ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ ପୂଜାମଣ୍ଡପ। ରବିବାର ରାତିରୁ ମା’ ଧନଦାତ୍ରୀ ଧରାବରଣ କରିବେ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ମୃଣ୍ମୟୀ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର।
ପବିତ୍ର କୁମାର ପୂର୍ଣ୍ଣିମା ତିଥିରୁ ମଣ୍ଡପରେ ଦର୍ଶନ ଦେବେ ସିନ୍ଧୁସୂତା। ୨୩ ତାରିଖ ଯାଏ ପୂଜା ଉତ୍ସବ ଅନୁଷ୍ଠିତ ହେବ। ୨୪ ତାରିଖରେ ଧରାପୃଷ୍ଠରୁ ବିଦାୟ ନେବେ ମା’। ଚଳିତବର୍ଷ ୩୮ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ଜବାହରଚୌକ ପୂଜା ପ୍ରତିଷ୍ଠାନ ୭୫ବର୍ଷ ଏବଂ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ବଜାର ୫୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି। ମିନାବଜାର, କୈବଲ୍ୟ ବଜାର, ଗଣେଶ ବଜାର, ଗୁଡିଆନାଳୀ ପ୍ରମୁଖ ପୂଜା ଅନୁଷ୍ଠାନ ପକ୍ଷରୁ ଚାନ୍ଦିମେଢ଼ କରାଯାଉଛି। ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି କର୍ମକର୍ତ୍ତା ଲାଗିପଡ଼ିଛନ୍ତି। ଅଧିକାଂଶ ସ୍ଥାନରେ ଐତିହ୍ୟ, ପରମ୍ପରାକୁ ମଣ୍ଡପରେ ସ୍ଥାନିତ କରିଛନ୍ତି। ତଦନୁଯାୟୀ ମୂର୍ତ୍ତି, ପାର୍ଶ୍ୱମୂର୍ତ୍ତି ନିର୍ମାଣ ହୋଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳା ସହର ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରିଛି। ପୂଜା ପାଇଁ ଶତାଧିକ ଉଠାଦୋକାନୀ ପସରା ମେଲାଇଲେଣି। ମନୋରଞ୍ଜନ ଲାଗି ମିନାବଜାର ମଧ୍ୟ ଖୋଲିଲାଣି।
ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଜାତୀୟସ୍ତରୀୟ ସରସ ମେଳା ଆୟୋଜନ କରାଯାଉଛି। ଏହି ମେଳା ୧୪ ତାରିଖରୁ ଆରମ୍ଭ ହୋଇ ୨୩ ଯାଏ ଚାଲିବ। ଗ୍ରାମାଞ୍ଚଳର କାରିଗରଙ୍କ ଦ୍ୱାରା ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀ ସହିତ ସ୍ବାଦିଷ୍ଟ ଖାଦ୍ୟ ଷ୍ଟଲ ପ୍ରଦର୍ଶିତ ହେବ। ସେହିପରି ୧୭ରୁ ୧୯ ତାରିଖ ଯାଏ ମହିଷାପାଟ ପଡ଼ିଆଠାରେ ଜିଲା କଳା ସଂସ୍କୃତି ସଂଘ ଆନୁକୂଲ୍ୟରେ ୩ ଦିନିଆ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ଆୟୋଜିତ ହେବ। ଏଥିଲାଗି ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, ଢେଙ୍କାନାଳର ଐତିହ୍ୟସମ୍ପନ୍ନ ଲକ୍ଷ୍ମୀପୂଜା ୧୯୪୨ରୁ ସାର୍ବଜନୀନ ଭାବେ ଆରମ୍ଭ ହୋଇଛି। ପ୍ରଥମେ ମିନାବଜାର ଏବଂ ଏହାପରେ ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର ସମେତ ଅନ୍ୟ ପୂଜା ପ୍ରତିଷ୍ଠାନ ଏଥିରେ ସାମିଲ ହୋଇଛନ୍ତି। ଛାମୁଣ୍ଡିଆରୁ ଆରମ୍ଭ ହୋଇଥିବା ପୂଜା ଏବେ ପ୍ରତିଯୋଗିତାମୂଳକ ହେଲାଣି। ଏଥିରେ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri