ଆଇସ୍‌କ୍ରିମ ବିକ୍ରି କରିବେ କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଫଟୋ ଓ ଭିଡିଓ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ନିକଟରେ ସେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହା ଦର୍ଶକଙ୍କୁ ପସନ୍ଦ ଆସିଛି। ଏଥିରେ ସେ ଆଇସ୍‌କ୍ରିମ ବିକ୍ରି କରିବା କଥା କହିଛନ୍ତି। ଆଉ ଏହାର ମୂଲ୍ୟ ରହିଛି ୨ ଲକ୍ଷ ଟଙ୍କାରୁ ଅଧିକ। ଏହାକୁ ଦେଖିବା ପରେ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଅବଶ୍ୟ ଉକ୍ତ ଆଇସ୍‌କ୍ରିମକୁ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ତାଙ୍କୁ ଦେଇଥିବା ସେ କହିଛନ୍ତି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଡେଲିଭରୀ ବୟ ଏକ ବକ୍ସ ସହ କାର୍ତ୍ତିଙ୍କ ଘର ସାମ୍ନାରେ ପହଞ୍ଚିଛନ୍ତି। ଆଉ କାର୍ତ୍ତିକ ଆସିବା ପରେ ସେ କହୁଛନ୍ତି ଏହି ବକ୍ସ ତାଙ୍କ ପାଇଁ କରନ ଜୋହର ପଠାଇଛନ୍ତି। ଏହି କ୍ୟାପଶନ ଅନୁମାନ ଲାଗାଯାଉଛି କି ଏଥିରେ ଆଇସକ୍ରିମ ରହିଛି ଓ କାର୍ତ୍ତିକ ଏହାର ପ୍ରଶଂସା କରିବା ସହ ଏହାକୁ ବିକ୍ରି କରିବାକୁ କହୁଛନ୍ତି। ଆଉ ଏସବୁ ସେ ମଜାଳିଆ ଢଙ୍ଗରେ କହୁଥିବା ଦେଖାଯାଇଛି।

Share