Posted inଭଦ୍ରକ

ଆଜିଠୁ ଭଣ୍ଡାରିପୋଖରୀ ମୁନ୍‌ସୀ ମେଳଣ: ସମ୍ପର୍କ ଯୋଡ଼େ ଫଗୁଖେଳ

ଭଣ୍ଡାରିପୋଖରୀ,୫।୩(ଡି.ଏନ.ଏ.)- ଭଦ୍ରକ ଜିଲାର ପ୍ରସିଦ୍ଧ ଭଣ୍ଡାରିପୋଖରୀ ମୁନସୀ ମେଳଣ ଗୁରୁବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ମେଳଣ ଚାଲିବ। ଏ ନେଇ ପୋଲିସ ଓ ମୁନସୀ ମେଳଣ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଫଗୁ ରଙ୍ଗରେ ଭିଜିବେ ରାଧାଗୋବିନ୍ଦଜୀଉ ଠାକୁର। ଭିଜିବ ଭକ୍ତ, ଦେଖଣାହାରୀଙ୍କ ଦେହ ଓ ମନ। ମେଳଣକୁ ୩୦ରୁ ଊର୍ଦ୍ଧ୍ୱ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ଆଟୋପ ଶୋଭାଯାତ୍ରାରେ ମଣ୍ଡପକୁ ଆସିଥାନ୍ତି। ଭଣ୍ଡାରିପୋଖରୀ ଥାନା ପରିସରରେ ହେଉଥିବା ଏହି ମେଳଣ ଅଞ୍ଚଳର ମୁଖ୍ୟ ମେଳଣ ଭାବେ ପରିଚିତ। ଏହି ମେଳଣରେ ଫଗୁ ଖେଳ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିଥାଏ।
ଉଲ୍ଲେଖନୀୟ ଯେ, ବ୍ରିଟିଶ ଶାସନ ସମୟରୁ ମୁନସୀମାନଙ୍କ ଦ୍ୱାରା ଏହି ପର୍ବ ଆରମ୍ଭ ହୋଇଥିବାରୁ ଏହାର ନାମ ମୁନ୍‌ସୀ ମେଳଣ ରହିଛି। ମେଳଣକୁ ଦେଖିବା ପାଇଁ କେବଳ ଭଣ୍ଡାରିପୋଖରୀ ନୁହେଁ ଆଖପାଖ ବନ୍ତ, ଧାମନଗର ବ୍ଲକ ସହ ପଡ଼ୋଶୀ ଯାଜପୁର ଜିଲାରୁ ବହୁ ଲୋକ ଛୁଟି ଆସନ୍ତି। ୧୯୪୨ ଅଗଷ୍ଟ ୧୭ରେ ଭାରତଛାଡ଼ ଆନ୍ଦୋଳନରେ ଭଣ୍ଡାରିପୋଖରୀ ଥାନାକୁ ପୋଡ଼ି ଦିଆଯାଇଥିଲା। ଥାନା ପୋଡ଼ି ଘଟଣା ପରେ ମୁନସୀ ଓ ସାଧାରଣ ଜନତାଙ୍କ ସହ ସମ୍ପର୍କ ରକ୍ଷା ପାଇଁ ୧୯୪୩ରେ ଥାନା ପରିସରରେ ଆରମ୍ଭ ହୋଇଥିଲା ଏହି ମେଳଣ। ଚଳିତବର୍ଷ ଚୈତ୍ରମାସ ଏକାଦଶୀ ଓ ଦ୍ୱାଦଶୀ ତିଥିରେ ଏହି ପର୍ବ ପାଳନ ହେବାକୁ ଯାଉଛି। ରାଧାଗୋବିନ୍ଦଜୀଉ ମେଳଣର ମୁଖ୍ୟ ଠାକୁର। ମେଳଣକୁ ଅଧିକ ଆକର୍ଷଣୀୟ ପାଇଁ ଥାନା ଓ କମିଟି ପକ୍ଷରୁ ଦୁଇଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ମେଳଣର ଗୋଟିଏ ଦିନ ପୋଲିସ, ସାଧାରଣ ଜନତା ନିମନ୍ତ୍ରିତ ଠାକୁର ଓ ଭକ୍ତମାନଙ୍କ ସହ ମିଶି ଫଗୁ ଖେଳିଥାନ୍ତି। ମେଳଣ କମିଟିରେ ସଭାପତି ଲକ୍ଷ୍ମୀଧର ନାୟକ ଓ ସମ୍ପାଦକ ଭାବେ ଥାନାଧିକାରୀ ସନାତନ ସାହୁ ଦାୟିତ୍ୱ ତୁଲାଉଛନ୍ତି। ମଣ୍ଡପରେ ବିଜେ କରିଥିବା ବିମାନ ଆଗରେ ଥାନା ପକ୍ଷରୁ ଭୋଗ ଲଗାଯାଇ ବିଦାୟ ଦେବା ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri