ଏଥର ଗୋଟିଏ ଦିନରେ ବାହୁଡ଼ା, ହରିଶୟନ ଏକାଦଶୀ : ଶୁକ୍ରବାରଠାରୁ ୪ ମାସ ଶୋଇବେ ଠାକୁର

ପୁରୀ ଅଫିସ,୧୨।୭ : ପ୍ରାୟ ପ୍ରତିବର୍ଷ ବାହୁଡ଼ା ଦଶମୀ ପରଦିନ ହରିଶୟନ ଏକାଦଶୀ ପଡ଼ିଥାଏ। ହରିଶୟନ ଏକାଦଶୀଠାରୁ ଠାକୁର ଶୟନ କରିଥାନ୍ତି। ତେବେ ଏଥର ତିଥି କ୍ଷୟ ଯୋଗୁ ବାହୁଡ଼ା ଏବଂ ଏକାଦଶୀ ଗୋଟିଏ ଦିନରେ ଅର୍ଥାତ୍‌ ଶୁକ୍ରବାର ପଡ଼ିିଛି। ତେଣୁ ଶୁକ୍ରବାର ବାହୁଡ଼ାଯାତ୍ରା ହେବ ଏବଂ ଏହିଦିନଠାରୁ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ ଯିବେ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ।

ହରିଶୟନ ଯାତ୍ରା ସମ୍ପର୍କରେ ଗବେଷକ ଦାଶ କହିଛନ୍ତି, ଶୁକ୍ରବାର ଆଷାଢ ଶୁକ୍ଳପକ୍ଷ ଏକାଦଶୀ। ଶ୍ରୀଜଗନ୍ନାଥଙ୍କର ଶୟନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ହରିଶୟନ ଏକାଦଶୀଠାରୁ ଚାରିମାସ ପର୍ଯ୍ୟନ୍ତ ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ଆଷାଢ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ସମସ୍ତ ଏକାଦଶୀ ନୀତି ଅନ୍ୟ ଏକାଦଶୀ ନୀତି ଭଳି ଅନୁଷ୍ଠିତ ହୋଇଥାଏ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ ପରେ ଭଣ୍ଡାରମେକାପ ଭଣ୍ଡାର ଘରୁ ସୁବର୍ଣ୍ଣର ଶୟନ ଠାକୁରଙ୍କୁ ତିନି ରଥକୁ ବିଜେ କରନ୍ତି। ଶ୍ରୀବଳଭଦ୍ର ଦେବଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣ (ଶୟନ ଠାକୁର) ବିଜେ କରିଥାନ୍ତି । ପୂଜାପଣ୍ଡା ଶୟନ ଠାକୁରମାନଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥ ଉପରେ ମହାସ୍ନାନ ନୀତି ହୁଏ। ଅନ୍ୟାନ୍ୟ ନୀତି ବଢିଲା ପରେ ତିନିଜଣ ପୂଜାପଣ୍ଡା ତିନିରଥରେ ବିଜେ ହୋଇଥିବା ଶୟନ ଠାକୁରମାନଙ୍କୁ ହାତରେ ଧରି ମନ୍ଦିରର ଭଣ୍ଡାର ଦୁଆର ନିକଟକୁ ନେଇଥାନ୍ତି। ସେଠାରେ ପାରମ୍ପରିକ ରୀତି ଅନୁଯାୟୀ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶୟନ ଘରେ ପୂର୍ବରୁ ପେଡ଼ି, ତାଟ, ଶେଯ, ମାଣ୍ଡି ପ୍ରସ୍ତୁତ ହୋଇଥାଏ। ଠାକୁରମାନେ ଏଥିରେ ଶୟନ କରନ୍ତି। ଏହି ସମୟରେ ପ୍ରସାଦଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି, ସାତ କାହାଳୀ, ସଞ୍ଜବତୀ ଓ ଦୂର୍ବାକ୍ଷତ ବନ୍ଦାପନା ପରେ ପେଡ଼ି ବନ୍ଦ କରାଯାଏ। ପେଡ଼ି ଉପରେ ଖୋଳ ପକାଯାଏ। ଏସବୁ ସରି ସମସ୍ତେ ବାହାରକୁ ଆସିଲେ ଶୟନଘର ଦ୍ୱାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ ବୋଲି ଗବେଷକ ଡ. ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri