Categories: ଫୁରସତ

ଆଉ ଦେଖିବାକୁ ମିଳିବନି ଲାଲ୍‌ରଙ୍ଗର ସେଓ

ସାଧାରଣତଃ ବଜାରରେ ଲାଲ୍‌ରଙ୍ଗର ସେଓ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ମାତ୍ର ଏବେ ଆଉ ଏହି ସେଓ ଦେଖିବାକୁ ମିଳିବନି। ଏଥିପାଇଁ ପରିବର୍ତ୍ତିତ ଜଳବାୟୁ ହିଁ ଦାୟୀ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଆଜିକାଲି ବଜାରରେ ଯେଉଁ ସେଓ ଦେଖିବାକୁ ମିଳୁଛି ଏହା ମଧ୍ୟଏସିଆର କାଜାକିସ୍ତାନର ପାହାଡ଼ିଆ ଅଞ୍ଚଳରେ ଚାଷ ହୋଇଥାଏ। କାଜାକିସ୍ତାନ ଏହାକୁ ଚାଇନାର ପାହାଡ଼ ସୀମାରୁ ଆଣି ଲଗାଇଥାଏ। କିନ୍ତୁ ଜଙ୍ଗଲରୁ ଲାଲ୍‌ରଙ୍ଗର ସେଓ ଉଭାନ ହେବାକୁ ବସିଛି। ପ୍ରାୟ ୯୦ ପ୍ରତିଶତ ଲାଲ୍‌ରଙ୍ଗର ସେଓ ଲୋପ ପାଇଗଲାଣି। ଏବେ ନୂଆ ନୂଆ କିସମର ସେଓ ଚାରା ଲଗାଯାଉଛି। ଫଳରେ ଲାଲରଙ୍ଗର ସେଓ ମୂଳପୋଛ ହେବାକୁ ବସିଛି।

କାଜାକିସ୍ତାନ ଜଙ୍ଗଲରେ ଯେଉଁ ସେଓଗଛ ମନକୁ ଉଠୁଛି ତାହା ହଳଦିଆ ରଙ୍ଗର ହେଉଛି।
ନ୍ୟୁଜିଲାଣ୍ଡର ଡେଭିଡ୍‌ ଚେଗ୍ନ କୁହନ୍ତି, ଏନ୍‌ଜାଇମ୍‌ ମିଶାଇ କୌଣସି ସେଓ ରଙ୍ଗ ନିର୍ଦ୍ଧାରିତ କରାଯାଉଛି। କୌଣସି ସେଓରେ ଏନ୍‌ଜାଇମ୍‌ର ନିୟନ୍ତ୍ରଣ ସ୍ବତନ୍ତ୍ର କିସମର ପ୍ରୋଟିନ୍‌ ପ୍ରସ୍ତୁତ କରିଥାଏ। ବୈଜ୍ଞାନିକମାନେ ଏହାକୁ MYB 10 ନାମ ଦେଇଛନ୍ତି। ଏହାର ମାତ୍ରା ଯେତେ ଅଧିକ ହେବ ସେଓର ରଙ୍ଗ ସେତେ ଲାଲ୍‌ ହେବ। ତେଣୁ ସେଓର ରଙ୍ଗ ସମ୍ପୂର୍ଣ୍ଣ ନିର୍ଭର କରିଥାଏ ତାପମାତ୍ରା ଉପରେ।

Share