Categories: ଫୁରସତ

ଆଇସ୍‌କ୍ରିମ୍‌ ଚାଟି ଖାଇ ଫ୍ରିଜ୍‌ରେ ରଖିବା ଯୁବକଙ୍କ ପାଇଁ ପଡ଼ିଲା ମହଙ୍ଗା, ମାସେ ଜେଲ୍‌ ସହ ୧ ଲକ୍ଷ ଟଙ୍କା ଜରିମାନା

ଓ୍ବାଶିଂଟନ୍‌: ଆମେରିକାର ଆଣ୍ଡର୍‌ସନ ନାମକ ଜଣେ ୨୪ ବର୍ଷୀୟ ଯୁବକ ଆଇସ୍‌କ୍ରିମ ଚାଟି ଖାଇ ଫ୍ରିଜ୍‌ରେ ରଖିଦେବାରୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ତାଙ୍କୁ ୩୦ ଦିନ ଜେଲ୍‌ ଏବଂ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିଛି। ଆଣ୍ଡରସନ୍‌ ହୁଷ୍ଟନ୍‌ ସହରରୁ ୧୪୫ କିଲୋମିଟର ଦୂର ପୋର୍ଟ ଆର୍ଥରସ୍ଥିତ ଓ୍ବାର୍ଟମାର୍ଟ ସୁପରମାର୍କେଟରେ ଥିବା ଏକ ଦୋକାନ ଫ୍ରିଜ୍‌ରୁ ଆଇସ୍‌କ୍ରିମ ବାହାର କରି ଚାଟି ଖାଇବା ପରେ ପୁଣି ଫ୍ରିଜ୍‌ରେ ରଖି ଦେଉଥିଲେ। ଏନେଇ ତାଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୋକାନର ସିସିଟିଭି ଯାଞ୍ଚ କରାଯାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ଏଥିସହିତ ୧୦୦ ଘଣ୍ଟା ଦୋକାନରେ ମାଗଣା କାମ କରିବାକୁ ପଡ଼ିଥିଲା। ଏପରିକି ଆଣ୍ଡରସନ୍‌ ଆଇସ୍‌କ୍ରିମ୍‌ କମ୍ପାନିକୁ ୧ ଲକ୍ଷରୁ ଅଧିକ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି।

Share