Posted inଖେଳ

ଆଇସିସି ବିଶ୍ୱକପ: ବିଜୟ ସହ ଓ୍ବେଷ୍ଟଇଣ୍ଡିଜର ଅଭିଯାନ ଶେଷ

ଲିଡ୍ସ,୫।୭(ପି.ଟି.)- ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଏକ ସାନ୍ତ୍ୱନାମୂଳକ ବିଜୟ ସହ ଏଥର ଅଭିଯାନ ଶେଷ କରିଛି। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଗୁରୁବାର ଖେଳଯାଇଥିବା ଚଳିତ ବିଶ୍ୱକପ୍‌ର ୪୨ତମ ମ୍ୟାଚ୍‌ରେ ୨୩ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୫୦ ଓଭରରେ ୨୮୮ ରନ କରି ଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଆଫଗାନିସ୍ତାନକୁ ଖାଲି ହାତରେ ଘରକୁ ଫେରିଛି। ୯ଟି ମ୍ୟାଚ୍‌ ଖେଳି ଆଫଗାନିସ୍ତାନ ସବୁଥିରେ ପରାସ୍ତ ହୋଇ କୌଣସି ପଏଣ୍ଟ ନ ପାଇଁ ଟେବୁଲ ସର୍ବନିମ୍ନ ଦଶମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ୯ଟି ମ୍ୟାଚ୍‌ ଖେଳି ୨ ବିଜୟ, ୬ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ଟେବୁଲର ନବମ ସ୍ଥାନରେ ରହି ବିଶ୍ୱକପ୍‌ ଅଭିଯାନ ଶେଷ କରିଛି। ୭୭ ରନର ଉପଯୋଗୀ ଇନିଂସ ଖେଳିଥିବା ଓ୍ବେଷ୍ଟଇଣ୍ଡିଜ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୧୨ ରନ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ଓପନର ତଥା ଅଧିନାୟକ ଗୁଲବଦିନ ନାଇବଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାତ୍ର ୫ ରନ କରି ନାଇବ କେମର ରୋଚ୍‌ଙ୍କ ବଲ୍‌ରେ ସ୍କୋୟାର ଲେଗ୍‌ରେ ଲୁଇସ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ରହମତ ଶାହ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଇକରାମ ଅଲି ଖିଲି ସାହସିକ ବ୍ୟାଟିଂ କରି ୧୫୦ ବଲରୁ ୧୩୩ ରନ କରି ସ୍ଥିତି ସମ୍ଭାଳିଥିଲେ। ତେବେ ରହମତ ୬୨ ରନ କରି କ୍ରେଗ ବ୍ରାଥଓ୍ବେଟଙ୍କ ବଲ୍‌ରେ କ୍ରିସ୍‌ ଗେଲ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ତୃତୀୟ ଉଇକେଟରେ ଅଲିଖିଲ ଓ ନାଜିବୁଲ୍ଲା ଜଡ୍ରାନ ୫୧ ରନ ସଂଗ୍ରହ କରିଥିଲେ। ତେବେ ଅଲିଖିଲ ୯୩ ବଲରୁ ୮ ଚୌକା ସହ ଶତକ ହାସଲ ଆଡକୁ ଯାଉଥିବା ବେଳେ କ୍ରିସ୍‌ ଗେଲ୍‌ଙ୍କ ବଲ୍‌ରେ ସୁଇପ୍‌ କରିବାକୁ ଯାଇ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ନାଜିବୁଲ୍ଲା ଗୋଟିଏ ଲେଖାଏ ଚୌକା ଓ ଛକା ସହ ୩୮ ବଲରୁ ୩୧ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇଥିଲେ। ୨ ରନ କରିଥିବା ବେଳେ ମହମ୍ମଦ ନବୀ ରୋଚଙ୍କ ବଲ୍‌ରେ ଆଲେନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସମିଉଲ୍ଲା ସେନଓ୍ବାରୀ ୬ ରନ କରିଥିବା ବେଳେ ହେଟମେୟରଙ୍କୁ କ୍ୟାଚ୍‌ ଦେଇ ରୋଚ୍‌ଙ୍କ ତୃତୀୟ ଶିକାର ହୋଇଥିଲେ। ଏହା ପରେ ୩୨ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୪୦ ରନ କରି ଛକା ମାରିବାକୁ ପ୍ରୟାସ କରି ଅସଘର ଆଫଗାନ ବ୍ରାଥଓ୍ବେଟଙ୍କ ବଲ୍‌ରେ ହୋଲ୍ଡରଙ୍କୁ କ୍ୟାଚ୍‌ ଦେଇଥିଲେ। ଦଲତ ଜଡ୍ରାନ ୧ ରନ କରିଥିବା ବେଳେ ବ୍ରାଥଓ୍ବେଟଙ୍କ ତୃତୀୟ ଶିକାର ହୋଇଥିଲେ। ରସିଦ ଖାଁ ୯ ଓ ସୟଦ ଶିରଜାଦ ୧୭ ବଲରୁ ୨ଟି ଲେଖାଏ ଚୌକା ଓ ଛକା ସହ ୨୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ବ୍ରାଥଓ୍ବେଟ ୪, ରୋଚ ୩, ଓସେନ ଥୋମାସ ଓ ଗେଲ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ ଓପନର ଏଭିନ ଲୁଇସ, ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ, ନିକୋଲାସ ପୁରନଙ୍କ ଅର୍ଦ୍ଧଶତକ ଓ ସିମରନ ହେଟମେୟର, ଅଧିନାୟକ ଜାସନ ହୋଲ୍ଡରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ପ୍ରଥମେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ୭ ରନ କରି ଦଲତ ଜଡ୍ରାନଙ୍କ ବଲ୍‌ରେ ଉଇକେଟକିପର ଇକରାମ ଅଲି ଖିଲିଙ୍କ ଦ୍ୱାରା ଆଉଟ ହୋଇଥିଲେ। ତେବେ ଏହାପରେ ଲୁଇସ୍‌ ଓ ହୋପ୍‌ ଦ୍ୱିତୀୟ ଉଇକେଟରେ ୮୮ ରନ କରି ସ୍ଥିତି ସମ୍ଭାଳିଥିଲେ। ଲୁଇସ୍‌ ୭୮ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନ କରି ତାରକା ସ୍ପିନର ରସିଦ ଖାଁଙ୍କ ବଲ୍‌ରେ ମହମ୍ମଦ ନବୀଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିପରି ହେଟମେୟର ୩ ଚୌକା ଓ ୨ ଛକା ସହ ୩୧ ବଲରୁ ଦ୍ରୁତ ୩୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ହୋପ୍‌ ୬ ଚୌକା ଓ ୨ ଛକା ସହ ୯୨ ବଲରୁ ୭୭ ରନ କରି ନବୀଙ୍କ ବଲ୍‌ରେ ଡିପ୍‌ ମିଡ୍‌ ଉଇକେଟରେ ରସିଦ ଖାଁଙ୍କୁ କ୍ୟାଚ୍‌ ଦେଇଥିଲେ। ପୁରନ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହେବା ପୂର୍ବରୁ ୪୩ ବଳରୁ ୬ ଚୌକା ଓ ୧ ଛକା ସହ ୫୮ ରନ ସଂଗ୍ରହ କରି ଦଳର ସ୍କୋରକୁ ତିନିଶହ ରନ ପାଖରେ ପହଞ୍ଚାଇଥିଲେ। ଶେଷରେ ହୋଲ୍ଡର ୩୪ ବଲ୍‌ରୁ ୧ ଚୌକା ଓ ୪ ଛକା ସହ ୪୫ ରନ ସଂଗ୍ରହ କରି ସୟଦ ଶିରଜାଦଙ୍କ ବଲ୍‌ରେ ଦଲତ ଜଡ୍ରାନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। କ୍ରେଗ୍‌ ବ୍ରାଥଓ୍ବେଟ୍‌ ୪ ବଲରୁ ୨ ଚୌକା ଓ ୧ ଛକା ସହ ୧୪ ରନ କରି ଅପରାଜିତ ରହିଥିଲେ। ଶେଷ ୧୦ ଓଭରରେ ପୁରନ ଓ ହୋଲ୍ଡର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଦଲତ ଜଡ୍ରାନ ୨, ଶିରଜାଦ, ନବୀ ଓ ରସିଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୩୧୧/୬
(ହୋପ- ୭୭, ଲୁଇସ୍‌- ୫୮, ପୁରନ- ୫୮, ହୋଲ୍ଡର- ୪୫, ହେଟମେୟର- ୩୯, ଦଲତ- ୨/ ୭୩, ଶିରଜାଦ- ୧/ ୫୬, ନବୀ- ୧/୫୬, ରସିଦ- ୧/୫୨)।
ଆଫଗାନିସ୍ତାନ ୫୦ ଓଭରରେ ୨୮୮ ଅଲଆଉଟ
(ଅଲିଖିଲ- ୮୬, ରହମତ-୬୨, ଅସଘର-୪୦, ନାଜିବୁଲ୍ଲା- ୩୧, ଶିରଜାଦ- ୨୫, ବ୍ରାଥଓ୍ବେଟ- ୪/୬୩, ରୋଚ୍‌- ୩/୩୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri