ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ ଶ୍ରୀକୃଷ୍ଣ ଓ ସୁଦାମାଙ୍କୁ ବିଦ୍ୟାଦାନ କରୁଥିଲେ। ସତ୍ୟକାମ ସଂଭ୍ରାନ୍ତବଂଶୀୟ ହୋଇ ନ ଥିଲେ ମଧ୍ୟ ସତ୍ୟନିଷ୍ଠ ଓ ଜିଜ୍ଞାସୁ ହୋଇଥିବାରୁ ଗୌତମ ଋଷି ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରିଥିଲେ। ସେତେବେଳେ ଆଶ୍ରମଗୁଡ଼ିକରେ କେବଳ ମୌଖିକ ଶିକ୍ଷା ଦିଆଯାଉଥିଲା। ଗୁରୁମାନେ କହୁଥିଲେ ଓ ଶିଷ୍ୟମାନେ ଶୁଣୁଥିଲେ। ଏଣୁ ବେଦର ଅନ୍ୟ ନାମ ଥିଲା ଶ୍ରୁତି। ଗୁରୁମାନଙ୍କୁ କୁହାଯାଉଥିଲା ଆଚାର୍ଯ୍ୟ। ”ଆଚିନୋତି ଚ ଶାସ୍ତ୍ରାର୍ଥଂ ଆଚାରେ ସ୍ଥାପୟତ୍ୟପି/ ସ୍ବୟଂ ଆଚରତେ ଯସ୍ତସୁ ଆଚାର୍ଯ୍ୟ ଇତି ସ୍ମୃତଃ।“ ଅର୍ଥାତ୍‌ ଯିଏ ଶାସ୍ତ୍ରାର୍ଥ ଚୟନ କରନ୍ତି, ତଦନୁଯାୟୀ ଆଚରଣ କରିବା ପାଇଁ ଶିଷ୍ୟକୁ ପ୍ରେରଣ କରନ୍ତି ଓ ନିଜେ ସେହିଭଳି ଆଚରଣ କରନ୍ତି, ସେମାନଙ୍କୁ ଆଚାର୍ଯ୍ୟ କୁହାଯାଏ। ତତ୍କାଳୀନ ଗୁରୁମାନେ ଥିଲେ ସମନ୍ବିତ ଉଚ୍ଚାରଣ ଓ ଆଚରଣର ଜୀବନ୍ତ ପ୍ରତୀକ। ଶିଷ୍ୟମାନେ ଗୁରୁଙ୍କ ଆଚରଣ ଦ୍ୱାରା ପ୍ରଭାବିତ ହେଉଥିଲେ ଓ ଠିକ୍‌ ସେହିଭଳି ଆଚରଣ କରିବା ପାଇଁ ଚେଷ୍ଟିତ ହେଉଥିଲେ। ଚରିତ୍ର ନିର୍ମାଣ ଥିଲା ସେକାଳର ଶିକ୍ଷାର ମୂଳଲକ୍ଷ୍ୟ। ଗୋପବନ୍ଧୁଙ୍କ ଭାଷାରେ- ”ଭାରତର ପ୍ରାଚୀନ ଯୁଗରେ ଛାତ୍ରମାନେ ଶିକ୍ଷା କରୁଥିଲେ କେବଳ ଶିକ୍ଷାଲାଭ ନିମନ୍ତେ। ପାଣ୍ଡିତ୍ୟ, ଜ୍ଞାନ ବ୍ୟତୀତ ଅଧ୍ୟୟନର ଆଉ କିଛି ସ୍ପର୍ଶସୁଲଭ ଲକ୍ଷ୍ୟ ନ ଥିଲା। ବହୁ ଶ୍ରମରେ ଉପାର୍ଜିତ ବିଦ୍ୟାକୁ ଲୋକେ ଅର୍ଥ ସଙ୍ଗରେ ବିନିମୟ ବା ବିକ୍ରୟ କରୁନଥିଲେ। ସକଳ ଶ୍ରେଣୀର ଶିକ୍ଷାର ଆଧାର ଥିଲା ସରଳ ଜୀବନ ସଙ୍ଗେ ଉଚ୍ଚଚିନ୍ତା। ଜୀବନ ନିମନ୍ତେ ବାଳକମାନେ ନିଜ ନିଜର କ୍ରିୟାପୁଞ୍ଜ କଠୋର ନିୟମ ଦ୍ୱାରା ପରିଚାଳିତ କରୁଥିଲେ। ଗୁରୁ ମଧ୍ୟ ଛାତ୍ରମାନଙ୍କ ଚରିତ୍ର ଗଠନରେ ମଧ୍ୟ ପ୍ରଧାନ ସହାୟକ ଥିଲେ।“
ସେହି ଋଷି ଆଶ୍ରମର ପାଠଶାଳା ଓଡ଼ିଶାର ଗ୍ରାମ୍ୟ ପରିବେଶରେ ଚାଟଶାଳୀ ବା ଚାହାଳି ରୂପରେ ମୁଣ୍ଡ ଟେକିଥିଲା। ଚାଟଶାଳୀରେ ଅବଧାନ ମାନେ ଶିକ୍ଷାଦାନ କରୁଥିଲେ। ଅବଧାନ୍‌ ଶବ୍ଦରୁ ଅବଧାନ ଶବ୍ଦର ସୃଷ୍ଟି। ଏହାର ଅର୍ଥ ହେଲା ମନୋଯୋଗ। ସମ୍ବୋଧିତ ବ୍ୟକ୍ତିଙ୍କ ମନୋଯୋଗ ଆକର୍ଷଣ କରିବା ପାଇଁ ଏହି ଶବ୍ଦ ବ୍ୟବହୃତ ହେଉଥିଲା। ଶିକ୍ଷକ ଚାଟ(ଛାତ୍ର)ମାନଙ୍କୁ ଏକାଗ୍ର ଚିତ୍ତରେ ଶୁଣିବାକୁ କହୁଥିବାରୁ ତାଙ୍କୁ ଅବଧାନ କୁହାଯାଉଥିଲା। କୋଣାର୍କ ମନ୍ଦିର ଗାତ୍ରରେ ଏକ ଚାଟଶାଳୀରେ ବେତହସ୍ତେ ଅବଧାନଙ୍କ ପ୍ରସ୍ତରମୂର୍ତ୍ତି ଥିବା କବି ମାୟାଧର ମାନସିଂହ ତାଙ୍କ କୋଣାର୍କ କବିତାରେ ଉଲ୍ଲେଖ କରିଛନ୍ତି। ଏଣୁ ତ୍ରୟୋଦଶ ଶତାବ୍ଦୀ ବେଳକୁ ଓଡ଼ିଶାରେ ଚାଟଶାଳୀ ଥିବାର ସୂଚନା ମିଳେ, କାରଣ କୋଣାର୍କ ମନ୍ଦିର ୧୨୪୫ ରୁ ୧୨୫୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିଲା। ଏହି ଚାଟଶାଳୀଗୁଡ଼ିକ ଦାଣ୍ଡପିଣ୍ଡାରେ ବା ଦୋଳବେଦୀରେ ବା କାହାରି ଖୋଲା ଘରେ ଚାଲୁଥିଲା। ଏକ ଚାଳଘରେ ଅବଧାନ ଚାଟ(ଛାତ୍ର)ମାନଙ୍କୁ ପାଠ ପଢ଼ାଉଥିଲେ। ଛାତ୍ରମାନେ ଭୂମି ଉପରେ ମୁଣ୍ଡାଖଡ଼ିରେ ଲେଖି ଅକ୍ଷର ଶିକ୍ଷା କରୁଥିଲେ। ଓଡ଼ିଶାର ବହୁ ବିଶିଷ୍ଟ ସାରସ୍ବତ ସାଧକ ବିଚାରପତି, ବୈଜ୍ଞାନିକ ଓ ପ୍ରାଜ୍ଞ ପୁରୁଷ ଏହି ଚାଟଶାଳୀରୁ ସୃଷ୍ଟି ହୋଇଛନ୍ତି।
ଓଡ଼ିଶାର ବିଶିଷ୍ଟ ବୈଜ୍ଞାନିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଡ. ପ୍ରାଣକୃଷ୍ଣ ପରିଜା ଲେଖିଛନ୍ତି ”ବାରଣ୍ଡା ଉପରେ ମୁଣ୍ଡାଖଡ଼ିରେ ଲେଖି ଆମେ ଅକ୍ଷର ଶିକ୍ଷା କରୁଥିଲୁ। ଯେତେବେଳେ ଲେଖାଲେଖି ଭୂଇଁରୁ ମାଟି ଉଠି ଯାଉଥିଲା, ସେତେବେଳେ ପିଲାମାନେ ପାଳିକରି ଗୋବରରେ ତାକୁ ଲିପି ଦେଉଥିଲେ (ମୋ ଛାତ୍ର ଜୀବନ)ା ଡ. ଶ୍ରୀରାମଚନ୍ଦ୍ର ଦାଶ ଲେଖିଛନ୍ତି, ”ଫାଉଣ୍ଟେନ୍‌ କଲମ ବା ନିବ୍‌ ଥିବା ସାଧାରଣ କଲମର ବ୍ୟବହାର କାହାରିକୁ ଜଣାନଥିଲା। ଏପରିକି କାଗଜର ବ୍ୟବହାର ମଧ୍ୟ ନ ଥିଲା। ତେଣୁ ଆମେ ତାଳପତ୍ର ଉପରେ ଲୁହା କଲମ ବା ଲେଖନୀ ସାହାଯ୍ୟରେ ଅକ୍ଷର ଶିଖୁଥିଲୁ (ମୋ ଅକୁହା କାହାଣୀ)ା ସମୟକ୍ରମେ କାଗଜ କଲମର ବ୍ୟବହାର ପ୍ରଚଳନ ହେଲା। ଜଷ୍ଟିସ୍‌ ହରିହର ମହାପାତ୍ର ତାଙ୍କ ଅବଧାନ ସମ୍ପର୍କରେ ଲେଖିଛନ୍ତି: ”ବଖରେ ଘରେ ତାଙ୍କର ରହିବା, ଶୋଇବା ଓ ପାଠ ପଢ଼ାଇବା। ସେ ବସନ୍ତି ଖଣ୍ଡିଏ ନଡିଆ ଚାଞ୍ଚ ଉପରେ। ରାତିରେ ତାହା ହୁଏ ତାଙ୍କର ଶଯ୍ୟା। ଖାଆନ୍ତି ପିଲାମାନଙ୍କ ଘରେ ଓଳିଏ ଓଳିଏ ପାଳିକରି।“(ଜୀବନ ଓ ଜୀବିକା)। ଡ. ଶ୍ରୀରାମଚନ୍ଦ୍ର ଦାଶ ମଧ୍ୟ ସେଭଳି ଚିତ୍ର ଦେଇଛନ୍ତି। ଅବଧାନମାନେ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରୁଥିଲେ। ପିଲାମାନଙ୍କୁ ପାଠ ପଢ଼ାଇବା ତାଙ୍କର ବୃତ୍ତି ନ ଥିଲା। ସେମାନେ ଦରମା ପାଉନଥିଲେ। ପାଠ ପଢ଼ାଇବା ଥିଲା ସେମାନଙ୍କ ବ୍ରତ। ପଣ୍ଡିତ ମୃତ୍ୟୁଞ୍ଜୟ ରଥ, କାଳିନ୍ଦୀଚରଣ ପାଣିଗ୍ରାହୀ, ଯତୀନ୍ଦ୍ର ମୋହନ ସିଂହ, ମହାପାତ୍ର ନୀଳମଣି ସାହୁଙ୍କ ଭଳି ଅନେକ ବିଶିଷ୍ଟ ଲେଖକ ଏହି ଚାଟଶାଳୀର ଗୁଣଗାନ କରିଛନ୍ତି। ସେଠାରେ ପଢ଼ା ହେଉଥିଲା ସଂଖ୍ୟା ଲିଖନ, ପଣିକିଆ, ଅକ୍ଷର ଲିଖନ, ମିଶାଣ, ଫେଡ଼ାଣ, ଗୁଣନ, ହରଣ, ଶ୍ରୁତଲିଖନ; ଯାହାକି ବ୍ୟାବହାରିକ ଜୀବନରେ କାମରେ ଆସୁଥିଲା। ଅବଧାନମାନଙ୍କ ବ୍ୟବହାର କଠୋର ଥିଲା। ସେମାନେ ଛାତ୍ରମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ପ୍ରଚଣ୍ଡ ମାଡ଼ ଦେଉଥିଲେ। ସ୍ବୟଂ ପ୍ରାଣକୃଷ୍ଣ ପରିଜା ଓ ଲୋକରତ୍ନ କୁଞ୍ଜବିହାରୀ ଦାଶ ପ୍ରମୁଖ ଅବଧାନଙ୍କଠାରୁ ମାଡ଼ ଖାଇଥିବା ସ୍ବୀକାର କରିଛନ୍ତି। କବି ଗଙ୍ଗାଧର ଓ ଫକୀରମୋହନ ମଧ୍ୟ ଅବଧାନଙ୍କ ମାଡ଼ ପ୍ରତି ସେମାନଙ୍କ ଭୟଥିବା ଉଲ୍ଲେଖ କରିଛନ୍ତି। ଥରେ ପ୍ରାଣକୃଷ୍ଣ ପରିଜାଙ୍କୁ ଅବଧାନ ବାନ୍ଧି ପକାଇଥିଲେ। ଦଉଡ଼ି ଛିଣ୍ଡି ଯାଆନ୍ତେ ସେ ପାଖରେ ପଡ଼ିଥିବା ଏକ ବେତ ଧରି ଶିକ୍ଷକଙ୍କୁ ବାଡ଼େଇବା ପାଇଁ ତାଙ୍କ ପଛେ ଗୋଡ଼ାଇଥିଲେ। ସେତେବେଳେ ସେ ଥିଲେ ଅବୋଧ ବାଳକ। ମାତ୍ର ସେହି ପ୍ରାଣକୃଷ୍ଣ ପରିଜା ଯେତେବେଳେ ୧୯୩୦ ମସିହାରେ ତାଙ୍କ ବାଲିକୁଦା ମାଇନର ସ୍କୁଲକୁ ବୁଲି ଆସିଲେ, ତତ୍କାଳୀନ ପ୍ରଧାନ ଶିକ୍ଷକ ନନ୍ଦକିଶୋର ସେନଗୁପ୍ତଙ୍କ ଆଗରେ ସେ ଚେୟାରରେ ନ ବସି ଡେସ୍କକୁ ଆଉଜି ଛିଡ଼ା ହୋଇଥିଲେ। ଡ. ଶ୍ରୀରାମଚନ୍ଦ୍ର ଦାଶ ଲେଖିଛନ୍ତି, ଏପରିକି ନଈପାଣି ଲୁଣି ହେବା ବେଳେ ଅବଧାନଙ୍କ ଗାଧୋଇବା ପାଇଁ ସେ କୂଅରୁ ପାଣି କାଢୁଥିଲେ (ତଥ୍ୟ- ଶ୍ରୀ ବୈଷ୍ଣବ ମହାନ୍ତି)। ଏହା ଥିଲା ଛାତ୍ର ଓ ଅବଧାନଙ୍କ ମଧ୍ୟରେ ସଂପର୍କ। ଯେଉଁମାନଙ୍କ ପାଇଁ ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ହୋଇପାରିଛି, ସେମାନେ ଏହି ଚାଟଶାଳୀରେ ପଢ଼ି ମଣିଷ ହୋଇଛନ୍ତି। ସେମାନେ ପରିଣତ ବୟସରେ ମଧ୍ୟ ଅବଧାନଙ୍କ ଛାଟକଥା ଭୁଲିନାହାନ୍ତି ଓ ସେହି ଛାଟପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।
ସଂପ୍ରତି ଆଶ୍ରମ ନାହଁି କି ଚାଳନିର୍ମିତ ଚାଟଶାଳୀ ନାହଁି , ଆଚାର୍ଯ୍ୟ ନାହାନ୍ତି କି ଅବଧାନ ନାହାନ୍ତି। ଅଛି ସୁଉଚ୍ଚ ସୁସଜ୍ଜିତ କୋଠା ଓ ଅଛନ୍ତି ଶିକ୍ଷକ। ଶିକ୍ଷାନୁଷ୍ଠାନ ଏବେ ଦଣ୍ଡମୁକ୍ତ ଅଞ୍ଚଳ। ସେଠାରେ ବେତର ସ୍ଥାନ ନାହଁି। ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନ ଏବେ ଶିକ୍ଷକଙ୍କ ମୁଖ୍ୟ କର୍ତ୍ତବ୍ୟ ନୁହେଁ। ଛାତ୍ରୀଛାତ୍ର କେଉଁ ପାଠ ପଢ଼ିଲେ ପ୍ରଚୁର ଅର୍ଥ ରୋଜଗାର କରିବେ, ସେହି ପାଠ ଯେଉଁ ଶିକ୍ଷକମାନେ ପଢ଼ାଇ ସେମାନଙ୍କୁ ସଫଳତାର ସ୍ବାଦ ଚଖାନ୍ତି, ସେମାନେ ଶ୍ରେଷ୍ଠ ଶିକ୍ଷକ ଭାବରେ ପରିଗଣିତ। ଶିକ୍ଷକମାନେ ଅତୀତର ଆଚାର୍ଯ୍ୟ ଓ ଅବଧାନମାନଙ୍କ ଭଳି ବିଦ୍ୟାଦାନ କରୁନାହାନ୍ତି। ଶିକ୍ଷକତା ସେମାନଙ୍କ ପ୍ରବୃତ୍ତି ନ ହୋଇ ବୃତ୍ତି ହୋଇଛି। ଆଜିକାଲି ଶିକ୍ଷକମାନେ ଦୁର୍ନୀତିଗ୍ରସ୍ତ ହେଉଥିବାର ସମ୍ବାଦ ଦୃଷ୍ଟିଗୋଚର ହେଉଛି। ସେତେବେଳେ ମନେପଡୁଛନ୍ତି ସେହି ଅତୀତର ସଂସ୍କାରସିଦ୍ଧ, ଚରିତ୍ରବନ୍ତ ଆଚାର୍ଯ୍ୟ ଓ ଅବଧାନ ା
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri