ଆଜି ବିଗ୍‌ବସ୍‌ ଫିନାଲେ: ଟଙ୍କା ବ୍ୟାଗ୍‌ ନେଇ ବାହାରିବେ ପାରସ୍‌, ଆରତୀ ୫ମ ସ୍ଥାନରେ; ବିଜେତାଙ୍କ ପାଇଁ ହେବ ଲାଇଭ୍‌ ଭୋଟିଂ

ବମ୍ବେ: ବିଗ୍‌ବସ୍‌’ର ସବୁଠାରୁ ଲୋକପ୍ରିୟ ସିଜନ ଶେଷ ହେବ। ଶନିବାର ଶୋ’କୁ ତାର ବିଜେତା ମିଳିବ। ହେଲେ କିଏ ଜିତିବ ତାକୁ ନେଇ ଚର୍ଚ୍ଚା। ସବୁଥରଠାରୁ ଅଲଗା କରିବାକୁ ଯାଇ ଏଥର ୬ଜଣ ପ୍ରତିଯୋଗୀ ଫାଇନାଲିଷ୍ଟ ହୋଇଛନ୍ତି। ସମସ୍ତେ ଜଣେ ଅନ୍ୟ ଜଣଙ୍କୁ କଡ଼ା ମୁକାବିଲା କରୁଛନ୍ତି। ଫିନାଲେର କିଛି ଦୃଶ୍ୟ ଦେଖାଯାଇଥିବା ବେଳେ ବିଗ୍‌ବସ୍‌ ଜାସୁସ୍‌ ପୃଷ୍ଠାରେ ଶୋ’ ସମ୍ପର୍କିତ ବିଭିନ୍ନ ଅପ୍‌ଡେଟ୍‌ ଶେୟାର କରାଯାଉଛି।

ଫିନାଲେ ଏପିସୋଡ୍‌ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଡ୍ୟାନ୍ସ ନମ୍ବର ଦେଖିବାକୁ ମିଳିବ। ସିଦ୍ଧାର୍ଥ-ରଶ୍ମି ଏବଂ ଆସିମ-ହିମାଂଶୀ ମଧ୍ୟ ରୋମାଣ୍ଟିକ ନୃତ୍ୟ ପରିବେଷଣ କରିବେ। ସେହିଭଳି ସିଦ୍ଧାର୍ଥ-ଆସିମଙ୍କ ମଧ୍ୟରେ ମଧ୍ୟ ନୃତ୍ୟ ମୁକାବିଲା ହେବ।
ଏହାଛଡ଼ା ଶୋ’ର ଅପ୍‌ଡେଟ୍‌କୁ ଯଦି ଦେଖାଯାଏ, ତେବେ ପାରସ ୬ନଂ.ରେ ରହିବେ। କାରଣ ସେ ୧୦ଲକ୍ଷ ଟଙ୍କା ବ୍ୟାଗ୍‌ ଧରି ଶୋ’ ଛାଡ଼ିବା ନିଷ୍ପତ୍ତି ନେବେ। ପରେ ଆରତୀ ୫ନଂ. ସ୍ଥାନରୁ ଘରୁ ବାହାରିବେ। ଏହାପରେ ସିଦ୍ଧାର୍ଥ, ଶେହନାଜ୍‌, ଆସିମ, ରଶ୍ମି ରହିବେ। ସେମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ଶୋ’ ଜିତିବା ନେଇ ଚର୍ଚ୍ଚା ହେଉଛି।

Share