ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ ପୂଜାମଣ୍ଡପ। ରବିବାର ରାତିରୁ ମା’ ଧନଦାତ୍ରୀ ଧରାବରଣ କରିବେ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ମୃଣ୍ମୟୀ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର।
ପବିତ୍ର କୁମାର ପୂର୍ଣ୍ଣିମା ତିଥିରୁ ମଣ୍ଡପରେ ଦର୍ଶନ ଦେବେ ସିନ୍ଧୁସୂତା। ୨୩ ତାରିଖ ଯାଏ ପୂଜା ଉତ୍ସବ ଅନୁଷ୍ଠିତ ହେବ। ୨୪ ତାରିଖରେ ଧରାପୃଷ୍ଠରୁ ବିଦାୟ ନେବେ ମା’। ଚଳିତବର୍ଷ ୩୮ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ଜବାହରଚୌକ ପୂଜା ପ୍ରତିଷ୍ଠାନ ୭୫ବର୍ଷ ଏବଂ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ବଜାର ୫୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି। ମିନାବଜାର, କୈବଲ୍ୟ ବଜାର, ଗଣେଶ ବଜାର, ଗୁଡିଆନାଳୀ ପ୍ରମୁଖ ପୂଜା ଅନୁଷ୍ଠାନ ପକ୍ଷରୁ ଚାନ୍ଦିମେଢ଼ କରାଯାଉଛି। ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି କର୍ମକର୍ତ୍ତା ଲାଗିପଡ଼ିଛନ୍ତି। ଅଧିକାଂଶ ସ୍ଥାନରେ ଐତିହ୍ୟ, ପରମ୍ପରାକୁ ମଣ୍ଡପରେ ସ୍ଥାନିତ କରିଛନ୍ତି। ତଦନୁଯାୟୀ ମୂର୍ତ୍ତି, ପାର୍ଶ୍ୱମୂର୍ତ୍ତି ନିର୍ମାଣ ହୋଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳା ସହର ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରିଛି। ପୂଜା ପାଇଁ ଶତାଧିକ ଉଠାଦୋକାନୀ ପସରା ମେଲାଇଲେଣି। ମନୋରଞ୍ଜନ ଲାଗି ମିନାବଜାର ମଧ୍ୟ ଖୋଲିଲାଣି।
ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଜାତୀୟସ୍ତରୀୟ ସରସ ମେଳା ଆୟୋଜନ କରାଯାଉଛି। ଏହି ମେଳା ୧୪ ତାରିଖରୁ ଆରମ୍ଭ ହୋଇ ୨୩ ଯାଏ ଚାଲିବ। ଗ୍ରାମାଞ୍ଚଳର କାରିଗରଙ୍କ ଦ୍ୱାରା ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀ ସହିତ ସ୍ବାଦିଷ୍ଟ ଖାଦ୍ୟ ଷ୍ଟଲ ପ୍ରଦର୍ଶିତ ହେବ। ସେହିପରି ୧୭ରୁ ୧୯ ତାରିଖ ଯାଏ ମହିଷାପାଟ ପଡ଼ିଆଠାରେ ଜିଲା କଳା ସଂସ୍କୃତି ସଂଘ ଆନୁକୂଲ୍ୟରେ ୩ ଦିନିଆ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ଆୟୋଜିତ ହେବ। ଏଥିଲାଗି ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, ଢେଙ୍କାନାଳର ଐତିହ୍ୟସମ୍ପନ୍ନ ଲକ୍ଷ୍ମୀପୂଜା ୧୯୪୨ରୁ ସାର୍ବଜନୀନ ଭାବେ ଆରମ୍ଭ ହୋଇଛି। ପ୍ରଥମେ ମିନାବଜାର ଏବଂ ଏହାପରେ ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର ସମେତ ଅନ୍ୟ ପୂଜା ପ୍ରତିଷ୍ଠାନ ଏଥିରେ ସାମିଲ ହୋଇଛନ୍ତି। ଛାମୁଣ୍ଡିଆରୁ ଆରମ୍ଭ ହୋଇଥିବା ପୂଜା ଏବେ ପ୍ରତିଯୋଗିତାମୂଳକ ହେଲାଣି। ଏଥିରେ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri