Posted inଜାତୀୟ

ଆଜି ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଘଟିବ ଅନ୍ତ। ମାସାଧିକ କାଳ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ(ଇଭିଏମ୍‌)ରେ ବନ୍ଦ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଫିଟିବ। ୨୦୧୯ ନିର୍ବାଚନ ମହାସମର ଫଳାଫଳ ପ୍ରକାଶ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୮ଟାରୁ ରାଜ୍ୟର ୬୩ଟି ଗଣତି କେନ୍ଦ୍ରରେ ଭୋଟ ଗଣନା କରାଯିବ । ୨୧ଟି ଲୋକ ସଭା ଓ ୧୪୬ଟି ବିଧାନସଭା ଆସନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ମୋଟ ୧୩୦୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ଚଳିତ ନିର୍ବାଚନରେ ୨୧ଟି ଲୋକ ସଭା ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୭୪ ଏବଂ ୧୪୬ଟି ବିଧାନସଭା ସିଟ୍‌ରେ ୧ ହଜାର ୧୨୭ ଜଣ ପ୍ରାର୍ଥୀ ନଜ ଭାଗ୍ୟ ଫଳକୁ ଚାହିଁ ରହିଛନ୍ତି । କାହା ମୁଣ୍ଡରେ ମତଦାତା ସୁନାକଳସ ଢାଳିଛନ୍ତି ସେ ସବୁର ଚିତ୍ର ସ୍ପଷ୍ଟ ହୋଇଯିବ। ୬୩ଟି ଗଣନା କେନ୍ଦ୍ର(କାଉଣ୍ଟିଂ ସେଣ୍ଟର)ରେ ମୋଟ ୧୫୨ଟି କାଉଣ୍ଟିଂ ହଲ କରାଯାଇଛି। ପ୍ରତ୍ୟେକ ହଲରେ ବିଧାନସଭା ପାଇଁ ୭ଟି ଓ ଲୋକ ସଭା ପାଇଁ ୭ଟି ଟେବୁଲ ରହିଛି । ପ୍ରତ୍ୟେକ ହଲରେ ସର୍ବନିମ୍ନ ୧୫ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ସମୁଦାୟ ୨୪୬୨ ଟେବୁଲରେ ଭୋଟ ଗଣତି ହେବ। ଭୋଟ ଗଣତି ପାଇଁ ପ୍ରାୟ ୬୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରଥମେ ଇଲେକ୍ଟ୍ରୋନିକାଲି ଟ୍ରାନ୍ସମିଟେଡ ପୋଷ୍ଟାଲ ବାଲାଟ ସିଷ୍ଟମ (ଇଟିପିବିଏସ) ଏବଂ ପୋଷ୍ଟାଲ ବାଲାଟକୁ ଗଣାଯିବ। ଏହା ପରେ ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ବ୍ୟବହୃତ ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରାଏଲ(ଭିଭିପିଏଟି)ସ୍ଲିପ ଗଣନା କରାଯିବ। ଗଣନା କାର୍ଯ୍ୟକୁ ଅଧିକ ସ୍ବଚ୍ଛ ଓ ନିରାପଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀର ୫ଟି ବୁଥର ଭିଭିପିଏଟିକୁ ଇଭିଏମ୍‌ ମେଶିନ ସହିତ ଗଣତି କରାଯାଇ ଟାଲି କରାଯିବ। ଯଦି ଭିଭିପିଏଟି ସହିତ ଇଭିଏମର ଟାଲି ନ ହେବ ସେଠାରେ ଭିଭିପିଏଟିର ସ୍ଲିପକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ। ଭିଭିପିଏଟି ଗଣନା ପାଇଁ ବ୍ୟାଙ୍କଗୁଡିକରେ ଥିବା ଟ୍ରେଲର କାଉଣ୍ଟର ଭଳି କାଉଣ୍ଟର କରାଯାଇଛି। ଚଳିତ ଥର ଏକାସାଙ୍ଗରେ ବିଧାନସଭା ଓ ଲୋକ ସଭା ପାଇଁ ଗଣନା କରାଯିବ ନାହିଁ। ଗୋଟିଏ ପରେ ଗୋଟିଏ ଇଭିଏମ ଗଣନା ହେବ। ଏଥିଯୋଗୁ ଭୋଟ ଗଣତି କାର୍ଯ୍ୟ ଲମ୍ବା ସମୟ ଧରି ଚାଲିବ। ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ ୧୯ଟି ରାଉଣ୍ଡ ଓ ବଲାଙ୍ଗୀର ଜିଲାର ପାଟଣାଗଡରେ ସର୍ବାଧିକ ୪୯ ରାଉଣ୍ଡ ଗଣନା ହେବ ବୋଲି ଆକଳନ କରାଯାଇଛି। ତେବେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ହାରାହାରି ୩୦ ରାଉଣ୍ଡ ଭୋଟ ଗଣତି ହେବ। ପୋଷ୍ଟାଲ ବାଲାଟ ଗଣା ହେବାର ଅଧଘଣ୍ଟା ପରେ ଇଭିଏମ ଗଣନା ଆରମ୍ଭ ହେବ। ପ୍ରତ୍ୟେକ ରାଉଣ୍ଡରେ ୧୪ଟି ଇଭିଏମ ଗଣାଯିବ। ଏହା ପରେ ପ୍ରଥମ ରାଉଣ୍ଡ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ପ୍ରଥମେ ବିଧାନସଭାର ୭ଟି ଟେବୁଲରେ ଗଣନା ହେବ। ଏହା ପରେ ଲୋକ ସଭା ପାଇଁ ଗଣତି ଆରମ୍ଭ ହେବ। ରିଟର୍ନିଂ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଣନା କରାଯିବ ଓ ପ୍ରତ୍ୟେକ ରାଉଣ୍ଡ ଫଳାଫଳ ଘୋଷଣା କରାଯିବ। ଭୋଟ ଗଣତିରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ସକାଶେ ପ୍ରତ୍ୟେକ ଗଣନା କେନ୍ଦ୍ରରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜରଭର(କେନ୍ଦ୍ର ସରକାରଙ୍କ କର୍ମଚାରୀ/କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀ)ଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ସମସ୍ତ କାର୍ଯ୍ୟକୁ ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ସେ କହିଛନ୍ତି ଯେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୯୯ ପ୍ରତିଶତ ଗଣନା କେନ୍ଦ୍ରକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଅତିକମରେ ଗଣନା କେନ୍ଦ୍ରରେ ୧୪ରୁ ୧୫ ଘଣ୍ଟା ବସିବାକୁ ପଡିବ। ଅଧିକ ପୋଷ୍ଟାଲ ବାଲାଟ ଏବଂ ଭିଭିପିଏଟି ଗଣନା କରାଯାଉଥିବାରୁ ଚଳିତ ଥର ଭୋଟ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହେବ । ସମସ୍ତ କାଉଣ୍ଟିଂ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରତ୍ୟେକ ଭୋଟ ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟ ପୋଲିସ ଓ କେନ୍ଦ୍ର ସୁରକ୍ଷା ବଳଙ୍କୁ ଗଣନା କେନ୍ଦ୍ର ନିକଟରେ ମୁତୟନ କରାଯାଇଛି। ଭୋଟ ଗଣନା କେନ୍ଦ୍ରକୁ ମୋବାଇଲ ଫୋନ୍‌ କିମ୍ବା କୌଣସି ପ୍ରକାର ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପ୍ରତ୍ୟେକ ହଲରେ ସିସିଟିଭି କ୍ୟାମେରା, ଭିଡିଓଗ୍ରାଫି କରାଯିବା ବ୍ୟବସ୍ଥା ହୋଇଛି। ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା କରାଯାଇଛି। ଯେପରି କୌଣସି ବିଦ୍ୟୁତ ଜନିତ ଅସୁବିଧା ନ ହେବ ସେଥିପାଇଁ ପାଓ୍ବାର ବ୍ୟାକଅପ ବ୍ୟବସ୍ଥା ହୋଇଛି। ଅଗ୍ନିନିରାପତ୍ତା ବ୍ୟବସ୍ଥା ମଧ୍ୟ ହୋଇଛି। ଭୋଟ ଗଣନାର ଟ୍ରେଣ୍ଡ ଜାଣିବା ଓ ଖବର ସଂଗ୍ରହ ନିମନ୍ତେ ସିଇଓଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ହଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri