Categories: ଫୁରସତ

ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ରୁ ‘ଆର୍ଥ’

ସୌରମଣ୍ଡଳର ଗ୍ରହଗୁଡ଼ିକର ନାମକରଣ ପ୍ରାୟତଃ ଗ୍ରୀକ୍‌ ବା ରୋମ୍‌ ଦେବତାଙ୍କ ନାମାନୁସାରେ ନାମିତ ହୋଇଥାଏ। ମାର୍ସ, ନେପ୍‌ଚ୍ୟୁନ୍‌ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ମାତ୍ର ଆମେ ବସବାସ କରୁଥିବା ତଥା ସୌରମଣ୍ଡଳର ଏକମାତ୍ର ଜୀବନୋପଯୋଗୀ ଗ୍ରହ ପୃଥିବୀର ନାମକରଣ ହେଉଛି ଏକ ବ୍ୟତିକ୍ରମ। ତଥ୍ୟ ଅନୁଯାୟୀ, ପୃଥିବୀର ନାମକରଣ ଏକ ଆଙ୍ଗ୍ଲୋ-ସାକ୍ସନ ଶବ୍ଦରୁ ହିଁ ହୋଇଛି। ପୃଥିବୀର ଇଂରାଜୀ ଶବ୍ଦରୂପ ହେଉଛି ‘ଆର୍ଥ’। ଏହା ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ରୁ ଆସିଛି। ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ର ଅର୍ଥ ହେଉଛି ଭୂମି ଏବଂ ପାଣି। କେବଳ ଆମ ପୃଥିବୀରେ ହିଁ ଏହି ଦୁଇଗୋଟି ପଦାର୍ଥ ମିଳିଥାଏ। ତଥ୍ୟ ଅନୁଯାୟୀ, ପୃଥିବୀର ୭୧ ପ୍ରତିଶତ ଭାଗ ଜଳ ହୋଇଥିବା ବେଳେ ବାକିଭାଗ ହେଉଛି ମାଟି। ସେଥିଲାଗି ‘ଏର୍‌ଦା’ ଶବ୍ଦରୁ ‘ଆର୍ଥ’କୁ ରୂପାନ୍ତରିତ କରି ପୃଥିବୀର ନାମକରଣ କରାଯାଇଥିବା ଗବେଷକମାନେ ମତବ୍ୟକ୍ତ କରନ୍ତି। ସେତିକି ନୁହେଁ, ଆମେ ସମସ୍ତେ ଜାଣନ୍ତି ଯେ, ଦିନରାତି ମିଶି ୨୪ଘଣ୍ଟା। ଏକଥା ଯାହାକୁ ପଚାରିଲେ ବି ସେ କହିଦେଇପାରିବ । ୨୪ ଘଣ୍ଟାରେ ଗୋଟିଏ ଦିନ। ମାତ୍ର ବାସ୍ତବ ତଥ୍ୟ ହେଉଛି ଭିନ୍ନ। ତଥ୍ୟ ଅନୁଯାୟୀ, ବାସ୍ତବରେ ଦିନରାତି ମିଶି ଚବିଶ ଘଣ୍ଟା ନୁହେଁ। ବାସ୍ତବ ସମୟ ହେଉଛି ୨୩ ଘଣ୍ଟା ୫୬ ମିନିଟ୍‌ ଏବଂ ୪ ସେକେଣ୍ଡ। ଉଭୟ ଦିନ ଏବଂ ରାତି ମିଶି ମୋଟ୍‌ ୨୩ଘଣ୍ଟା ୫୬ମିନିଟ୍‌ରୁ ସାମାନ୍ୟ ବେଶି। କେବଳ ସମୟରେ ଏକ ସମାନ୍ତରାଳତା ରକ୍ଷା କରିବା ପାଇଁ ବହୁ ପ୍ରାଚୀନ କାଳରେ ଗୋଟିଏ ଦିନକୁ ମୋଟ୍‌ ୨୪ ଘଣ୍ଟାରେ ବିଭକ୍ତ କରାଯାଇଛି।

Share