ଆଜିଠୁ ଷୋଡ଼ଶ ଉପଚାର ପୂଜା: ଚମକୁଛି ଚଣ୍ଡୀ ମନ୍ଦିର, ଦଶହରାରେ ଫଳରେ ସଜାଯିବ

କଟକ ଅଫିସ,୨୨।୯: କେବଳ କଟକରେ ସୀମିତ ନାହିଁ। ଏବେ କଟକଚଣ୍ଡୀ ମନ୍ଦିରକୁ ନେଇ ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି। ବିଭିନ୍ନ ଟୁଇଟ୍‌ରେ ମନ୍ଦିରର ସାଜସଜ୍ଜାକୁ ସ୍ଥାନ ମିଳିଛି। ଦଶହରା ପୂର୍ବରୁ କଟକ ଚଣ୍ଡୀ ମନ୍ଦିର ଫୁଲରେ ସଜେଇ ହୋଇ ଚମକୁ ଥିବାବେଳେ ଏହା ପଛରେ କେତେଜଣ ଯୁବଗୋଷ୍ଠୀଙ୍କର ମୁଖ୍ୟ ହାତ ରହିଛି। ପୂଜା କରିବାକୁ ଆସୁଥିବା କେତେଜଣ ସ୍ଥାନୀୟ ଯୁବକ ନିଜସ୍ବ ଖର୍ଚ୍ଚରେ ମନ୍ଦିରକୁ ସଜେଇଛନ୍ତି।
ଗତ ରଥଯାତ୍ରା ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା। ଏହି ପ୍ରସଙ୍ଗରୁ ହିଁ କଟକ ଚଣ୍ଡୀମନ୍ଦିର ସଜାଇବା ପାଇଁ ଯୋଜନା କରିଥିଲେ ଯୁବଗୋଷ୍ଠୀ। ଏ ନେଇ ଗତ ମାସରେ ମନ୍ଦିର ପରିସରରେ ଯୁବକମାନେ ଏକାଠି ହୋଇଥିଲେ। ଦଶହରାରେ ଚଣ୍ଡୀମନ୍ଦିରକୁ ସଜେଇବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରାୟ ୨୫ଜଣ ଯୁବକ ଏଥିରେ ସହମତି ଜଣାଇଥିଲେ। ମୋଟ ଦେଢଲକ୍ଷ ଟଙ୍କା ଏହି ସାଜ୍ଜସଜ୍ଜାରେ ଖର୍ଚ୍ଚ ହୋଇଥିବାବେଳେ ଏଥିରେ କଲିକତାରୁ ୧୦ଜଣ ବ୍ୟକ୍ତି ନିୟୋଜିତ ହୋଇଥିଲେ। ଏବେ ପ୍ଲାଷ୍ଟିକ ଫୁଲ ଲାଗିଛି। ଦଶହରା ସମୟରେ ପ୍ରକୃତ ଫୁଲ ସହିତ ଫଳରେ ମନ୍ଦିରକୁ ସଜାଯିବ ବୋଲି ଯୁବକମାନେ କହିଛନ୍ତି। ଅନ୍ୟପକ୍ଷରେ ଶନିବାର ମା’ଙ୍କ ସୁନାବେଶ ସହସ୍ର କୁମ୍ଭାଭିଷେକ କାର୍ଯ୍ୟ ସରିଥିବାବେଳେ ରବିବାରଠାରୁ ଆରମ୍ଭ ହେବ ଷୋଡ଼ଶ ଉପଚାର। ଏଥିସହ ବିଭିନ୍ନ ଦିବସରେ ମା’ଙ୍କ ବେଶ ଅନୁଷ୍ଠିତ ହେବ।

ସଂକ୍ଷେପରେ
ମନ୍ଦିରର ଇତିହାସ
କନିକା ରାଜାଙ୍କ ପୁରୋହିତ ଥିଲେ ହଂସନାଥ ପଣ୍ଡା। ହଂସନାଥ ଦିନେ ଗାଈ ଚରାଉଥିବାବେଳେ ହାଲିଆ ହୋଇ ଏକ ମାଟିଗଦା ଉପରେ ବସି ପଡ଼ିଥିଲେ। ଫଳରେ ତାଙ୍କ ଦେହରେ ଅପୂର୍ବ ଶିହରଣ ଖେଳିଥିଲା। ଏଠାରେ କିଛି ଦୈବୀକୃପା ଅଛି ବୋଲି ସେ ଅନୁଭବ କରିଥିଲେ। ସେହିଦିନ ରାତିରେ ହଂସନାଥ ସ୍ବପ୍ନରେ ମା’ଙ୍କୁ ଦେଖିଥିଲେ। ଏ କଥା କନିକା ରାଜାଙ୍କୁ କହିବା ପରେ ଉକ୍ତ ସ୍ଥାନକୁ ଖୋଳାଯାଇଥିଲା। ବିଶ୍ୱାସ ରହିଛି ଯେ, ଖୋଳାଯିବା ସମୟରେ ୪୦ ଓଦର ସିନ୍ଦୂର ଓ ପରେ ମା’ଙ୍କ ମୂର୍ତ୍ତି ମିଳିଥିଲା। ଏକ ବଉଳଗଛ ମୂଳେ ପ୍ରଥମେ ମା’ଙ୍କ ମୂର୍ତ୍ତୀ ରଖାଯାଇ ପୂଜା ଆରମ୍ଭ ହୋଇଥିଲା। ଏଠାରେ ଏବେ ଗଢ଼ି ଉଠିଛି କଟକର ଆରାଧ୍ୟା କଟକଚଣ୍ଡୀଙ୍କ ମନ୍ଦିର।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri