Posted inଖେଳ

ଆଜିର ଦିନରେ ଅସୁସ୍ଥ ଯୁବି ଖେଳିଥିଲେ ବିଶ୍ୱକପ୍‌ ବିଜୟୀ ଶତକୀୟ ଇନିଂସ

ନୂଆଦିଲ୍ଲୀ, ୨୦।୩- ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଠିକ୍‌ ୯ ବର୍ଷ ତଳେ ୨୦୧୧ ବିଶ୍ୱକପ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ସେତେବେଳେ କର୍କଟରେ ପୀଡ଼ିତ ଯୁବି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିଲେ। ଟସ୍‌ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୧ ରନ୍‌ ମଧ୍ୟରେ ୨ ଉଇକେଟ ହରାଇ ସାରିଥିଲା। ଯୁବି ଓ ବିରାଟ କୋହଲି ତୃତୀୟ ଉଇକେଟ ଲାଗି ୧୨୨ ରନ୍‌ ଯୋଡ଼ିଥିଲେ। କୋହଲି ୫୯ ରନ୍‌ର ଇନିଂସ ଖେଳି ଆଉଟ୍‌ ହୋଇଥିଲେ। ଏହାପରେ ଯୁବି ଖେଳିଥିଲେ ୧୧୩ ରନ୍‌ର ଇନିଂସ। ତାଙ୍କ ଇନିଂସରେ ଥିଲା ୧୦ ଚୌକା ଓ ୩ ଛକା। ଯୁବିଙ୍କ ଇନିଂସ ଏବେ ବି ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ମନରେ ଉଜ୍ଜୀବିତ ରହିଛି। ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୨୬୮ ରନ୍‌ କରିଥିଲା। ପରେ ଯୁବି ବୋଲିଂ କରି ଡେଭନ ଥୋମାସ ଓ ଆଣ୍ଡ୍ରେ ରସେଲଙ୍କ ଉଇକେଟ ନେଇ ଟିମ୍‌ ଇଣ୍ଡିଆକୁ ୮୦ ରନ୍‌ରେ ଜିତାଇଥିଲେ। କିମ୍ବଦନ୍ତୀ ଅଲରାଉଣ୍ଡରଙ୍କ ଲାଗି ୨୦୧୧ ବିଶ୍ୱକପ୍‌ ସ୍ମରଣୀୟ ଥିଲା। ଏହି ଇଭେଣ୍ଟରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ଘୋଷିତ କରାଯାଇଥିଲା। ପୂରା ଟୁର୍ନାମେଣ୍ଟରେ ସେ ୩୬୨ ରନ୍‌ କରିବା ସହ ୧୫ ଉଇକେଟ ନେଇଥିଲେ। ଯୁବରାଜଙ୍କ କ୍ୟାରିୟରରେ ୩୦୪ ଦିନିକିଆ, ୫୮ ଟି୨୦ ଓ ୪୦ ଟେଷ୍ଟ ଖେଳିଥିଲେ। ତାଙ୍କ କ୍ୟାରିୟରର ବହୁ ଉଲ୍ଲେଖନୀୟ ଘଟଣା ରହିଛି। ଓଡ଼ିଶାର କଟକ ସ୍ଥିତ ଐତିହାସିକ ବାରବାଟୀ ଷ୍ଟାଡିୟମରେ ୧୫୦ ରନ୍‌ର ଇନିଂସ ଖେଳିଥିଲେ, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍କୋର।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri