ଆଜିଠାରୁ ୨୫୦ ଜିଲାରେ ବ୍ୟାଙ୍କଗୁଡିକର ଋଣମେଳା

ନୂଆଦିଲ୍ଲୀ,୩-୧୦: ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଗୁରୁବାରଠାରୁ ଦେଶର ୨୫୦ ଜିଲାରେ ଋଣ ମେଳା ଆୟୋଜନ କରାଯାଉଛି। ପାର୍ବଣ ସମୟରେ ଋଣ ଯୋଗାଣ ଲକ୍ଷ୍ୟରେ ଏଭଳି ମେଳା ଦ୍ୱାରା ଗ୍ରାହକଙ୍କ ସହ ସମ୍ପର୍କ ଯୋଡିବାକୁ ବ୍ୟାଙ୍କଗୁଡିକ ଯୋଜନା ରଖିଛନ୍ତି। କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନୁହେଁ ଘରୋଇ ବିତ୍ତ ପ୍ରତିଷ୍ଠାନଗୁଡିକ ମଧ୍ୟ ଏଥିରେ ଭାଗ ନେବେ ବୋଲି ଜଣାପଡିଛି। ୪ ଦିନ ବ୍ୟାପି ଚାଲିବାକୁ ଏହି କାର୍ଯ୍ୟକ୍ରମରେ ଖୁଚୁରା, କୃଷି, ଯାନବାହନ, ବାସଗୃହ, କ୍ଷୁଦ୍ରଶିଳ୍ପ ଏବଂ ବ୍ୟକ୍ତିଗତ ବର୍ଗରେ ଋଣ ଯୋଗାଇ ଦିଆଯିବ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ), ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି), ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଏବଂ କର୍ପୋରେଶନ ବ୍ୟାଙ୍କ ଭଳି ଅନ୍ୟ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଥିରେ ସାମିଲ ହେବେ।

ପ୍ରଥମ ପର୍ଯ୍ୟାୟରେ ଏସ୍‌ବିଆଇ ଦେଶର ୪୮ ଜିଲା ଏବଂ ବିଓବି ୧୭ ଏହି ମେଳା ଆୟୋଜନ କରୁଛି। ଏହାବାଦ କୃଷି ଋଣକୁ ପ୍ରୋତ୍ସାହିତ କରିବା ଲାଗି ବିଓବି ପକ୍ଷରୁ ବରୋଦା କିଶାନ ପଖଓ୍ବାଡା ପାଳନ କରାଯାଉଛି। ଗତ ମାସରେ ବ୍ୟାଙ୍କଗୁଡିକ ସେମାନଙ୍କ ପରଫରମାନ୍ସ ରିଭ୍ୟୁ ବେଳେ ଦେଶର ୪୦୦ ଜିଲାରେ ଏଭଳି ମେଳା ଆୟୋଜନ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଘରୋଇ ବ୍ୟାଙ୍କଗୁଡିକ ଏଥିରେ ସାମିଲ ହେବାକୁ ଇଚ୍ଛା କରିଛନ୍ତି। ଡିଜିଟାଲ ନେଣଦେଣ ବୃଦ୍ଧି, ବ୍ୟାଙ୍କିଙ୍ଗ ସେବାକୁ ଲୋକାଭିମୂଖୀ କରିବାକୁ ଧ୍ୟାନରେ ରଖି ଏଭଳି ମେଳା ଆୟୋଜନ ହେଉଛି। ପ୍ରାଥମିକ ପର୍ଯ୍ୟାୟ ଶେଷ ହେବା ପରେ ଚଳିତ ମାସ ୨୧ରୁ ୨୫ ଯାଏ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ଆଉ ୧୫୦ ଜିଲାରେ ଏଭଳି ମେଳା ଆୟୋଜନ କରିବାକୁ ଯୋଜନା ରଖାଯାଇଛି।

ଓଡ଼ିଶାରେ ୬ ଜିଲା ସାମିଲ
ଓଡ଼ିଶାର ୬ ଜିଲାରେ ଏହି ଗ୍ରାହକ ସମ୍ପର୍କ ଋଣ ମେଳା ଆୟୋଜନ କରାଯିବ। ଏସ୍‌ବିଆଇ ୨ ଜିଲାରେ ଉକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ଭୁବନେଶ୍ୱର ଏବଂ ସମ୍ବଲପୁର ଭଳି ସ୍ଥାନକୁ ଚୟନ କରାଯାଇଛି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମ (୪ ଏବଂ ୫ ତାରିଖ) ଏବଂ ସମ୍ବଲପୁର ଜୋନ କାର୍ଯ୍ୟାଳୟଠାରେ ଏହା ଅନୁଷ୍ଠିତ ହେବ। ଏଠାରେ ଋଣ ଯୋଗାଣ ସମେତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବ୍ୟାଙ୍କର ଅନ୍ୟାନ୍ୟ ପ୍ରଡକ୍ଟ ଏବଂ ସେବା ଯୋଗାଇ ଦିଆଯିବ। ଗ୍ରାହକଙ୍କୁ ବିଭିନ୍ନ ପ୍ରସଙ୍ଗରେ ଏଠାରେ ସଚେତନ କରାଯିବ। ନୂଆ କରି ଆରମ୍ଭ ହୋଇଥିବା ଇ-ମୁଦ୍ରା ଯୋଜନାରେ ଗ୍ରାହକଙ୍କୁ ୩୦ ସେକେଣ୍ଡରେ ୫୦ ହଜାର ଟଙ୍କା ତ୍ୱରିତ ଋଣ ଯୋଗାଇ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅନୁଗୋଳ ଏବଂ କଟକରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗଞ୍ଜାମ ଏବଂ ଗଜପତି ଜିଲାରେ ଆନ୍ଧ୍ର ବ୍ୟାଙ୍କ ମେଳା ଆୟୋଜନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri