ଆଜି ବସ୍‌ ଚଳାଚଳ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ଦାବି ପୂରଣ ନ ହେଲେ ଚାଲିବନି ଗାଡ଼ି

ଭୁବନେଶ୍ୱର, ୪ ।୫(ବ୍ୟୁରୋ): ରାଜ୍ୟରେ ଆଗକୁ ଘରୋଇ ବସ୍‌ ଚଳାଚଳ କେବେ ହେବ ଏବଂ ଏଥିଲାଗି କ’ଣ ସବୁ ନିୟମକାନୁନ ରହିବ ତାକୁ ନେଇ ବିଚାରବିମର୍ଶ ଚାଲିଛି। ହଜାର ହଜାର ବସ୍‌ ଦେଢ଼ ମାସ ହେଲା ନ ଚାଲିବା କାରଣରୁ ମାଲିକମାନଙ୍କ ଚିନ୍ତା ବଢ଼ିଯାଇଛି। ବ୍ୟାଙ୍କରୁ ଋଣ ଆଣି ବସ୍‌ କିଣିଥିବା ମାଲିକମାନେ ଆଗକୁ କ’ଣ କରିବେ ଏବଂ କିପରି କିସ୍ତି ପରିଶୋଧ କରିବେ ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ଉଭା ହୋଇଛି। କେବଳ ସେତିକି ନୁହେଁ ବସ୍‌ରେ କାର୍ଯ୍ୟ କରୁଥିବା ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରଙ୍କ ପରିବାର ମଧ୍ୟ ଏବେ ଚିନ୍ତାରେ ଅଛନ୍ତି। କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବାବେଳେ ପ୍ରାୟ ୪ ସପ୍ତାହରୁ ଅଧିକ ଦିନ ହୋଇଯିବ ସବୁକିଛି ବନ୍ଦ ରହିଛି। ତୃତୀୟ ପର୍ଯ୍ୟାୟରେ ଲକ୍‌ଡାଉନକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଥିବା ବେଳେ ବହୁତ କିଛି କାମରେ ସରକାର କୋହଳ ଲାଗୁ କରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ବସ୍‌ ଚଳାଚଳ ଉପରେ ସରକାର ବିଚାର କରୁଛନ୍ତି। ତେବେ ରବିବାର ରାଜ୍ୟ ବସ୍‌ ମାଲିକ ସଂଘ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ରାଜ୍ୟର ସମସ୍ତ ଗ୍ରୀନ ଏବଂ ଅରେଞ୍ଜ ଜୋନ୍‌ରେ ବସ୍‌ ଚଳାଚଳ ଲାଗି ଅନୁମତି ରହିଛି। କିନ୍ତୁ ବସ୍‌ ମାଲିକ ସଂଘ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୪ ତାରିଖଠାରୁ ଗାଡି ଚଳାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ନିର୍ଦ୍ଦେଶନାମା ଅନୁସାରେ ବସ୍‌ ଚଳାଚଳ ସମ୍ଭବ ନୁହେଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ ଚଳାଚଳ ନେଇ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଆଗକୁ ୬ ମାସ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଛାଡ଼, ଇନ୍‌ସୁରାନ୍ସ ଦାଖଲ ଅବଧିରେ ବୃଦ୍ଧି, ଡିଜେଲ ଉପରୁ ସେସ୍‌ ଏବଂ ଭାଟ୍‌ ଛାଡ଼, ଟୋଲ୍‌ ଆଦାୟ ଛାଡ଼ କରିବା ସହିତ ରାଜ୍ୟ ସରକାର ୬ ମାସ ପର୍ଯ୍ୟନ୍ତ ଟିକସ ଛାଡ଼ କରନ୍ତୁ ବୋଲି ବସ୍‌ ମାଲିକ ସଂଘ ଦାବି କରିଛି।
ରାଜ୍ୟର ସମସ୍ତ ଅନ୍ୟପଟେ ରାଜ୍ୟ ସରକାର ବସ୍‌ ଚଳାଚଳକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିନ ୧୧.୩୦ମିନିଟରେ ଡକାଇଥିବା ଜଣାପଡିଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ବସ୍‌ ଚଳାଚଳ ନେଇ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶାବଳୀ ଦେଖିବୁ। କେନ୍ଦ୍ର ସରକାରଙ୍କ ସହିତ ଏନେଇ ଆଲୋଚନା ମଧ୍ୟ କରିବୁ। କିଛିଦିନ ତଳେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବା ସମୟରେ ବସ୍‌ ମାଲିକମାନଙ୍କ ସମସ୍ୟା ନେଇ ଜଣାଇଥିଲି। ଶୁକ୍ରବାର ଏହାକୁ ନେଇ ଏକ ବିଭାଗସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ବିଧିବଦ୍ଧ ଘୋଷଣା କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri