Posted inପୁରୀ

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

ପୁରୀ ଅଫିସ, ୧୦ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। ଏଥିସହ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ମଠ, ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। କେତେକ ମଠରେ ଏହା ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛିି। ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ। ଭଜନ, କୀର୍ତ୍ତନରେ ଗୁଞ୍ଜରିତ ହେବ ମଠ, ମନ୍ଦିର। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛିି। ତେବେ ମଠ, ମନ୍ଦିର ସଂସ୍କୃତିକୁ ନେଇ ସମୃଦ୍ଧ ଶ୍ରୀକ୍ଷେତ୍ର ଝୁଲଣ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛିି। ବିଭିନ୍ନ ଦେବାଳୟରେ ପ୍ରସ୍ତୁତ ହୋଇଯାଇଛି ଝୁଲଣ କୁଞ୍ଜ। କୁଞ୍ଜ ପରିସରକୁ ଜରି ଜମ୍ବୁରାରେ ଆକର୍ଷଣୀୟ ଭାବେ ସଜେଇ ଦିଆଯାଇଛିି। ଏଥିସହ ବିଭିନ୍ନ ପ୍ରକାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି କୁଞ୍ଜ ପରିସର। ଏହି ସୁସଜ୍ଜିତ କୁଞ୍ଜରେ ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣ ଦୋଳିରେ ଝୁଲିବେ।
ଶ୍ରୀକ୍ଷେତ୍ରରେ ରହିଛି ଅନେକ ପୁରାତନ ମଠ। ପ୍ରାୟ ଅଧିକାଂଶ ମଠରେ ପୂଜା ପାଉଛନ୍ତି ରାଧାକୃଷ୍ଣ। ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀ ଆସିଛନ୍ତିି। ବିଶେଷକରି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠ, ନେବଳ ଦାସ ମଠ, ହରିଦାସ ମଠ, ଉତ୍ତରପାର୍ଶ୍ୱ ମଠ, ଜିୟର ସ୍ବାମୀ, ରାଧାବଲ୍ଲଭ ମଠ, ବଡ଼ ଓଡ଼ିଆ ପ୍ରଭୃତି ମଠରେ ବେଶ୍‌ ଆଡମ୍ବରରେ ଅନୁଷ୍ଠିତ ହେବ ଝୁଲଣ ଯାତ୍ରା। ଏହି ଉପଲକ୍ଷେ ବିଭିନ୍ନ ମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛିି। ନେବଳ ଦାସରେ ୫ ଦିନ ଧରି ଝୁଲଣ ଅନୁଷ୍ଠିତ ହେବ। ବିଭିନ୍ନ ଦିବସରେ ରାଧାକୃଷ୍ଣ, ଲକ୍ଷ୍ମୀ ନାରାୟଣ, ଲକ୍ଷ୍ମୀନୃସିଂହ ଏବଂ ରାମ ଲକ୍ଷ୍ମଣ ସୀତା କୁଞ୍ଜରେ ଦୋଳି ଖେଳିବେ। ପ୍ରତ୍ୟହ ନିତ୍ୟ ଆଳତୀ ପରେ ପ୍ରଭୁଙ୍କ ପାଇଁ ଝୁଲଣ ଆଳତୀ କରାଯିବ। ଏଥିସହ ସ୍ବତନ୍ତ୍ର ଭୋଗ ମଧ୍ୟ ଲାଗି କରାଯିବ। ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ପାଲା, ଦାସକାଠିଆ ଓ ପାରମ୍ପରିକ ଭଜନ ପରିବେଷଣ କରାଯିବ। ଏହାବ୍ୟତୀତ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri