ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ନିର୍ଭୀକ କ୍ରିକେଟ ଖେଳୁଥିବା ବିଶ୍ୱର ୧ ନମ୍ବର ଦଳ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ଫେଭରାଇଟ ବିବେଚିତ ହେଉଛି। ଏହି ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନଙ୍କ ସ୍ବର୍ଗ ରୂପେ ଜଣାଶୁଣା। ଏଠାରେ ଇଂଲଣ୍ଡ ଦୁଇଥର ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କରି ରେକର୍ଡ ସୃଷ୍ଟି କରିଥିଲା। ୨୦୧୬ରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଏଠାରେ ୩ ଉଇକେଟ ହରାଇ ୪୪୪ ରନ ସଂଗ୍ରହ କରିଥିଲା। ସେହିପରି ଗତବର୍ଷ ଏଠାରେ ଇଂଲଣ୍ଡ ୬ ଉଇକେଟ ହରାଇ ଦିନିକିଆ ଇତିହାସର ସର୍ବାଧିକ ରନ ୪୮୧ ରନ ସଂଗ୍ରହ କରିଥିଲା। ଏହି ପିଚ୍‌ ଉପରେ ହିଁ ମ୍ୟାଚ୍‌ ଖେଳାଯିବ।
ଏହାପୂର୍ବରୁ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ଶୁକ୍ରବାର ପରାସ୍ତ ହୋଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିଲା। ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲରଙ୍କ ବାଉନସରର ସମ୍ମୁଖୀନ ହୋଇ ନ ପାରି ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ମାମୁଲି ପ୍ରଦର୍ଶନ କରିଥିଲେ। ଫଳରେ ଦଳମାତ୍ର ୧୦୫ ରନରେ ଅଲଆଉଟ ହୋଇଥିଲା। ଅନ୍ୟପଟେ ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଓଭାଲରେ ୧୦୪ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏବେ ଆର୍ଚର ପାକିସ୍ତାନ ଶିବିରରେ ଆତଙ୍କ ସୃଷ୍ଟି କରିଛନ୍ତି। ଶର୍ଟ ପିଚ୍‌ ବୋଲିଂରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାର୍କ ଉଡ ମଧ୍ୟ ଇଂଲଣ୍ଡ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ।
ପାକିସ୍ତାନ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ବେଶ୍‌ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲା। ଆର୍ଚରଙ୍କ ସହ ମାର୍କ ଉଡ୍ସଙ୍କ ଯୋଡି ବେଶ୍‌ ପ୍ରଭାବୀ ମନେ ହେଉଛି ବୋଲି ଇଂଲଣ୍ଡ ଆସିଷ୍ଟାଣ୍ଟ କୋଚ୍‌ ଗ୍ରାହମ ଥୋର୍ପ କହିଛନ୍ତି। ଉଡ୍ସଙ୍କ ଗୋଇଠିରେ ଆଘାତ ଦେଖାଦେଇଛି। ଆର୍ଚର ଓ ଉଡ୍ସ ଉଭୟେ ଘଣ୍ଟା ପ୍ରତି ୯୦ ମାଇଲ ବେଗ୍‌ରେ ବୋଲିଂ କରୁଛନ୍ତି। ତେଣୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ପରୀକ୍ଷାର ସମ୍ମୁଖୀନ ହେବେ।
୨୦୧୫ ବିଶ୍ୱକପ୍‌ରେ ପ୍ରଥମ ରାଉଣ୍ଡରେ ବିଦାୟ ନେଇଥିବା ଇଂଲଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ଅକ୍ତିଆର କରିଛି। ଦଳର ବ୍ୟାଟିଂ ଲାଇନ୍‌ ବେଶ୍‌ ଦୃଢ ମନେହେଉଛି। ଓଭାଲରେ ପ୍ରତିକୂଳ ପରିସ୍ଥିତି ଓ ଏକ ଭିନ୍ନ ପ୍ରକାର ପିଚ୍‌ରେ ଇଂଲଣ୍ଡ ୩୧୧ ରନ ସଂଗ୍ରହ କରିପାରିଥିଲେ। ଦିନିକିଆରେ ଏକଦା ୫୦୦ ରନ ସଂଗ୍ରହ କରିବା ଅସମ୍ଭବ ମନେହେଉଥିଲା। ତେବେ ଇଂଲଣ୍ଡ ଯଦି ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରେ ତାହାଲେ ଏହି ସ୍କୋରର ପାଖାପାଖି ପହଞ୍ଚିବ କିମ୍ବା ତାହାକୁ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଟ୍ରେଣ୍ଟ ବ୍ରିଜ୍‌ରେ ବ୍ୟାଟିଂ କରିବା ବେଶ୍‌ ସୁବିଧାଜନକ ହୋଇଥିବାରୁ ଏ ଭଳି ଆଶା କରିବା ଅମୂଳକ ନୁହଁ ବୋଲି ଥୋର୍ପ କହିଛନ୍ତି। ଯଦି ସୁବିଧା ହୁଏ ଓ ବ୍ୟାଟିଂ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ ଓ ନିୟମିତ ବ୍ୟବଧାନରେ ଉଇକେଟ ନ ପଡିଲେ ଇଂଲଣ୍ଡ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିବ। ତେବେ ଯଦି ଏପରି ନ ହୁଏ ଇଂଲଣ୍ଡ ଅତିକମ୍‌ରେ ଏକ ଲଢୁଆ ସ୍କୋର ଛିଡା କରିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ପାକିସ୍ତାନ ତା’ର ଶେଷ ୧୧ଟି ଦିନିକିଆରେ ପରାସ୍ତ ହୋଇଛି। ଗତ ଦିନିକିଆ ସିରିଜରେ ଘରୋଇ ଇଂଲଣ୍ଡଠାରୁ ୪-୦ରେ ପରାସ୍ତ ହୋଇଛି। ତେଣୁ ପାକିସ୍ତାନ ଏବେ ସଂଘର୍ଷ କରୁଛି। ଭଲ ପ୍ରଦର୍ଶନ କରିବାକୁ ହେଲ ପାକିସ୍ତାନକୁ ବୋଲିଂ, ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିର ଅବଶ୍ୟ ପ୍ରଥମ ମ୍ୟାଚ୍‌ରେ ୩ଟି ଉଇକେଟ ଅକ୍ତିଆର କରି ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ପାକିସ୍ତାନ ଚାପରେ ରହିଛି। ତେଣୁ ପାକିସ୍ତାନ ପାଇଁ ଏହି ମ୍ୟାଚ ପରୀକ୍ଷା ସୃଷ୍ଟି କରିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ କୁରାନ, ଲିଅମ ଡସନ, ଲିଅମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍ସ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲି, ବାବର ଆଜମ, ଫକର ଜମାନ, ହାରିସ ସୋହେଲ, ହାସନ ଅଲି, ଇମାଦ ଓ୍ବାସମ୍‌, ଇମାମ- ଉଲ- ହକ, ମହମ୍ମଦ ଆମିର, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନେନ, ଶଦାବ ଖାଁ, ଶହିନ ଆଫ୍ରିଦି, ସୋଏବ ମଲିକ ଓ ଓ୍ବାହାମ ରିୟାଜ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri