ଆଜିଠାରୁ ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା: ଯୋଗଦେବେ ୧୮୦ କୁନି ବୈଜ୍ଞାନିକ

ଅନୁଗୋଳ ଅଫିସ, ୨୧।୧୨- ଅନୁଗୋଳ ହାଇସ୍କୁଲରେ ଶନିବାର ଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ୪୬ ତମ ବିଜ୍ଞାନମେଳା। ୩ ଦିନ ଧରି ହେବାକୁ ଥିବା ଏହି ବିଜ୍ଞାନମେଳାରେ ୧୮୦ ଜଣ କୁନି ବୈଜ୍ଞାନିକ ଯୋଗଦେବେ। ସେମାନଙ୍କୁ ଆଣିବାକୁ ବସ୍‌ ସୁବିଧା ହୋଇଥିବା ବେଳେ ରହିବା ଓ ଖାଇବା ପାଇଁ ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରକଳ୍ପ ପ୍ରଦର୍ଶନ ପାଇଁ ସ୍ଥାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଏହି ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀରେ ମୋଟ୍‌ ୧୮୦ଟି ପ୍ରକଳ୍ପ ପ୍ରଦର୍ଶନ କରାଯିବ। ଏଥିପାଇଁ ୧୮୦ ଜଣ କୁନି ବୈଜ୍ଞାନିକଙ୍କ ସହିତ ଜଣେ ଲେଖାଏ ଗାଇଡ ଶିକ୍ଷକଙ୍କୁ ମିଶାଇ ମୋଟ୍‌ ୩୬୦ ଜଣ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବେ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୨୦ ଜଣ ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ଜଣେ ଲେଖାଏ ଗାଇଡ ଶିକ୍ଷକ ଅନୁଗୋଳରେ ପହଞ୍ଚିଥିବା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ସୂଚନା ଦେଇଛନ୍ତି। ଆସୁଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଗାଇଡଙ୍କ ରେଜିଷ୍ଟ୍ରେଶନ୍‌ ପରେ ଅନୁଗୋଳ ହାଇସ୍କୁଲ, ସଂସ୍କୃତ ମହାବିଦ୍ୟାଳୟ, ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରାଯାଇଛି। ବିଶେଷକରି ୮୬ ଜଣ ଛାତ୍ରୀ ଓ ସେମାନଙ୍କ ୩୯ ଜଣ ଗାଇଡଙ୍କ ରହଣି ପାଇଁ ଅନୁଗୋଳ ହାଇସ୍କୁଲ ହଷ୍ଟେଲରେ ବ୍ୟବସ୍ଥା ହୋଇଛି। ଏହି ବିଜ୍ଞାନମେଳାର ପରିଚାଳନା ନିମନ୍ତେ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ୧୬ଟି ଟିମ୍‌ ଗଠନ କରିଛନ୍ତି। ଜିଲାର ୮୦ ଜଣ ବଛା ବଛା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ଜିଲାପାଳ ମନୋଜ କୁମାର ମହାନ୍ତି, ଏସ୍‌ପି ଜଗମୋହନ ମୀନା, କଲମ୍ବିଆ ବିଶ୍ୱ ବିଦ୍ୟାଳୟର ସହଯୋଗୀ ଚିକିତ୍ସା ବିଜ୍ଞାନ ଗବେଷକ ସୁନୀଲ କୁମାର ପାଣିଗ୍ରାହୀ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଗଙ୍ଗାଧର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜ୍ଞାନ ମେଳା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୨ ତାରିଖ ଅପରାହ୍ନରେ ଜାତୀୟ ଗଣିତ ଦିବସ ପାଳନ କରାଯିବ। ୨୩ ତାରିଖ ଉଦ୍‌ଯାପନୀ ଦିବସରେ ଛାତ୍ରୀଛାତ୍ରମାନେ ନାଲ୍‌କୋ ପରିଦର୍ଶନ କରିବେ। ଉଦ୍‌ଯାପନୀ ଉତ୍ସବରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri