ଆଜି ବିଶ୍ୱ ଐତିହ୍ୟ ଦିବସ: ଐତିହ୍ୟର ସଂରକ୍ଷଣ ସୃଷ୍ଟିକରିଛି ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଐତିହ୍ୟର ଗନ୍ତାଘର ଓଡ଼ିଶା। କୋଣାର୍କର ସୂର୍ଯ୍ୟମନ୍ଦିର ହେଉ କି ରାଜ୍ୟରେ ରହିଥିବା ବହୁ ପୁରାତନ ରାଜପ୍ରାସାଦ, ସବୁଠି ଦେଖିବାକୁ ମିଳିଥାଏ ଉତ୍କଳୀୟ ଐତିହ୍ୟ ଓ ନିର୍ମାଣଶୈଳୀର ପ୍ରତିଛବି। ଐତିହ୍ୟ ଓ ସଂସ୍କୃତି ପାଇଁ ଓଡ଼ିଶା ସମଗ୍ର ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ପୁରାତନ କୀର୍ତ୍ତିରାଜି, ପ୍ରାଚୀନ ଗୁମ୍ଫା ଓ ଐତିହାସିକ ମନ୍ଦିରକୁ ନେଇ ମନ୍ଦିରମାଳିନୀ ସହରର ପରିଚୟ ପାଇଛି ଭୁବନେଶ୍ୱର। ଶିଶୁପାଳଗଡ଼ ସହ ଯୋଡି ହୋଇରହିଛି ବର୍ଷ ବର୍ଷ ତଳର ସଭ୍ୟତା। ମାତ୍ର କାଳକ୍ରମେ ଏଗୁଡିକ ନଷ୍ଟ ହେବାକୁ ଲାଗିଛି। କେଉଁଠି ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଯାଉଛି ତ ଆଉ କେଉଁଠି ପଥର ଖସୁଛି। ଖଣ୍ଡଗିରି, ଉଦୟଗିରିରୁ ଶିଳାଲିପି ଲିଭିଯାଉଥିବାବେଳେ କୋଣାର୍କ ଏବେ ବି ଲୌହଭାର ମଧ୍ୟରେ ନିଜର ସ୍ଥିତି ଖୋଜୁଛି। ସୁରକ୍ଷା ଓ ସଂରକ୍ଷଣ ଅଭାବରୁ ଏକାମ୍ର କ୍ଷେତ୍ର ଏବଂ ଜାତୀୟ ଉଦ୍ୟାନ ଭିତରକନିକା ୟୁନେସ୍କୋର ବିଶ୍ୱ ଐତିହ୍ୟ ମାନ୍ୟତା ପାଇବାକୁ ବଞ୍ଚତ୍ତ ହୋଇଛି। ଫ୍ରାନ୍ସର ୮୫୦ବର୍ଷ ତଳର ଐତିହାସିକ ନୋଟ୍ରୋ ଡେମ୍‌ ଚର୍ଚ୍ଚରେ ଅଗ୍ନିକାଣ୍ଡ ଘଟିବାର ମାତ୍ର କିଛି ସମୟ ପରେ ସେଠାକାର ସରକାର ୫ବର୍ଷ ମଧ୍ୟରେ ଏହାର ପୁନଃ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଅସୁରକ୍ଷିତ ଅବସ୍ଥାରେ ଥିବା କୋଣାର୍କ ମନ୍ଦିରର ମରାମତି ସରୁନି କି ବର୍ଷ ବର୍ଷ ଧରି ଲାଗି ରହିଥିବା ଲୌହ ଭାରା ହଟାଯାଉନି। ପ୍ରତିବର୍ଷ ବର୍ଷା ଋତୁରେ ଏହା ପରିସରରେ ପାଣି ଜମି କୋଣାର୍କ ମନ୍ଦିର ଓ କାରୁକାର୍ଯ୍ୟ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଏହି ସମସ୍ୟା ବି ଦୂର ହୋଇପାରୁନି। ଏପରି କି ଚାରିପାର୍ଶ୍ୱରେ ହେଉଥିବା ଜବରଦଖଲ ପାଇଁ ଏହାର ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନରେ ଥିବା ଏହି ବିଶ୍ୱ ଐତିହ୍ୟ ଧୀରେ ଧୀରେ ନିଜର କାରୁକାର୍ଯ୍ୟ ହରାଉଛି। କୋଣାର୍କ ମନ୍ଦିର ଭଳି ରାଜ୍ୟର ସବୁ ଐତିହ୍ୟ ଏଭଳି ଅବହେଳିତ ସ୍ଥିତିରେ ପହଞ୍ଚତ୍ଛି। ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୫ ହଜାରରୁ ଅଧିକ କୀର୍ତ୍ତିରାଜି ରହିଥିଲା। ତାହା ଆଜି ଖସିଆସି ୨୨୦୦ରେ ପହଞ୍ଚତ୍ଛି। ଐତିହ୍ୟର ରକ୍ଷଣାବେକ୍ଷଣ ଲାଗି ପ୍ରତିବର୍ଷ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ବଜେଟ କରାଯାଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ହେଉଛି। ତେଣୁ ଅର୍ଥାଭାବ ସହ ଅଣଦେଖା ଐତିହ୍ୟ ସଂରକ୍ଷଣରେ ବାଧକ ସାଜିଛି। ରାଜ୍ୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା ଅଧୀନରେ ୨୧୮ଟି ଐତିହ୍ୟ ଓ କୀର୍ତ୍ତିରାଜି ରହିଥିବାବେଳେ ସ୍ବଳ୍ପ ବଜେଟରେ ଏତେସଂଖ୍ୟକ ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବା ଅସମ୍ଭବ ହୋଇପଡିଛି। ସେହିଭଳି ଭାରତୀୟ ପ୍ରନତ୍ତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରାଜ୍ୟର ୭୮ଟି କୀର୍ତ୍ତିରାଜି ରହିଥିବାବେଳେ କେବଳ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରର ହାତଗଣତି କୀର୍ତ୍ତିରାଜିକୁ ଛାଡିଦେଲେ ଏଏସ୍‌ଆଇ ଅନ୍ୟ କୀର୍ତ୍ତିରାଜିର ସଂରକ୍ଷଣ କଥା ଏକପ୍ରକାର ଭୁଲାଯାଇଛି। ଏକାମ୍ର କ୍ଷେତ୍ରରେ ଥିବା ୨୦ରୁ ଅଧିକ ଐତିହ୍ୟ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଭୁବନେଶ୍ୱର ଏଏସ୍‌ଆଇ କାର୍ଯ୍ୟାଳୟର ୫ରୁ ୮ କି.ମି. ପରିଧି ମଧ୍ୟରେ ରହିଥିବା ଐତିହ୍ୟ ଓ କୀର୍ତ୍ତିରାଜିର ଏପରି ଅବସ୍ଥା ଦେଖିବାକୁ ମିଳୁଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ଥିବା ଐତିହ୍ୟ କେଉଁ ପରିସ୍ଥିତିରେ ଥିବ ତାହା ସହଜରେ ବାରି ହୋଇପଡୁଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସର୍କଲକୁ ବାର୍ଷିକ ଯେତିକି ଅର୍ଥ ମିଳୁଛି ସେଥିରେ ସମସ୍ତ ଐତିହ୍ୟର ସଂରକ୍ଷଣ ଓ ବିକାଶ କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଉଛି। ଏ ପରିସ୍ଥିତିରେ ଶ୍ରୀମନ୍ଦିରର ସଂରକ୍ଷଣ ଏବେ ଏଏସ୍‌ଆଇ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପୀଢ, ରେଖ ଓ ଖାକରା ଶୈଳୀରେ ନିର୍ମିତ ଏକାମ୍ର କ୍ଷେତ୍ରର ୨୦୦ରୁ ଅଧିକ ବିରଳ ମନ୍ଦିର ଏବେ ନଷ୍ଟ ହେବାରେ ଲାଗିଛି। ସରକାରୀ ତଥ୍ୟ ଅନୁଯାୟୀ, ଖ୍ରୀଷ୍ଟାବ୍ଦ ୫୦୦ ଶତାବ୍ଦୀରେ ଭୁବନେଶ୍ୱରରେ ୭୦୦ ମନ୍ଦିର ରହିଥିଲା। ସେଥିରୁ ଏବେ ପ୍ରାୟ ୫୦୦ ଛୋଟବଡ଼ ମନ୍ଦିର ମାଟିରେ ମିଶିଗଲାଣି। ଯେତିକି ବି ରହିଛି ସେଥିମଧ୍ୟରୁ ୪୦ ପ୍ରତିଶତର ଅବସ୍ଥା ଶୋଚନୀୟ। ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ଅବସ୍ଥା ବି ଦୟନୀୟ। ଏନେଇ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅଧିକାରୀ ସଂଘମିତ୍ରା ଶତପଥୀଙ୍କ କହିବାନୁଯାୟୀ, କେବଳ ସୁନ୍ଦରଗଡ଼ର ଏକ ଏତିହ୍ୟସ୍ଥଳୀକୁ ଛାଡି ଆମେ ସମସ୍ତ ଐତିହ୍ୟର ମରାମତି କାର୍ଯ୍ୟ କରିଛୁ। ଐତିହାସିକ ପୁଷ୍କରିଣୀର ପୁନରୁଦ୍ଧାର କରିବା ଦାୟିତ୍ୱ ପର୍ଯ୍ୟଟନ ବିଭାଗର ହୋଇଥିବାରୁ ଆମର ସେଥିରେ କିଛି କାମନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri