Posted inରାଜ୍ୟ

ଆକସ୍ମିକ ଭାବେ ଅପସରି ଗଲେ

କଟକ ଅଫିସ,୧୭ା୬: ନିଜ ଅଭିନୟର ଯାଦୁରେ ଲୋକଙ୍କ ଭିତରେ ତାରକା ଭାବେ ପରିଚିତ ହୋଇ ଆସିଲାବେଳକୁ ହଠାତ୍‌ ସେମାନଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ହତଚକିତ କରିଦିଏ। ପ୍ରତିଷ୍ଠା ସେମାନଙ୍କ ପାଦ ଚୁମିଲା ବେଳକୁ ସେମାନେ କିନ୍ତୁ ପରଲୋକରେ ପାଦ ଦେଇସାରିଥାନ୍ତି। ସେମାନଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଅନେକ କାରଣ, ନାନା ଚର୍ଚ୍ଚା ଘନୀଭୂତ ହୁଏ ସତ; କିନ୍ତୁ ସତ୍ୟ ଉପରୁ ପରଦା ହଟିପାରେନି। ରହସ୍ୟ ଭିତରେ ରହିଯାଏ ତାରକାଙ୍କ ମୃତ୍ୟୁ। ଦୁଇଦିନ ତଳେ ପ୍ରତିଭାବାନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ସେହିଭଳି ଏକ ଉଦାହରଣ। ମାନସିକ ଅବସାଦ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ବଲିଉଡ୍‌ କିମ୍ବା ଓଲିଉଡ୍‌ରେ ସେଲିବ୍ରିଟି ବିଶେଷ କରି ପ୍ରତିଭାବାନ ତାରକାଙ୍କ ଆତ୍ମହତ୍ୟା କିମ୍ବା ସନ୍ଦେହଜନକ ମୃତ୍ୟୁ ଘଟଣାର ଅନେକ ନଜିର ରହିଛି।

ଚର୍ଚ୍ଚାରେ ଥିଲା ଆଲବମ୍‌ ଷ୍ଟାର ପପୁଙ୍କ ଆକସ୍ମିକ ମୃତ୍ୟୁ
ଶୁଭକାନ୍ତ ସାହୁ ଓରଫ୍‌ ପପୁ। ଓଡ଼ିଆ ଆଲବମ ଜଗତରେ ପପୁ ଜଣେ ବେଶ୍‌ ପରିଚିତ ଚେହେରା ଥିଲେ। ଓଡ଼ିଆ ଆଲବମ ଜଗତକୁ ସେ ଅନେକ ସୁପରହିଟ୍‌ ଗୀତ ଦେଇଛନ୍ତି। ଏହାଛଡ଼ା ସିରିଏଲ ଓ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳୁଥିଲା। ୨୦୦୮ ମାର୍ଚ୍ଚ ୨୨ ତାରିଖ ହୋଲି ଦିନ ହଠାତ୍‌ ପପୁଙ୍କ ଝୁଲନ୍ତା ମୃତଦେହ ଭୁବେନଶ୍ୱର ଓଲ୍ଡଟାଉନସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ସଫଳତାର ଶିଡି ଚଢୁଥିବା ପପୁଙ୍କ ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ। ମାନସିକ ଅବସାଦ ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ ତାଙ୍କ ଭାଇ ସୂର୍ଯ୍ୟକାନ୍ତ।

ଟେଲି ଅଭିନେତ୍ରୀ ନିକିତା
୨୦୧୯ ଜାନୁୟାରୀ ୫ରେ ଟେଲିଭିଜନ ଦୁନିଆର ପରିଚିତ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଛାତରୁ ପଡ଼ି ମୃତ୍ୟୁ ଘଟିଥିଲା। ୪ ତାରିଖରେ ସେ ମହାନଦୀ ବିହାରସ୍ଥିତ ବାପଘରେ ଥିବାବେଳେ ଏଭଳି ଘଟିଥିଲା। ମେଡ଼ିକାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା କରିଥିବା ପ୍ରଥମେ କୁହାଯାଉଥିଲେ ମଧ୍ୟ ପରେ ଚାଉଳିଆଗଞ୍ଜ ଥାନା ପୋଲିସ ନିକିତାଙ୍କ ସ୍ବାମୀ ଲିପନ ସାହୁଙ୍କୁ ଗିରଫ କରିଥିଲା। ନିକିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ। କିନ୍ତୁ ଲିପନଙ୍କ ପରିବାର ଏହି ଘଟଣାକୁ ଗ୍ରହଣ ନ କରିବା ସହ ସବୁବେଳେ ଭିନ୍ନ ମତ ଦେଇଆସୁଥିଲେ।

ରାଜାଙ୍କ ସନ୍ଦେହଜନକ ମୃତ୍ୟୁ
ଆଲବମ୍‌ ତଥା ଟିଭି ଅଭିନେତା ରାଜା ଓରଫ ରଣଜିତ ପଟ୍ଟନାୟକ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସାଥୀ କଳାକାର କହିଥିଲେ। କିନ୍ତୁ ପରେ ଏହାକୁ ନେଇ ବିବାଦ ଉପୁଜିବା ସହ ସନ୍ଦେହଘେରକୁ ଆସିଥିଲେ ଜଣେ ଅଭିନେତ୍ରୀ। ରାଜାଙ୍କ ସହ ସେଦିନ କାର୍ଯ୍ୟକ୍ରମକୁ ଯାଇଥିବା ଅଭିନେତ୍ରୀ ଜଣଙ୍କ ପୋଲିସର ତଦନ୍ତ ପରିସରଭୁକ୍ତ ମଧ୍ୟ ହୋଇଥିଲେ। ୨୦୧୬ ଫେବୃୟାରୀ ପ୍ରଥମ ସପ୍ତାହର ଏହି ଘଟଣାକୁ ୪ବର୍ଷ ବିତିଥିଲେ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିନାହିଁ।

ସେଲ୍‌ଫି ବେବୋ ସିମରନ୍‌
ସମ୍ବଲପୁରୀ ଆଲବମ୍‌ର ଲୋକପ୍ରିୟ କଳାକାର ସିମରନ ସିଂଙ୍କ ମୃତଦେହ ୨୦୧୯ ଜାନୁୟାରୀ ୩ରେ ସମ୍ବଲପୁର ଜିଲା ଗୋଇରାମଠ ନିକଟସ୍ଥ ମହାନଦୀ ବ୍ରିଜ ତଳୁ ମିଳିଥିଲା। ସେଲ୍‌ଫି ବେବୋ ଗୀତରେ ଅଭିନୟ କରି ସେ ସେହି ନାମରେ ହିଁ ପରିଚିତ ହୋଇଥିଲେ ସିମରନ। ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପରେ ସିମରନଙ୍କ ସ୍ବାମୀ ଯୁଗ ସୁନାଙ୍କୁ ବୁର୍ଲା ଥାନା ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri