ଆଜି ମକର: ନିଆରା ଗଣପର୍ବ

ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଏହି ଗଣପର୍ବ। ମକର ଦିନ କୁଡୁମୀ ସମ୍ପ୍ରଦାୟରେ ଲୋକେ କରିଥାନ୍ତି ଏକ ସ୍ବତନ୍ତ୍ର ପୂଜା। ଏହାକୁ କୁହାଯାଏ ଟୁସୁ ପୂଜା ବା ଟୁସୁ ପର୍ବ।
ଟୁସୁଦେବୀ କୁଡୁମୀ ସମ୍ପ୍ରଦାୟର ଇଷ୍ଟ ଦେବୀ। ଟୁସୁ ପୂଜା ସମ୍ପର୍କିତ କୌଣସି ଇତିହାସ ନ ଥିଲେ ରହିଛି ଏକ ପ୍ରବାଦ। ଜନଶ୍ରୁତି ଅନୁସାରେ କୁଡୁମୀ ସମ୍ପ୍ରଦାୟର ଜନୈକ ଜମିଦାରଙ୍କ ଏକମାତ୍ର ଅଲିଅଳି ଝିଅ ଥିଲେ ଟୁସୁ। ଦେଖିବାକୁ ଅପରୂପା ସୁନ୍ଦରୀ। ସେତେବେଳେ ଜିଲାରେ ଚାଲିଥିଲା ମୋଗଲ ଶାସନ । ଟୁସୁଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଜଣେ ମୋଗଲ ବାଦସାହା ତାଙ୍କୁ ବେଗମ କରିବାକୁ ଚାହିଁଥିଲେ। ହେଲେ ଟୁସୁଙ୍କ ବାପା ଏହାକୁ ଗ୍ରହଣ ନ କରି ତାଙ୍କ ବିବାହ ପାଇଁ ଏକ ବରପାତ୍ର ଯୋଗାଡ କରିଥିଲେ। ଏକଥା ଜାଣିବାପରେ ମୋଗଲ ବାଦସାହା ରାଗି ଯାଇ ଟୁସୁଙ୍କ ଭାବୀ ବରକୁ ହତ୍ୟା କରିବା ସହିତ ଟୁସୁଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ। ହେଲେ ନିଜର ଭାବୀ ସ୍ବାମୀଙ୍କ ହତ୍ୟା ଓ ପରିବାର ସଦସ୍ୟଙ୍କ ଉପରେ ହୋଇଥିବା ନିର୍ଯାତନା ପରେ ବାଦସାହାଙ୍କ କାମୁକ ନଜରରୁ ବଞ୍ଚିବାକୁ ଯାଇ ମକର ସଂକ୍ରାନ୍ତି ଦିନ ହିଁ ଟୁସୁ ସ୍ଥାନୀୟ ଏକ ନଦୀକୁ ଡେଇଁ ଆତ୍ମହତ୍ୟା କରି ନିଜ ସତୀତ୍ୱକୁ ରକ୍ଷା କରିଥିଲେ। ସେହିଦିନ ଠାରୁ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଟୁସୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମକର ସଂକ୍ରାନ୍ତି ଦିନ ଟୁସୁ ପର୍ବ ପାଳନ କରାଯାଇଥାଏ। ଏହି ପର୍ବକୁ କୁଡୁମୀ ସମ୍ପ୍ରଦାୟର ଲୋକେ ନିଜ ସମ୍ପ୍ରଦାୟର ଜାତୀୟ ପର୍ବ ଭାବେ ଚିତ୍ରଣ କରିଥାନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମକର ସଂକ୍ରାନ୍ତି ପୂର୍ବ ଦିନକୁ ମକର ବାଉଣ୍ଡି କୁହାଯାଏ। ଏହି ଦିନ ମକର ପର୍ବ ପାଇଁ ବିଭିନ୍ନ ପ୍ରକାର ସରଞ୍ଜାମ ପ୍ରସ୍ତୁତି କରାଯାଇଥାଏ। ବିଧି ଅନୁସାରେ ଅବିବାହିତ ଝିଅମାନେ ନିଜକୁ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଦଳରେ ୪ ଜଣ ଅବିବାହିତ ଝିଅ ଟୁସୁ ଦେବୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୌରାଣିକ ଗାଥା ଉପରେ ଆଧାରିତ ବିଭିନ୍ନ ପ୍ରକାରର ଗୀତ ଗାଇ ଥାଆନ୍ତି। ଏହା ପରେ ଟୁସୁଦେବୀଙ୍କୁ ଘରକୁ ନେଇ ସ୍ବତନ୍ତ୍ର ସ୍ଥାନରେ ରଖିଥାଆନ୍ତି। ରାତିରେ ମକର ଚାଉଳ ତଥା ପିଠାପଣା ଆଦି ଟୁସୁ ଦେବୀଙ୍କୁ ସମର୍ପଣ କରି ଆରାଧନା କରି ଥାଆନ୍ତି। ସାରାରାତି ଅନିଦ୍ରା ହୋଇ ପାରମ୍ପରିକ ଗୀତ ଓ ନୃତ୍ୟରେ ମସ୍‌ଗୁଲ ଥାଆନ୍ତି। ରାତ୍ରର ଚତୁର୍ଥ ପ୍ରହରରେ ମକର ପର୍ବକୁ ସ୍ବାଗତ କରିଥାଆନ୍ତି। ସେହିପରି ମକର ସଂକ୍ରାନ୍ତିକୁ ଚାଉଣ୍ଡି କୁହାଯାଏ। ଏହି ଦିନ ପାରମ୍ପରିକ ପୂଜା ଓ ଗୀତ ଗାଇ ଟୁସୁ ଦେବୀଙ୍କୁ ନଦୀ କିମ୍ବା ପୋଖରୀରେ ବିସଜର୍ର୍ନ କରିଥାନ୍ତି। ସେହିଭଳି ମକର ସଂକ୍ରାନ୍ତିର ପର ଦିନକୁ ମକର ଧାଉଣ୍ଡି କୁହାଯାଏ। ଏହି ଦିନ ଠାରୁ କିଛି ଦିନ ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟର ଲୋକେ ମଉଜ ମଜଲିସ କରିଥାଆନ୍ତି। ଏସମୟରେ ଜିଲାର ବିଭିନ୍ନ ସ୍ଥାନରେ ମକର ମେଳା, କ୍ରୀଡ଼ା ପ୍ରତିଯୋଗିତା, କୁକୁଡ଼ା ଲଢ଼େଇ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
-ରବିନାରାୟଣ ଚଲାନ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri