ଆଗ ବିଜେଡି, ପଲଟି ଖାଇ ଭାଜପା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶାର ଖାଲି ପଡ଼ିଥିବା ୩ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ହେଲେ ସେଥିମଧ୍ୟରୁ ଗୋଟିଏ ନାମକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହୋଇଛି। ନବୀନ ପ୍ରଥମେ ସା ୬ଟା ୩୦ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ବିଜେଡିର ୩ ପ୍ରାର୍ଥୀ ଭାବେ ଦଳର ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଥିଲେ। ଏହାର କିଛି ସମୟ ପରେ ଭାଜପା ପକ୍ଷରୁ ଟୁଇଟ୍‌ କରାଯାଇ ଅଶ୍ୱିନୀଙ୍କୁ ଦଳର ପ୍ରାର୍ଥୀ ବୋଲି କୁହାଯାଇଥିଲା। ଫଳରେ ଅଶ୍ୱିନୀ ପ୍ରକୃତରେ କେଉଁ ଦଳର ପ୍ରାର୍ଥୀ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ୧୦ ମିନିଟ୍‌ ପରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଗଣମାଧ୍ୟମ ସାମ୍ନାକୁ ଆସି ଅଶ୍ୱିନୀ ଭାଜପା ପ୍ରାର୍ଥୀ ଏବଂ ତାଙ୍କୁ ବିଜେଡି ସମର୍ଥନ କରୁଛି ବୋଲି ସ୍ପଷ୍ଟ କରିଥିଲେ। ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ତାଙ୍କୁ ଅନୁରୋଧ କରିଥିବା ନବୀନ କହିଥିଲେ। ସଦ୍ୟ ସମାପ୍ତ ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଭୋଟ ପ୍ରତିଶତ ବଢାଇଥିବା ଭାଜପା ସଂଖ୍ୟା ନ ଥାଇ ମଧ୍ୟ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ କରିବାରେ ସମର୍ଥ ହୋଇଛି। ତେଣୁ ଏହାକୁ ଭାଜପାର କୂଟନୈତିକ ବିଜୟ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ପ୍ରାର୍ଥୀ ଘୋଷଣା କରିବାବେଳେ ନବୀନ ଆଗ ବିଜେଡି ପରେ ପଲଟି ଖାଇ ଭାଜପା ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା କହିବା ଏବେ ବିଭିନ୍ନ ମହଲରେ ଆଲୋଚନାର ଖୋରାକ ଯୋଗାଇଛି।
ଅଶ୍ୱିନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ବିଜେଡି-ଭାଜପା ମେଣ୍ଟ ଥିବା ସମୟରେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ସେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ବୟକାରୀ ଭାବେ କାର୍ଯ୍ୟ କରୁଥିଲେ। ବିଜେଡି ସଭାପତି ନବୀନଙ୍କ ସହ ମଧ୍ୟ ଅଶ୍ୱିନୀଙ୍କ ସମ୍ପର୍କ ରହିଥିଲା। ଏପରିକି ବାଜପେୟୀ ଅସୁସ୍ଥ ଥିବା ସମୟରେ ଅଶ୍ୱିନୀ ତାଙ୍କ ସହ ନବୀନଙ୍କୁ ଭେଟାଇବାରେ ପ୍ରମୁଖ ଭୂମିକା ନେଉଥିଲେ। ନିକଟରେ ସରିଥିବା ସାଧାରଣ ନିର୍ବାଚନ ପରେ ବିଜେଡି କେନ୍ଦ୍ର ସହ ଉତ୍ତମ ସମ୍ପର୍କ ରଖିବାକୁ ଚାହଁୁଥିବା ସ୍ପଷ୍ଟ ହୋଇଥିବା ସମୀକ୍ଷକମାନେ କହିଛନ୍ତି। ସେହିଭଳି ଦଳରେ ପରାଜିତ ହେଭିୱେଟଙ୍କ ଲମ୍ବା ତାଲିକା ଥିଲେ ମଧ୍ୟ ନବୀନ ଜଣଙ୍କୁ ବି ରାଜ୍ୟ ସଭା ପ୍ରାର୍ଥୀ କରିନାହାନ୍ତି। ନିର୍ବାଚନ ସମୟରେ ଦଳୀୟ ରଣନୀତି ପ୍ରସ୍ତୁତି ସହ ଆଇଟି ଏବଂ ସାମାଜିକ ଗଣମାଧ୍ୟମ ପରିଚାଳନାରେ ପ୍ରମୁଖ ଭୂମିକା ନେଇ ଅମରଙ୍କୁ ପୁରସ୍କୃତ କରାଯାଇଛି। ଅମର ନିର୍ବାଚନର କିଛିମାସ ପୂର୍ବରୁ ସରକାରୀ ଚାକିରି ଛାଡି ବିଜେଡିରେ ଯୋଗଦେବା ସହ ଆଇଟି ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ନିର୍ବାଚନ ଲଢି ନ ଥିଲେ ମଧ୍ୟ ଗଣମାଧ୍ୟମରେ ଦଳ ପକ୍ଷରୁ ସସ୍ମିତ ସମସ୍ତ ପ୍ରସଙ୍ଗରେ ମତ ରଖୁଥିଲେ। ଦଳ ପକ୍ଷରୁ ଗଣମାଧ୍ୟମରେ ଉପଯୁକ୍ତ ଭାବେ ପ୍ରତିନିଧିତ୍ୱ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିବା ସମୀକ୍ଷକମାନେ ମତ ଦେଇଛନ୍ତି। ଶୃଙ୍ଖଳିତ ଭାବେ ଦଳୀୟ କାର୍ଯ୍ୟ କଲେ ପୁରସ୍କୃତ ନିଶ୍ଚିତ ବୋଲି ବିଜେଡି ସଭାପତି ଏକ ସିଧାସଳଖ ବାର୍ତ୍ତା ଦେଇଛନ୍ତି। ଏଆଇଏଡିଏମ୍‌କେ, ୱାଇଏସ୍‌ଆର କଂଗ୍ରେସ ଏବଂ ଟିଆରଏସ୍‌ ପରି ବିଜେଡି ଜାତୀୟସ୍ତରରେ ଭାଜପାର ପରୋକ୍ଷ ସମର୍ଥନ କରୁଥିବା କେତେକ ସମୀକ୍ଷକ ମତ ଦେଇଛନ୍ତି। ବିଜେଡି ପକ୍ଷରୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ଅମର ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଥିବାରୁ ଦଳ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ସେ କୃତଜ୍ଞ। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଆଇଟି ସେଲ୍‌ର ମୁଖ୍ୟ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା। ତାହାକୁ ନିଷ୍ଠାର ସହ ତୁଲାଇବାକୁ ସେ ଚେଷ୍ଟା କରିଥିଲେ। ରାଜ୍ୟ ସଭାରେ ଦଳର ଶୃଙ୍ଖଳିତ କର୍ମୀଭାବେ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଉପସ୍ଥାପନ କରିବେ ବୋଲି ଅମର କହିଛନ୍ତି। ସେହିପରି ସସ୍ମିତ କହିଛନ୍ତି ଯେ, ରାଜ୍ୟ ସଭାକୁ ମନୋନୀତ କରାଯାଇଥିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ସବୁ ସମୟରେ ଦଳର ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଆସିଛି। ଉଚ୍ଚସଦନରେ ରାଜ୍ୟର ସ୍ବାର୍ଥସୁରକ୍ଷାକୁ ନିଶ୍ଚୟ ଗୁରୁତ୍ୱ ଦେବିି ବୋଲି ସସ୍ମିତ କହିଛନ୍ତି।
ରାଜ୍ୟ ସଭା ସଦସ୍ୟ ଥିବା ବିଜେଡି ନେତା ଅଚ୍ୟୁତ ସାମନ୍ତ ଲୋକ ସଭା, ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ପ୍ରତାପ ଦେବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେଣୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଆସନ ଖାଲି ହୋଇଥିଲା। ଅଚ୍ୟୁତ ଏବଂ ସୌମ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥିବା ବେଳେ ପ୍ରତାପ ଦେବଙ୍କର ୩ ବର୍ଷ କାର୍ଯ୍ୟକାଳ ରହିଥିଲା। ବରିଷ୍ଠତା ଦୃଷ୍ଟିରୁ ୫ ବର୍ଷିଆ କାର୍ଯ୍ୟକାଳ ଥିବା ଆସନରେ ଅମର ଏବଂ ଅଶ୍ୱିନୀ ଯିବେ ବୋଲି ଶୁଣାଯାଉଛି। ସେହିପରି ସସ୍ମିତ ୩ ବର୍ଷ ବାକି ଥିବା ଆସନରେ ରାଜ୍ୟ ସଭା ଯାଇପାରନ୍ତି ବୋଲି କୁହାଯାଉଛି। ହେଲେ କିଏ କେଉଁ ଆସନରୁ ରାଜ୍ୟ ସଭା ପ୍ରାର୍ଥିପତ୍ର ଦାଖଲ କରିବେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ଘୋଷଣା ବିଜେଡି ପକ୍ଷରୁ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri