ଆଉ ଜଣେ ନବାଗତା

ଜଣେ ନବାଗତା ନିଜ ନାମକୁ ନାୟିକା ଦୌଡରେ ସାମିଲ କରିଛନ୍ତି। ସେ ହେଲେ ସ୍ବାତୀ। ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ ଅଫ ଲଭ୍‌’ର ଫିମେଲ ଲିଡ୍‌ରେ ଅଭିନୟ କରୁଛନ୍ତି ସେ। ପ୍ରଥମେ ମଡେଲିଂ ଆଉ ଏବେ ବଡ ପରଦାରେ ଡାଇରେକ୍ଟ ଏଣ୍ଟ୍ରି। ଏ.ଆର. ରହମନ ଏବଂ ପ୍ରସନ୍ନ ଦ୍ୱିବେଦୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଏଥିରେ ସ୍ବାତୀଙ୍କ ସହ ମେଲ୍‌ ଲିଡ୍‌ରେ ଅଛନ୍ତି ଦୀପକ। ଅନ୍ୟପକ୍ଷରେ ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ଅଶୋକ ଦାସ, ଗୁଡ୍ଡୁ, ଶକ୍ତି ବରାଳ ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

Share