ଆଉ ଥରେ ଜନ୍ମ ନେଲେ ଜଣେ ଦରଦୀ ଚିକିତ୍ସକ ହେବି

ଡାକ୍ତର ଦୀନବନ୍ଧୁ ସାହୁଙ୍କ ଜନ୍ମ ଅନୁଗୋଳ ଜିଲା ଛେଣ୍ଡିପଦାରେ। ସେ ଏକଧାରରେ ଜଣେ ଚିତ୍ରଶିଳ୍ପୀ,କବି,ଅଭିନେତା ଓ ବେହେଲା ବାଦକ। ପ୍ରାଚୀନ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା ପ୍ରତି ରୁଚି ରଖୁଥିବା ଦୀନବନ୍ଧୁ ପାଲା ପରିବେଷଣ କରିବାକୁ ଭଲ ପାଆନ୍ତି। କଳାହାଣ୍ଡି ଜିଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାରେ ଅବସ୍ଥାପିତ ଏହି ଭେଷଜ ବିଶେଷଜ୍ଞଙ୍କ ନିଜକଥା ସମ୍ପର୍କରେ…

ସକାଳ କେମିତି ଆରମ୍ଭ ହୁଏ ?
ସକାଳ ପ୍ରାୟ ୬ଟା ପୂର୍ବରୁ ଶଯ୍ୟାତ୍ୟାଗ କରେ। ନିତ୍ୟକର୍ମ ସରିବା କରେ କିଛି ସମୟ ପ୍ରାତଃ ଭ୍ରମଣ ଏବଂ ଶାରୀରିକ ବ୍ୟାୟାମ କରେ। ସକାଳ ୮ଟାରୁ ବୃତ୍ତିଗତ ଜୀବନ ଆରମ୍ଭ ହୋଇଯାଏ।
କେଉଁ ଖାଦ୍ୟରେ ରୁଚି ରଖନ୍ତି ?
ଆଳୁ, ବାଇଗଣ, ଟମାଟୋ ପୋଡା, ବଡିଚୁରା ସହିତ ଦହି ପଖାଳ ମୋର ଅତି ପ୍ରିୟ।
ପ୍ରଥମ ଦରମା କ’ଣ କରିଥିଲେ ?
ନବରଙ୍ଗପୁର ଜିଲା ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୋର ଡାକ୍ତରୀ ଚାକିରି ଆରମ୍ଭ ହୋଇଥିଲା। ପ୍ରଥମ ଦରମା ୪୦୪୨ ଟଙ୍କା ପାଇଥିଲି। ପିଲାଦିନରୁ ବେହେଲା ବାଦନ ପ୍ରତି ମୋର ଦୁର୍ବଳତା ଥିଲା। ମୁଁ ରାୟପୁରରୁ ସେହି ଟଙ୍କାରେ ବେହେଲା କିଣିଥିଲି , ଯାହା ଆଜି ଯାଏଁ ମୋର ସୁଖଦୁଃଖର ସାଥୀ ହୋଇ ରହିଛି।
ସିନେମା ଦେଖନ୍ତି କି ?
ହଁ, ତୃତୀୟ ଶ୍ରେଣୀରେ ପଢ଼ିବା ବେଳେ ବାପାଙ୍କ ସହ ଏକ ହିନ୍ଦୀ ସିନେମା ଦେଖିବାକୁ ସୁଯୋଗ ପାଇଥିଲି। କଳାମତ୍କ, ଉଚ୍ଚମୂଲ୍ୟବୋଧଭିତ୍ତିକ ସିନେମା ମୋତେ ଭଲ ଲାଗେ।
କେଉଁ କାମରେ ଆଗ୍ରହ ରହିଛି ?
ଡାକ୍ତରୀ ବୃତ୍ତିକୁ ବାଦ୍‌ ଦେଲେ ଚିତ୍ର ଆଙ୍କିବା, ଅଭିନୟ, ସାହିତ୍ୟ , ବହୁବିଧ ସ୍ବରାନୁକରଣ, ବେହେଲା ବାଦନ ଆଦି ପ୍ରତି ମୋର ଆଗ୍ରହ ଓ ରୁଚି ରହିଛି।
କେଉଁ ରଙ୍ଗ ପସନ୍ଦ କରନ୍ତି?
ଜଣେ ଚିତ୍ରଶିଳ୍ପୀ ଭାବେ ସବୁ ରଙ୍ଗ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକ ତଥା ସ୍ଥଳ ଓ ପ୍ରସଙ୍ଗ ବିଶେଷରେ ପ୍ରତିଟି ରଙ୍ଗର ମହତ୍ତ୍ୱ ଭିନ୍ନ ଭିନ୍ନ। ତେବେ ସବୁଜ ରଙ୍ଗ ମୋର ପ୍ରିୟ।
ପନତ୍ୀଙ୍କର କେଉଁ ଗୁଣ ଭଲ ଲାଗେ ?
ମୋ ପନତ୍ୀ ନିବେଦିତା ଜଣେ ଚକ୍ଷୁ ବିଶେଷଜ୍ଞା। ଅପେକ୍ଷାକୃତ ସେ ମୋ ଠାରୁ ଟିକିଏ ଅଧିକ ବାସ୍ତବବାଦୀ। ତାଙ୍କର ସ୍ପଷ୍ଟବାଦିତା, ନିର୍ଭୀକତା, ପରିବାର ପ୍ରତି ତ୍ୟାଗ ଓ ସ୍ନେହ ମନୋଭାବ ମୋତେ ଅତି ଭଲ ଲାଗେ।
ଜୀବନର କିଛି ଅଭୁଲା ସ୍ମୃତି ?
୨୦୧୪ ମସିହାରେ ଶ୍ରୀକ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଲଳିତ କଳା ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ନୀଳଚକ୍ରର ଶୀର୍ଷକ ସର୍ବଭାରତୀୟ ଚିତ୍ରକଳା ଶିବିରରେ ଅଂଶଗ୍ରହଣ ମୋ ଜୀବନର ଏକ ଅଭୁଲାସ୍ମୃତି। ଚିତ୍ରଶିଳ୍ପୀ ବୁଝା ପ୍ରସାଦ ଦାସ, ଯତୀନ ଦାସ, ରାମଚନ୍ଦ୍ର ଜେବୀ ପ୍ରମୁଖ ଶିଳ୍ପୀଙ୍କ ସହ ଏକାଠି ହେବାର ଏକ ଅପ୍ରତ୍ୟାଶିତ ସୌଭାଗ୍ୟ ଥିଲା।
ଆର ଜନ୍ମରେ କ’ଣ ହେବାକୁ ଚାହାନ୍ତି ?
କଷ୍ଟସାଧ୍ୟ ହେଲେ ବି ଡାକ୍ତରୀ ବୃତ୍ତି ମହନୀୟ। ମାନବ ସେବା ହିଁ ମାଧବ ସେବା। ଆଉ ଥରେ ଜନ୍ମ ହେଲେ ଜଣେ ଦକ୍ଷ, ଦରଦୀ, ମାନବବାଦୀ ଚିକିତ୍ସକ ହେବାକୁ ଚାହୁଁଛି।
-ସଞ୍ଜୀବ କୁମାର ଯୋଷୀ


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri