Posted inଖେଳ

ଆଇସିସି ବାସନ୍ଦ ପରେ ଜିମ୍ବାଓ୍ବେ କ୍ରିକେଟର ନିରାଶ

ହରାରେ, ୨୦।୭(ପି.ଟି.)- କ୍ରିକେଟ ବ୍ୟାପାରରେ ସରକାରଙ୍କ ଅବାଞ୍ଚିତ ହସ୍ତକ୍ଷେପ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜିମ୍ବାଓ୍ବେକୁ ବାସନ୍ଦ କରିଛି। ଆଇସିସିର ଏହି କଠୋର ପଦକ୍ଷେପରେ ଜିମ୍ବାଓ୍ବେ ଓ ତା’ର ତାରକା କ୍ରିକେଟରମାନେ ଚକିତ ହେବା ସହ ନିରାଶ ହୋଇଛନ୍ତି। ଏହି ନିଷ୍ପତ୍ତି ସେମାନଙ୍କ କ୍ୟାରିୟରକୁ ଅନ୍ଧାରକୁ ଠେଲି ଦେଇଛି ଖେଳାଳିମାନେ ଅଭିଯୋଗ ଆଣିଛନ୍ତି।
ସରକାରଙ୍କ ପ୍ରଭାବ ଓ ହସ୍ତକ୍ଷେପ କାରଣରୁ ଆଇସିସି ସମ୍ବିଧାନର ଖୋଲାଖୋଲି ଉଲ୍ଲଂଘନ ହେଉଥିଲା। ଫଳରେ ଗୁରୁବାର ଜିମ୍ବାଓ୍ବେ କ୍ରିକେଟକୁ ବାସନ୍ଦ କରାଯାଇଥିଲା। ଜିମ୍ବାଓ୍ବେ ତାରକା କ୍ରିକେଟର ସିକନ୍ଦର ରାଜା ଏଥିରେ ନିରାଶ ବ୍ୟକ୍ତି କରିଛନ୍ତି। ଏ ଭଳି ଢ଼ଙ୍ଗରେ କ୍ରିକେଟରୁ ବିଦାୟ ନେବାକୁ କେବେ ଭାବ ନ ଥିଲି ବୋଲି ବେଶ୍‌ ଭାବପ୍ରବଣ ହୋଇ ସେ ଟୁଇଟ୍‌ କରି ଜଣାଇଛନ୍ତି। ଗୋଟିଏ ନିଷ୍ପତ୍ତି ସାରା ଦଳକୁ ଏକଘରକିଆ କରିଦେଇଛି। ଏହା ଦ୍ୱାରା ବହୁ ଲୋକ ସେମାନଙ୍କ ଜୀବିକା ହରାଇଛନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ମଧ୍ୟ କ୍ଷତିଗ୍ରସ୍ତ ହେବ। ବାସନ୍ଦ ହେବା ଫଳରେ ଆଇସିସି ଜିମ୍ବାଓ୍ବେ କ୍ରିକେଟକୁ ଆଉ କୌଣସି ଅନୁଦାନ ଦେବନାହିଁ।
ପୂର୍ବତନ ଜିମ୍ବାଓ୍ବେ ଅଧିନାୟକ ବ୍ରେଣ୍ଡନ ଟେଲର ଆଇସିସିର ଏଭଳି କଠୋର ନିଷ୍ପତ୍ତି କ୍ରିକେଟ ସହିତ ଜଡିତ ରହିଆସିଥିବା ବହୁ ଲୋକଙ୍କ କ୍ୟାରିୟରକୁ ଶେଷ କରିଦେଇଛି। ଶହଶହ ସଂଖ୍ୟାରେ ସଚ୍ଚୋଟ ଲୋକ, ଖେଳାଳି, ସପୋର୍ଟ ଷ୍ଟାଫ୍‌, ଗ୍ରାଉଣ୍ଡ ଷ୍ଟାଫ୍‌ ସେମାନଙ୍କ ଚାକିରି ହରାଇଛନ୍ତି ବୋଲି ଟେଲର ଟୁଇଟ କରି ଜଣାଇଛନ୍ତି। ଜିମ୍ବାଓ୍ବେ ଦ୍ରୁତ ବୋଲର କାଇଲ ଜାର୍ଭିସ ମଧ୍ୟ ଏଥିରେ ନିରାଶ ବ୍ୟକ୍ତ କରିଛନ୍ତି। ଜିମ୍ବାଓ୍ବେ ଅଲରାଉଣ୍ଡର ସୋଲୋମୋନ ମାଇର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଖେଳାଳି ଓ ଟେକ୍‌ନିକାଲ ଷ୍ଟାଫ୍‌ଙ୍କୁ ଜଣାଇଛି ବୋଲି ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜରେ ଉଲ୍ଲେଖ କରିଛନ୍ତି। ଆଇସିସିର ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ୨୯ ବର୍ଷୀୟ ସୋଲୋମୋନ କହିଛନ୍ତି। ସେ ଜିମ୍ବାଓ୍ବେ ପାଇଁ ୪୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଉଲ୍ଲେଖଥାଉ କି, ଜିମ୍ବାଓ୍ବେ ୨୦୨୦ ଜାନୁୟାରୀରେ ଭାରତ ଗସ୍ତ କରି ୩ଟି ଟି୨୦ ମ୍ୟାଚ୍‌ ଖେଳିବା କାର୍ଯ୍ୟକ୍ରମ ରହିଥିଲା। ଶେଷଥର ପାଇଁ ଜିମ୍ବାଓ୍ବେ ୨୦୦୨ ଫେବୃୟାରୀ ଓ ମାର୍ଚ୍ଚରେ ଭାରତ ଗସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri