ଆଜିଠୁ ସଙ୍ଗରୋଧରେ ରହିବେ ରଥ ନିର୍ମାଣକାରୀ: ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୪ ମେଡିକାଲ ଟିମ୍‌ ଗଠିତ

ପୁରୀ ଅଫିସ,୧୦।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ ରଥଖଖଳାରେ ଚାଲିଛି ତିନିରଥ ନିର୍ମାଣ। ବର୍ତ୍ତମାନ ମହାମାରୀ କରୋନା ଯେଉଁଭଳି ଭାବେ ରାଜ୍ୟରେ ମାଡ଼ୁଛି ତାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣରେ ଯେପରି ସାମାନ୍ୟତମ ଅସୁବିଧା ନ ହୁଏ ସେଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ରବିବାରଠାରୁ ରଥ ନିର୍ମାଣକାରୀ ସେବକମାନେ ସଙ୍ଗରୋଧରେ ରହିବେ। ସେମାନଙ୍କ ଲାଗି ଆବଶ୍ୟକ ରୁମ୍‌ ନିଆଯାଇଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।

ଉନ୍ନୟନ ପ୍ରଶାସକଙ୍କ ସୂଚନା ମୁତାବକ, ରଥ ନିର୍ମାଣରେ ସମ୍ପୃକ୍ତ ଭୋଇ, ମହାରଣାଙ୍କ ସମେତ ଅନ୍ୟ ସେବକମାନଙ୍କୁ କ୍ବାରାଣ୍ଟାଇନ (ସଙ୍ଗରୋଧ)ରେ ରଖାଯିବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନୀଳାଦ୍ରି ଭକ୍ତ ନିବାସରେ ୧୦୧ରୁମ୍‌, ଗୁଣ୍ଡିଚା ମନ୍ଦିର ଭକ୍ତ ନିବାସରେ ୭୦ ଏବଂ ନୀଳାଚଳ ଭକ୍ତ ନିବାସରେ ୩୫ଟି ରୁମ୍‌ ରଖାଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ ଦୁଦୁୱାଲା ଧର୍ମଶାଳାରେ ମଧ୍ୟ ରହିବା ବ୍ୟବସ୍ଥା କରାଯିବ। ସେମାନଙ୍କ ଖାଦ୍ୟପେୟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି। ସେହିପରି କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ନଜରରେ ରଖି ରଥ ନିର୍ମାଣକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଭକ୍ତ ନିବାସରେ ରହୁଥିବା ସେବକଙ୍କ ଲାଗି ଗୋଟିଏ ଟିମ୍‌, ରଥଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୋଟିଏ ଟିମ୍‌, ଜରୁରିକାଳୀନ ସେବା ପାଇଁ ଗୋଟିଏ ଏବଂ ସେବକ ପରିବାର ସଦସ୍ୟଙ୍କ ନିମନ୍ତେ ଗୋଟିଏ ଟିମ୍‌ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ପୁରୀର ସ୍ଥିତି ଭଲ ଅଛି। ତଥାପି କୌଣସି ରଥ ନିର୍ମାଣକାରୀ ସେବକଙ୍କ ସ୍ବାସ୍ଥ୍ୟ ସମସ୍ୟା କିମ୍ବା କୋଭିଡ ଲକ୍ଷଣ ଦେଖାଦେଲେ ତାଙ୍କୁ ପୃଥକବାସରେ ରଖାଯିବ। କାମକୁ ଛଡ଼ାଯିବ ନାହିଁ ବୋଲି ସିଡିଏମ୍‌ଓ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି।
ଏ ସମ୍ପର୍କରେ ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି, ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କୁ ସଙ୍ଗରୋଧରେ ରଖାଯିବା ନେଇ ସୂଚନା ଦିଆଯାଇଛି। ରବିବାର ସେମାନେ ପ୍ରସ୍ତୁତ ହୋଇଆସିବେ। ରଥଖଳାରେ କାମ କରିସାରିବା ପରେ ରାତିରେ ଭକ୍ତ ନିବାସରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri