Categories: ଜାତୀୟ

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ,୨୦ା୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ବୋର୍ଡ ଓ ପ୍ରବେଶିକା ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକମାନଙ୍କ ସହ ସୋମବାର ଆଲୋଚନା କରିବେ। ପିଲାମାନେ କିପରି ସହଜରେ ପରୀକ୍ଷା ଦେଇପାରିବେ ସେ ନେଇ ମୋଦି ତାଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଉପାଦେୟ ଉପଦେଶମାନ ଦେବେ। ଦିଲ୍ଲୀର ତଲକତୋରା ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୦୦୦ ଛାତ୍ରୀଛାତ୍ର ଓ ଶିକ୍ଷକ ଭାଗନେବେ। ସେମାନଙ୍କ ମଧ୍ୟରୁ ୧୦୫୦ ଛାତ୍ରୀଛାତ୍ରଙ୍କୁ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ଚୟନ କରାଯାଇଛି। ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୟୁ-ଟ୍ୟୁବ୍‌ରେ ପ୍ରସାରଣ କରାଯିବ। ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିପାରିବେ। ଏଥର ଭାଗନେବା ପାଇଁ ଛାତ୍ରୀଛାତ୍ରଙ୍କଠାରୁ ପାଖାପାଖି ୨.୬ ଲକ୍ଷ ଲେଖା ଆସିଥିଲା ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

Share