ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ ଚାହାନ୍ତି ବୋଲି ପାରସ୍‌ କହିଥିଲେ। ପାରସଙ୍କ ଏପରି କଥା ଶୁଣି ଆକାଂକ୍ଷା ଲଗାତର ଟିପ୍ପଣୀ ଦେଇଚାଲିଛନ୍ତି। କିନ୍ତୁ ‘ବିଗ୍‌ବସ’ ସରିବା ପରେ ପାରସ ଆକାଂକ୍ଷାଙ୍କୁ ନେଇ ଏମିତି କଥା କହିଛନ୍ତି, ଯାହା ଚର୍ଚ୍ଚା ପାଲଟିଛି।

ସେ କହିଛନ୍ତି, ଯଦି ଆକାଂକ୍ଷା ମୋତେ ଏତେ ଭଲ ପାଉଛନ୍ତି ତେବେ ମିଡିଆ ସମ୍ମୁଖରେ କହିବା କ’ଣ ଜରୁରୀ। ଆକାଂକ୍ଷା ମୋ’ ବିଷୟରେ ଯାହା ବି ମିଡିଆ ସମ୍ମୁଖରେ କହିଛନ୍ତି, ମୁଁ ବିଗ୍‌ବସ୍‌ ହୋମ୍‌ରେ ଥିବା ସମୟରେ। ଆକାଂକ୍ଷାଙ୍କ ଯୋଗୁ ତାଙ୍କୁ ସଲମାନଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ମୁଁ ଥରୁଟିଏ ଆକାଂକ୍ଷାଙ୍କୁ ଭେଟି ତାଙ୍କୁ ଆଗକୁ ବଢ଼ିବା ପାଇଁ ମରାମର୍ଶ ଦେବି। ଏତିକି କହିବି ମୁଁ ବର୍ତ୍ତମାନ ଆକାଂକ୍ଷାଙ୍କ ସହିତ ନାହିଁ। ‘ବିଗ୍‌ବସ୍‌’ ୧୩ ପରେ ପାରସ୍‌ ଶେହନାଜ୍‌ଙ୍କ ଶୋ’ ‘ମୁଝ୍‌ସେ ଶାଦୀ କରୋଗୀ’ରେ ଭାଗ ନେଇଛନ୍ତି। ପାରସ୍‌ ରିୟାଲିଟି ଶୋ’ ମାଧ୍ୟମରେ କନ୍ୟା ଖୋଜୁଛନ୍ତି।

Share