତ୍ରାସ୍ଥଳରେ ଶ୍ର୍‌ଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଥିଲା। ଅନ୍ୟପଟରେ ଯାତ୍ରା ଦାଣ୍ଡକୁ ଆସିଥିବା ୨୫ ରଥ ଓ ୪୭ କଳାକୁଞ୍ଜ ନିକଟରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କମିଟି ଓ ସାହି ବାସିନ୍ଦାଙ୍କ ପକ୍ଷରୁ ବିଭିନ୍ନ ଆଧ୍ୟାମତ୍ିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାତିସାରା ସାହିଗୁଡିକରେ ଥିବା ରଥ ଓ କଳାକୁଞ୍ଜ ନିକଟରେ ଭିଡ ଜମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଥିଲା ଭଞ୍ଜନଗରର ଭୂମିକା

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଉପରେ ଏକ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri