Posted inଖେଳ

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ଏହି ସଫଳତା ପାଇଛି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୪୮ ଓଭରରେ ୨୮୬ ରନକରି ଅଲଆଉଟ୍‌ ହୋଇ ପରାସ୍ତ ହୋଇଥିଲା। ଏଥିସହିତ ଭାରତ ୮ଟି ମ୍ୟାଚ୍‌ ଖେଳି ୬ ବିଜୟ, ୧ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ୧୩ ପଏଣ୍ଟ ହାସଲ କରି ଅଷ୍ଟ୍ରେଲିଆ ପଛକୁ ରହି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବାଂଲାଦେଶ ସମାନସଂଖ୍ୟକ ମ୍ୟାଚ୍‌ ଖେଳି ୩ ବିଜୟ, ୪ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ଶତକୀୟ ପାଳି ଖେଳିଥିବା ଭାରତୀୟ ଓପନର ରୋହିତ ଶର୍ମା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଭାରତର ତା’ର ଅନ୍ତିମ ତଥା ନବମ ଲିଗ୍‌ ମ୍ୟାଚ୍‌ରେ ଶନିବାର ଶ୍ରୀଲଙ୍କାକୁ ଭେଟିବ।
୩୧୫ରନ ଟାର୍ଗେଟର ପିଛା କରି ବାଂଲାଦେଶ ଓପନର ତାମିମ ଇକବାଲ ଓ ସୌମ୍ୟ ସରକାର ଦେଖିଚାହିଁ ଆରମ୍ଭ କରିଥିଲେ। ଓପିନଂ ଯୋଡିରେ ୩୯ ରନ କରିବା ପରେ ତାମିମ ମହମ୍ମଦ ସାମିଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଉଟ୍‌ ହୋଇଥିଲେ। ୩୧ ବଲରୁ ୩ ଚୌକା ମାରି ୨୨ ରନ କରିଥିବା ବେଳେ ବଲ୍‌ ତାଙ୍କ ବ୍ୟାଟ୍‌ର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ଏହାପରେ ୩୮ଟି ବଲ୍‌ ଖେଳି ୪ ଚୌକା ସହ ୩୩ ରନ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ ସୌମ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ସାଧରଣ ଶର୍ଟ ଓ ଅଫ୍‌ ଷ୍ଟମ୍ପ ବାହାର ବଲ୍‌ ଖେଳିବାକୁ ଯାଇ ଏକ୍ସଟ୍ରା କଭରରେ ବିରାଟ କୋହଲିଙ୍କ ହାତରେ ଧରାପଡିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ୨୩ ବଲରୁ ୩ ଚୌକା ସହ ସେ ୨୪ ରନ କରିଥିବା ବେଳେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସୁଇପ୍‌ କରିବାକୁ ଯାଇ ମିଡ୍‌ଉଇକେଟରେ ମହମ୍ମଦ ସାମିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ନିର୍ଭରଯୋଗ୍ୟ ମିଡିଲଅର୍ଡର ବ୍ୟାଟ୍ସମ୍ୟାନ ଲିଟନ ଦାସ ୨୪ ବଲରୁ ଗୋଟିଏ ଛକା ସହ ୨୨ ରନ କରିଥିବା ବେଳେ ପାଣ୍ଡ୍ୟାଙ୍କ ଶର୍ଟ ବଲକୁ ପୁଲ୍‌ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ ଓ ମିଡ୍‌ଉଇକେଟରେ ଦୀନେଶ କାର୍ତ୍ତିକ ତାଙ୍କ କ୍ୟାଚ୍‌ ନେଇଥିଲେ। ମୋସାଡେକ ହୋସେନ ମାତ୍ର ୩ ରନ କରିଥିବା ବେଳେ ବୁମ୍‌ରାଙ୍କ ଅଫ୍‌ କଟର ବଲ୍‌କୁ ହାଲ୍‌କା ଭାବେ ଖେଳିଥିଲେ। ତେବେ ବଲ୍‌ ବ୍ୟାଟର ବଟମ ଏଜ ନେଇ ଷ୍ଟମ୍ପରେ ବାଜିଥିଲା ଓ ସେ ପ୍ୟାଭିଲିୟନ ଫେରିଥିଲେ। ଇନ୍‌ଫର୍ମ ସାକିବ ଅଲ ହାସନ ଆଉଟ୍‌ ହୋଇଥିଲେ ଓ ଏହା ମ୍ୟାଚ୍‌ର ମୋଡ ବଦଳାଇଥିଲା। ପାଣ୍ଡ୍ୟାଙ୍କ ସ୍ଲୋ ବଲ୍‌ରେ ସାକିବ୍‌ ଲଙ୍ଗଅପ୍‌କୁ ମାରିବାକୁ ଯାଇ
ଆଗୁଆ ବ୍ୟାଟ୍‌ ବୁଲାଇଥିଲେ ଓ ଟପ୍‌ ଏଜ୍‌ ନେଇ ବଲ୍‌ ଶର୍ଟ ଏକ୍ସଟ୍ରା କଭରରେ କାର୍ତ୍ତିକଙ୍କ ହାତରେ ଧରା ପଡିଥିଲା। ସାକିବ୍‌ ୭୪ ବଲର ସମ୍ମୁଖୀନ ହୋଇ ୬ ଚୌକା ସହ ସର୍ବାଧିକ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହାପରେ ସପ୍ତମ ଉଇକେଟରେ ୫୬ ବଲରୁ ସବିର ରହମାନ ଓ ମହମ୍ମଦ ସୈଫୁଦ୍ଦିନ ଦ୍ରୁତ ୬୬ ରନ ସଂଗ୍ରହ କରି ଲଢ଼େ କରିଥିଲେ। ତେବେ ସବିର ୫ ଚୌକା ସହ ୩୬ ବଲ୍‌ ୩୬ ରନ କରି ବୁମ୍‌ରାଙ୍କ ଦ୍ୱାର କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଧିନାୟକ ମଶ୍ରାଫି ମୋର୍ତ୍ତାଜା ଗୋଟିଏ ଛକା ସହ ୫ ବଲରୁ ୮ ରନ କରି ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ଉଇକେଟ ପଛରେ ଧୋନୀଙ୍କ ହାତରେ ଧରାପଡିଥିଲେ। ୯ ରନକରି ରୁବେଲ ହୋସେନ ବୁମ୍‌ରାଙ୍କ ୟର୍କର ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ନବମ ଉଇକେଟରେ ରୁବେଶ ଓ ସୈଫୁଦ୍ଦିନ ୨୧ ବଲରୁ ଦ୍ରୁତ ୨୯ ରନ ସଂଗ୍ରହ କରିଥିଲେ। ଏହାପର ବଲ୍‌ରେ ବୁମ୍‌ରା ଆଉଏକ ୟର୍କରରେ ମୁସ୍ତାଫିଜୁରଙ୍କୁ କ୍ଲିନ୍‌ ବୋଲ୍ଡ କରି ବାଂଲାଦେଶ ଇନିଂସର ପରିସମାପ୍ତି ଘଟାଇଥିଲେ। କ୍ରମାଗତ ଦୁଇଟି ଉଇକେଟ ନେଇ ବୁମ୍‌ରା ଭାରତକୁ ବିଜୟୀ କରାଇଥିଲେ। ତେବେ ସୈଫୁଦ୍ଦିନ ୩୮ ବଲରୁ ୯ ଚୌକା ସହ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଓ ଭାରତକୁ ଚିନ୍ତାରେ ପକାଇଥିଲେ। ବୋଲିଂରେ ଭାରତ ତରଫରୁ ବୁମ୍‌ରା ସର୍ବାଧିକ ୪, ପାଣ୍ଡ୍ୟା ୩, ଭୁବନେଶ୍ୱର, ସାମି ଓ ଚହଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଜବରଦସ୍ତ ଆରମ୍ଭ କରିଥିଲା। ରୋହିତ ଶର୍ମା ଓ ଲୋକେଶ ରାହୁଲ ଦମ୍‌ଦାର ପ୍ରଦର୍ଶନ କରି ଓପନିଂ ଯୋଡିରେ ୩୦ ଓଭର ଶେଷ ହେବା ପୂର୍ବରୁ ୧୮୦ ରନ ସଂଗ୍ରହ କରିଥିଲେ। ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାପରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଭାରତ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ଲାଗୁଥିଲା ଭାରତ ୩୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିବ। ତେବେ ବ୍ୟାଟ୍ସମ୍ୟାନମାନେ ବେପରୁଆ ଭାବେ ବଡ଼ ଶଟ୍‌ ଖେଳିବାକୁ ଯାଇ ଉଇକେଟ ଫୋପାଡି ପ୍ୟାଭିଲିୟନ ଫେରିଥିଲେ। ଯାହା ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭର ବେଳକୁ ୯ ଉଇକେଟ ହରାଇ ୩୧୪ ରନରେ ସୀମତ ରହିଥିଲା। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ପୁଣିଥରେ ମନ୍ଥର ବ୍ୟାଟିଂ କରି ପ୍ରଶଂସକଙ୍କୁ ନିରାଶ କରିଥିଲେ। ସେ ୩୩ଟି ବଲ ଖେଳି ମାତ୍ର ୩୫ ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ତିମ ୧୦ ଓଭରରେ ଭାରତ ମାତ୍ର ୬୩ ରନ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ସ୍ପିନର ସାକିବ ଅଲ ହାସନ ବୋଲିଂରେ ବିବିଧତା ଆଣି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ଅନ୍ତିମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ଧୋନୀ ଦୁଇଟି ସିଙ୍ଗଲ ନେବାକୁ ମନା କରିଥିଲେ ମଧ୍ୟ ତୃତୀୟ ବଲ୍‌ରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇଥିଲେ। ବଡ଼ ଶଟ୍‌ ଖେଳିବାରେ ଧୋନୀ ବିଫଳ ହୋଇଥିଲେ। ଇନିଂସ ଶେଷ ଆଡକୁ ଭାରତ ମୁମେଣ୍ଟମ ହରାଇଥିଲା। ମିଡିଲଅର୍ଡରରେ ଥିବା ଭାରତର ବ୍ୟାଟିଂ ଦୁର୍ବଳତା ପୁଣି ଥରେ ପଦାରେ ପଡିଥିଲା।
୧୮୦ ରନର ରେକର୍ଡ ଭାଗୀଦାରି ପରେ ରାହୁଲ ୯୨ଟି ବଲ୍‌ ଖେଳି ୬ ଚୌକା ଓ ୧ ଛକା ସହ ୭୭ ରନ କରି ରୁବେଲ ହୋସେନଙ୍କ ବଲ୍‌ରେ ଉଇକେଟପଛରେ ମୁସ୍‌ଫିକର ରହିମଙ୍କୁ କ୍ୟାଚ୍‌ ଦେଇଥିଲେ। ୯ ରନରେ ଜୀବନଦାନ ପାଇଥିବା ରୋହିତ (୧୦୪ ରନ,୯୨ ବଲ, ୭ ଚୌକା, ୫ ଛକା) ଶତକ ହାସଲ କରିବା ପରେପରେ ସୌମ୍ୟ ସରକାରଙ୍କ ବଲ୍‌ରେ ଲିଟନ ଦାସଙ୍କୁ ଏକ୍ସଟ୍ରା କଭରରେ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବଡ଼ ଶତକ ହାସଲ କରିବାର ଖ୍ୟାତି ଅର୍ଜନ କରିଥିବା ରୋହିତ କିନ୍ତୁ ଏଥିରେ ବିଫଳ ହୋଇଥିଲେ। କ୍ରମାଗତ ୫ଟି ଅର୍ଦ୍ଧଶତକ ହାସଲ କରିବା ପରେ ଅଧିନାୟକ ବିରାଟ କୋହଲି ୨୭ ବଲରୁ ୩ ଚୌକା ସହ ୨୬ ରନ କରିଥିବା ବେଳେ ବଡ଼ ଶଟ୍‌ ଖେଳିବାକୁ ଯାଇ ମୁସ୍ତାଫିଜୁର ରହମାନଙ୍କ ବଲ୍‌ରେ ମିଡ୍‌ଉଇକେଟରେ ରୁବେଲଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ ଓ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଳି ପଡିଥିଲା। ସେ ଜୋରଦାର ଶଟ୍‌ ଖେଳିବାକୁ ଯାଇ ଖାତା ଖେଲିବା ପୂର୍ବରୁ ମୁସ୍ତାଫିଜୁରଙ୍କ ବଲ୍‌ରେ ଓ୍ବାଇଡ ସ୍ଲିପ୍‌ରେ ସୌମ୍ୟଙ୍କୁ କ୍ୟାଚ୍‌ ଦେଇଥିଲେ। ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ନିଜ ସ୍ବଭାବିକ ଶୈଳୀରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୪୧ ବଲରୁ ୬ ଚୌକା ଓ ୧ ଛକା ସହ ୪୮ ରନକରି ସେ ସାକିବଙ୍କ ବଲ୍‌ରେ ସ୍କୋୟାର ଲେଗ୍‌କୁ ଛକା ମାରିବାକୁ ପ୍ରୟାସ କରିଥିଲେ। ତେବେ ସେ ଡିପ୍‌ ବ୍ୟାକ୍‌ଓ୍ବାର୍ଡ ସ୍କୋୟାରରେ ମୋସାଡେକ ହୋସେନଙ୍କ ହାତରେ ଧରାପଡି ୨ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ମୋସାଡେକ ହାତଛଡ଼ା କରିବା ଭଳି ଲାଗୁଥିଲେ ମଧ୍ୟ ଶେଷରେ ସେ କ୍ୟାଚ୍‌ ଧରିଥିଲେ। ୪୦ତମ ଓଭରରେ ପନ୍ତ ମହମ୍ମଦ ସୈଫୁଦ୍ଦିଙ୍କୁ କ୍ରମାଗତ ୩ଟି ଚୌକା ମାରିଥିଲେ। ବିଶ୍ୱକପ୍‌ରେ ପଦାର୍ପଣ କରିବାର ସୁଯୋଗ ପାଇଥିବା ଦୀନେଶ କାର୍ତ୍ତିକ ବଡ଼ ସଟ ଖେଳିବାକୁ ପ୍ରୟାସ କରିଥିଲେ ଓ ୮ ରନ କରି ଆଉଟ୍‌ ହୋଇଥିଲେ। ଭୁବନେଶ୍ୱର କୁମାର ୨ ରନ କରି ରନ୍‌ଆଉଟ ହୋଇଥିବା ବେଳେ ମହମ୍ମଦ ସାମି ୧ ରନ କରିଥିବା ବେଳେ ମୁସ୍ତାଫିଜୁରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ବୁମ୍‌ରା ବିନାସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ମୁସ୍ତାଫିଜୁର ସର୍ବାଧିକ ୫, ସାକିବ, ରୁବେଲ ଓ ସୌମ୍ୟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri