ଆଗ ଭଳି ମିଳୁନି ଇଲିଶି

ରୂପ୍‌ସା, ୨୩।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ମୁହାଣରୁ ଧରାଯାଉଥିବା ଇଲିଶି ମାଛର ସ୍ବତନ୍ତ୍ର ଚାହିଦା ରହିଛି। ମତ୍ସ୍ୟଜୀବୀମାନେ ବହୁ ସଂଖ୍ୟାରେ ଇଲିଶି ଧରି ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଜୁନ୍‌, ଜୁଲାଇ ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଅଧିକ ପରିମାଣରେ ଇଲିଶି ଜାଲରେ ଧରାପଡ଼ିଥାନ୍ତି। ଏସବୁ ମୁହାଣରୁ ମିଳୁଥିବା ବଡ଼ ଇଲିଶିର ଓଜନ ୨ରୁ ୩କିଲୋ ପର୍ଯ୍ୟନ୍ତ ହୋଇଥାଏ। ବାଲେଶ୍ୱର ଉପକୂଳରୁ ଧରାଯାଉଥିବା ଏହି ମାଛ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯିବା ସହ ବମ୍ବେ, ସିଲିଗୁଡ଼ି, କଲିକତା ଆଦି ସ୍ଥାନକୁ ରପ୍ତାନି କରାଯାଇଥାଏ। ଘରଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଣ୍ଟରେ ଏହି ମାଛର ଚାହିଦା ନିଆରା। ନଦୀ ଜଳ ପ୍ରଦୂଷଣ ଓ ମାଛ ଧରା ପାଇଁ ବ୍ୟବହାର ହେଉଥିବା ସଂଖ୍ୟାଧିକ ଟ୍ରଲର, ଭୁଟୁଭୁଟି, ଗ୍ରୀନଲେଟର ଆଦି କାରଣରୁ ଆଗ ଭଳି ଆଉ ଇଲିଶି ମିଳୁନାହାନ୍ତି। ହାଟ, ବଜାରରେ ଏହାର ଦର ଆକାଶଛୁଆଁ। ପୂର୍ବବର୍ଷମାନଙ୍କ ଅପେକ୍ଷା ଏବର୍ଷ ଇଲିଶି ଆମଦାନୀ ହ୍ରାସ ପାଇଥିବାରୁ ମତ୍ସ୍ୟଜୀବୀଙ୍କୁ ରୋଜଗାର ଚିନ୍ତା ଘାରିଛି ।
ବାଲେଶ୍ୱର ଜିଲାର ଜଳକା ନଦୀ ମୁହାଣ ସନ୍ନିକଟ ବାହାବଳପୁର, ବୁଢ଼ାବଳଙ୍ଗ ମୁହାଣସ୍ଥିତ ବଳରାମଗଡ଼ି, ବାଲିଆପାଳ ଉପକୂଳ ସୁବର୍ଣ୍ଣରେଖା ମୁହାଣ ଓ ମାଛଧରା କେନ୍ଦ୍ରରେ ପ୍ରତିବର୍ଷ ଇଲିଶି ସମେତ ବିଭିନ୍ନ ସାମୁଦ୍ରିକ ମାଛ ଧରାଯାଇ ଆସୁଛି। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଜୁନ୍‌, ଜୁଲାଇ ବେଳକୁ ଇଲିଶି ମାଛଙ୍କ ମିଳନ ଋତୁ ଆରମ୍ଭ ହୋଇଥାଏ। ଏହି ସମୟରେ ଅନୁକୂଳ ପାଗ, ପାଣିର ସ୍ରୋତ ଓ ବାୟୁର ମନ୍ଥର ଗତି ଦ୍ୱାରା ଆକର୍ଷିତ ହୋଇ ବଙ୍ଗୋପସାଗରରୁ ମାଈ ଇଲିଶି ନଦୀ ମୁହାଣ ମଧୁର ଜଳରେ ଅଣ୍ଡା ଦେବା ପାଇଁ ଚାଲି ଆସନ୍ତି। କିନ୍ତୁ ଟ୍ରଲର, ଭୁଟୁଭୁଟି, ଦେଶୀ ଡଙ୍ଗା ଚଳାଚଳ ଯୋଗୁ ଅଣ୍ଡା ନଷ୍ଟ ହୋଇଯାଇଥାଏ। ଛୋଟ ଛୋଟ ମାଛ ଧରାଯିବା କାରଣରୁ ଇଲିଶି ସଂଖ୍ୟା ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି। ଏହାର ପ୍ରଭାବ ବଜାର ଦର ଉପରେ ପଡୁଛି।
ବାହାବଳପୁର ମାଛଧରା କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ରେ ଜଳକା ନଦୀ ମୁହାଣରୁ ୯ହଜାର ୧୬୬ ମେଟ୍ରିକ ଟନ୍‌ ମାଛ ଧରାଯାଇଥିଲା। ସେଥିରୁ ଇଲିଶିର ପରିମାଣ ଥିଲା ୨୯୩ ମେଟ୍ରିକ ଟନ୍‌। ୨୦୧୬-୧୭ରେ ଧରାଯାଇଥିବା ୮ହଜାର ୯୭୨ ମେଟ୍ରିକ ଟନ୍‌ ମାଛରୁ ୨୯୨ ମେଟ୍ରିକ ଟନ୍‌ ଇଲିଶି ଥିଲା। ୨୦୧୭-୧୮ ବର୍ଷରେ ୯ହଜାର ୩୧୧ ମେଟ୍ରିକ ଟନ୍‌ ମାଛରୁ ୩୧୫ ମେଟ୍ରିକ ଟନ୍‌ ଇଲିଶି, ୨୦୧୮-୧୯ରେ ମୋଟ୍‌ ଧରାଯାଇଥିବା ୯ହଜାର ୪୪ ମେଟ୍ରିକ ଟନ୍‌ ମାଛରୁ ୩୮୮ ମେଟ୍ରିକ ଟନ୍‌ ଇଲିଶି ଧରାଯାଇଛି। ଚଳିତବର୍ଷ ୨୦୧୯-୨୦ ବର୍ଷରେ ଅଗଷ୍ଟ ସୁଦ୍ଧା ୩ହଜାର ୨୪୦ ମେଟ୍ରିକ ଟନ ମାଛ ଧରାଯାଇଛି। ସେଥିରୁ ଇଲିଶିର ପରିମାଣ ମାତ୍ର ୧୫୦ଟନ୍‌। ସ୍ଥାନୀୟ ବଜାରରେ ୧କିଲୋ ଓଜନର ଇଲିଶିକୁ କିଲୋ ପ୍ରତି ୧୨ଶହରୁ ୧୪ଶହ ଟଙ୍କାରେ ବିକ୍ରି କରାଯାଉଛି। ୮ଶହ ଗ୍ରାମରୁ ଛୋଟ ଇଲିଶିକୁ ୮ଶହ ଟଙ୍କା, ୫ଶହ ଗ୍ରାମରୁ କମ୍‌ ୬ଶହ ଟଙ୍କା ଦରରେ ବ୍ରିକି ହେଉଛି। ତଟକା ନ ଥିବା ମାଛକୁ ସ୍ଥାନୀୟ ବ୍ୟବସାୟୀମାନେ କିଲୋ ପ୍ରତି ୫ଶହରୁ ୭ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଟ୍ରଲର ମାଲିକ ପ୍ରବୀର ସାହୁ କୁହନ୍ତି, ଏବର୍ଷ ଇଲିଶି ଆମଦାନୀ ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଯାହା ବି ମିଳୁଛି ମାଛଧରାରେ ସମସ୍ତ ଖର୍ଚ୍ଚ ଭରଣା କରିବା ପାଇଁ ଚଢ଼ାଦରରେ ବାହାରକୁ ରପ୍ତାନି କରିବାକୁ ବାଧ୍ୟ ହେଉଛୁ। ମତ୍ସ୍ୟଜୀବୀ ସଂଘ ସମ୍ପାଦକ ଗୋରାଚାନ୍ଦ ଜେନା କୁହନ୍ତି, ୨୦ବର୍ଷ ପୂର୍ବେ ଇଲିଶିର ଅଭାବ ନ ଥିଲା। ମାଛବଂଶର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ। ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ନଳିନୀକାନ୍ତ ଦାସ କୁହନ୍ତି, ମାଈ ଇଲିଶି ଅଣ୍ଡା ଦେବା ବେଳେ ମାଛଧରାରେ କଟକଣା ଲଗାଯିବା ଆବଶ୍ୟକ। ମତ୍ସ୍ୟଜୀବୀଙ୍କ ଜାଲରେ ଛନ୍ଦିହୋଇ ବହୁ ଅଣ୍ଡା ନଷ୍ଟ ହେଉଛି। ଅପରପକ୍ଷେ ଚାଷ ଜମିରେ କୀଟନାଶକ, ରାସାୟନିକ ସାର ବ୍ୟବହାର ଯୋଗୁ ନଦୀ ମୁହାଣର ମଧୁରଜଳ ପ୍ରଦୂଷଣ ହେଉଛି। ଏହା ମାଛ ସଂଖ୍ୟା ହ୍ରାସର ପ୍ରମୁଖ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri