Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କ ଦେଲା ୧୦୦ କୋଟି

ମୁମ୍ବାଇ,୨୧।୪: କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଯୋଗଦାନ ସ୍ବରୂପ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥ ମଧ୍ୟରେ ପିଏମ୍‌ କେୟାର୍ସ ପାଣ୍ଠିକୁ ୮୦ କୋଟି ଏବଂ ରାଜ୍ୟ ସରକାର ଏବଂ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକୁ ୨୦ କୋଟି ଟଙ୍କାର ଅର୍ଥ ରାଶି ସାମିଲ ରହିଛି। ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏହାର ସହଯୋଗୀ ସଂସ୍ଥାଗୁଡିକ ପକ୍ଷରୁ ଏହି ରାଶି ଘୋଷଣା କରାଯାଇଛି। ବର୍ତ୍ତମାନର ଆହ୍ବାନ ସ୍ଥିତିରେ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଭାପତି ସନ୍ଦୀପ ବାତ୍ରା କହିଛନ୍ତି।

Share