ଆଜିଠାରୁ ମାଟ୍ରିକ ଖାତାଦେଖା: ସାନିଟାଇଜ ହେଲା ମୂଲ୍ୟାୟନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୫ା୫- ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ସକାଳ ୯ଟାରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ଏଥିପାଇଁ ଅଗ୍ନିଶମ ସେବା ସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ୍‌ କରାଯାଇଛି ା ପ୍ରଥମ ପର୍ଯ୍ୟାୟରେ ଇଂଲିଶ, ଗଣିତ, ଇତିହାସ ଓ ଭୂଗୋଳ ଖାତାଦେଖା ହେବ ା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତାଦେଖା ଚାଲିବ ା ଏଥିପାଇଁ ୮ଟି ୟୁନିଟରେ ୨୦୦ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ୮ଟି ୟୁନିଟ ପାଇଁ ୮ ଜଣ ମୁଖ୍ୟ, ୧୬ଜଣ ଉପମୁଖ୍ୟ ଏବଂ ୧୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ସ୍କ୍ରୁଟିନାଇଜର ଭାବେ କାମ କରିବେ। ବାକି ୧୬୦ ଶିକ୍ଷୟିତ୍ରୀ ଶିକ୍ଷକ ଖାତା ଦେଖିବେ। ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବେ। ୧୦ କିମି ଦୂରତ୍ୱରେ ଥିବା ଶିକ୍ଷୟିତ୍ରୀ ଶିକ୍ଷକମାନେ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେଉଥିବା ଜଣାପଡିଛି। ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ତତ୍ତ୍ୱାବଧାନରେ ଖାତାଦେଖା ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯାଇଛି ା