ଆଗ ଥଇଥାନ, ପରେ ଉଚ୍ଛେଦ: ମେଳି କରି ଦାବି କଲେ ବ୍ୟବସାୟୀ

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଓଟିରୋଡ୍‌ର କୁରୁଡ଼ା ବାଇପାସ୍‌ରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଜବରଦଖଲକାରୀ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପାଇଁ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଆଇଟିଆଇସ୍ଥିତ ଇଡ୍‌କୋ ଛକରେ ବ୍ୟବସାୟୀମାନେ ଏକ ମେଳି କରି ଏଥିରେ ୭୦ରୁ ଊର୍ଦ୍ଧ୍ୱ ଦୋକାନୀ ସାମିଲ ହୋଇଥିଲେ। ଦୀର୍ଘଦିନ ଧରି ବ୍ୟବସାୟ କରି ପରିବାର ଭରଣପୋଷଣ କରୁଥିବାରୁ ପ୍ରଶାସନ ପ୍ରଥମେ ଥଇଥାନ କରି ଉଚ୍ଛେଦ କରିବା ପାଇଁ ଦାବି ହୋଇଛି।
ପ୍ରଶାସନ ପକ୍ଷରୁ ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ଆଇଟିଆଇରୁ ତାମୁଳିଆ ଫାଟକ ପର୍ଯ୍ୟନ୍ତ ଥିବା ୭୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ଗତ ଦୁଇଦିନ ଧରି ଡାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ସୂଚିତ କରାଯାଇଛି। ରାସ୍ତାର ଉଭୟପାର୍ଶ୍ୱରେ ସରକାରୀ ଜାଗାରେ ପକାଇଥିବା ଗୁମୁଟି ଏବଂ ବେଆଇନ ଭାବେ ନିର୍ମାଣ କରିଥିବା ପକ୍କା ଦୋକାନ ଘରକୁ ଭାଙ୍ଗି ସ୍ବଇଚ୍ଛାରେ ନିଜର ଜିନିଷପତ୍ର ନେଇଯିବା ପାଇଁ ନିବେଦନ କରାଯାଇଛି। ପୂର୍ବରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟାକୁ ଦୋକାନୀମାନଙ୍କ ଅନୁରୋଧକ୍ରମେ ପ୍ରଶାସନ କିଛିଦିନ ସମୟ ଦେଇଥିଲା। କିନ୍ତୁ ଦୋକାନୀମାନେ ଏଥିରେ ସହଯୋଗ ନ କରି ମିଳିତ ଭାବେ ବିରୋଧ କରିବା ଆରମ୍ଭ କରିଛନ୍ତି। ବୈଠକରେ ପୂର୍ବତନ ସଦର ବିଧାୟକ ଅରୁଣ ଦେ, ଭାଜପା ନଗର ସଭାପତି ସୀତାକାନ୍ତ ସ୍ବାଇଁ, ପୂର୍ବତନ କାଉନ୍‌ସିଲର ଚିତ୍ତରଞ୍ଜନ ପଣ୍ଡା, ଯୁବନେତା ମନୋଜ ପୋଦ୍ଦାର ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଭିନ୍ନ ଭିନ୍ନ ମତ ରଖିଥିଲେ। ବିଧାୟକ ପରିଡ଼ାଙ୍କ କହିବାନୁସାରେ ବ୍ୟବସାୟୀମାନଙ୍କର ଥଇଥାନ କଥା ପ୍ରଶାସନ ଚିନ୍ତା କରିବା ଉଚିତ୍‌। ସେହିପରି ପୂର୍ବତନ ବିଧାୟକ ଦେ ମଧ୍ୟ ଆଗ ଥଇଥାନ ପରେ ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇଥିଲେ। ଆୟୋଜିତ ବୈଠକ ଗଗନ ସେଠୀଙ୍କ ନେତୃତ୍ୱରେ ହୋଇଥିବାବେଳେ ବହୁ ଦୋକାନୀ ଏଥିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri