ଆଜିଠୁ ୭୫ ମିଟର ଉଚ୍ଛେଦ ଅଭିଯାନ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତ୍ୟାଗ କର। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନ ପରେ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଲଙ୍ଗୁଳି ମଠ ଭଙ୍ଗାଯିବ। ଏହି ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀମାନେ ସୋମବାର ସେମାନଙ୍କ ଜିନିଷପତ୍ର ଖାଲି କରିଦେଇଥିବା ବେଳେ ଉଚ୍ଛେଦ ଲାଗି ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ମଙ୍ଗଳବାର ସକାଳୁ ହେବାକୁ ଥିବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜେସିବି ଓ ବ୍ରେକର ସହିତ ଟ୍ରାକ୍ଟର, ହାଇୱା
ଆଜିଠୁ ୭୫…
ନିୟୋଜିତ ହେବ। ସେହିପରି ୨୦ ପ୍ଲାଟୁନ ଫୋର୍ସ ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ସୋମବାର ରାତି ପ୍ରାୟ ୧୧ଟାରେ ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଲଙ୍ଗୁଳି ମଠ ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ପକ୍ଷରୁ ରାତିରେ ମଠକୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ମହନ୍ତ ନୋଟିସ ଗ୍ରହଣ ନ କରିବାରୁ ମଠ କାନ୍ଥରେ ନୋଟିସ ଲଟକ ଜାରି କରାଯାଇଛି। ସେହିପରି ସିଂହଦ୍ୱାର ଥାନାରୁ ମଧ୍ୟ ଆସବାବପତ୍ର ଖାଲି କରାଯାଉଥିବା ସୂଚନା ମିଳିଛି।
ମଙ୍ଗଳବାର ଲଙ୍ଗୁଳି ଓ ଏମାର ମଠ ଭଙ୍ଗାଯିବାକୁ ଥିବାରୁ ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ରବିବାର ପ୍ରଶାସନ ପକ୍ଷରୁ ମୌଖିକ ଭାବେ ସୋମବାର ଅପରାହ୍ନ ଗୋଟାଏ ସୁଦ୍ଧା ଦୋକାନ ଖାଲି କରିବାକୁ କୁହାଯାଇଥିଲା। ସନ୍ଧ୍ୟା ସୁଦ୍ଧା ଲଙ୍ଗୁଳି ମଠ କୋଠାରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଖାଲି କରାଯାଇଥିବା ବେଳେ ଏମାର ମଠର ପ୍ରାୟ ୬ଟି ଦୋକାନରୁ ଜିନିଷପତ୍ର ଖାଲି କରି ନେଇଛନ୍ତି ବ୍ୟବସାୟୀମାନେ। ତେବେ ପ୍ରଶାସନର ଏପରି ନିଷ୍ପତ୍ତିକୁ କେତେକ ବ୍ୟବସାୟୀ ବିରୋଧ କରିଛନ୍ତି। ପ୍ରଶାସନ ଜୋର୍‌ଜବରଦସ୍ତ ସେମାନଙ୍କୁ ଭୟଭୀତ କରାଉଛି ଏବଂ ଦୋକାନ ଘର ଖାଲି କରିବାକୁ ସମୟ ଦେଉ ନ ଥିବା ଅଭିଯୋଗ କରି ଲଙ୍ଗୁଳି ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀମାନେ ସିଂହଦ୍ୱାର ନିକଟରେ ବଡ଼ଦାଣ୍ଡରେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ଶ୍ରୀମନ୍ଦିର ନିକଟସ୍ଥ ଲଙ୍ଗୁଳି ମଠର ଅସୁରକ୍ଷିତ କୋଠା ମଙ୍ଗଳବାର ଭଙ୍ଗାଯିବ। ଏହି କୋଠା ଅସୁରକ୍ଷିତ ଥିବା ନେଇ ବୈଷୟିକ କମିଟିର ରିପୋର୍ଟକୁ ଆଧାର କରି ପୌରପାଳିକା ଆଇନ ଅନୁଯାୟୀ କୋଠା ଭଙ୍ଗାଯିବ। ଏଥିପାଇଁ ମଠ ମହନ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ସମ୍ପୃକ୍ତ ଅନ୍ତେବାସୀଙ୍କୁ ଥଇଥାନ କରାଯିବା ସହ ଉପଯୁକ୍ତ ସ୍ଥାନରେ ରହିବା ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯିବ। ଲଙ୍ଗୁଳି ମଠର ମୁଖ୍ୟ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବପରି ଚାଲୁ ରହିବ। ଏଥିଲାଗି ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଏହି ମଠ କୋଠାରେ ଥିବା ଦୋକାନଗୁଡ଼ିକର ତାଲିକା ପାଇବା ପରେ ଅନୁଧ୍ୟାନ କରାଯାଇ ପ୍ରଭାବିତମାନଙ୍କୁ ମଠ ମାଧ୍ୟମରେ ଥଇଥାନ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri