ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌: ୧୪ ଦେଶର କଳାକାର ନିର୍ମାଣ କରିଛନ୍ତି ୨ ଶହ କଳାକୃର୍ତ୍ତି

ବେଜିଂ,୩।୧: ଚାଇନାରେ ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌ ଆରମ୍ଭ ହୋଇଛି। ସ୍ଥାନୀୟ ହେଲୋଙ୍ଗୟାଙ୍ଗ୍‌ ପ୍ରଦେଶର ହାର୍ବିନ୍‌ଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ୧୪ ଦେଶର କଳାକାର ଯୋଗଦେଇ ୨ ଶହ ଆକର୍ଷଣୀୟ କଳାକୃର୍ତ୍ତି ନିର୍ମାଣ କରିଛନ୍ତି। ୬ ଲକ୍ଷ ବର୍ଗ ମିଟରରେ ଥିବା ଏହି ସ୍ନୋ ଓ୍ବାଲର୍‌ଡରେ ୨.୨୦ କ୍ୟୁବିକ୍‌ ମିଟର ବରଫରେ ଶହେ ମିଟର ଉଚ୍ଚା ପର୍ଯ୍ୟନ୍ତ ବିଭିନ୍ନ କଳାକୃତ୍ତି ନିର୍ମିତ ହୋଇଛି। ପ୍ରଥମେ ୧୯୮୫ରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଲୋକେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ପରେ ପ୍ରତିବର୍ଷ ଏଠାରେ ଏହି ଉତ୍ସବ ଶୀତଦିନେ ଅନୁଷ୍ଠିତ ହୋଇଆସୁଛି। ବରଫରେ ନିର୍ମିତ ହୋଇଥିବା ବିଭିନ୍ନ କଳାକୃର୍ତ୍ତି ଦେଖିବା ପାଇଁ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ।

Share