Categories: ଜାତୀୟ

ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୩।୨: ୧୯୩୧, ଫେବୃୟାରୀ ୧୩ ଅର୍ଥାତ୍‌ ୮୯ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା। ତେଣୁ ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅଭୁଲା ଦିନ। ଯଦିଓ ୧୯୧୧, ଡିସେମ୍ବର ୧୧ରେ ଜର୍ଜ ପଞ୍ଚମ ଦିଲ୍ଲୀ ଦେଶର ରାଜଧାନୀ ହେବାର ଘୋଷଣା କରିଥିଲେ। କିନ୍ତୁ ରାଜଧାନୀ ଭାବେ ଦିଲ୍ଲୀ ଫେବୃୟାରୀ ୧୩, ୧୯୩୧ରୁ କାର୍ଯ୍ୟକାରୀ ହୋଇଥିଲା। ପ୍ରଥମେ ଦେଶର ରାଜଧାନୀ କଲିକତା(ଏବେ କୋଲକାତା) ଥିଲା। କଲିକତା ବଦଳରେ ଦିଲ୍ଲୀକୁ ବ୍ରିଟିଶ୍‌ ଭାରତର ରାଜଧାନୀ କରିବାକୁ ୧୯୧୧ରେ ଭାଇସରୟ ଲର୍ଡ ହର୍ଡିଙ୍ଗ ଏକ ଚିଠି ଲଣ୍ଡନ ପଠାଇଥିଲେ। ୧୯୩୧, ଫେବୃୟାରୀ ୧୩ରେ ଗଭର୍ନର ଜେନେରାଲ ଲର୍ଡ ଇରଓ୍ବିନ୍‌ ଦିଲ୍ଲୀକୁ ରାଜଧାନୀ ଭାବେ ବିଧିବଦ୍ଧ ଉଦ୍‌ଘାଟନ କରିଥିଲେ।

Share