ଆଇବିସିରୁ ଫେରିଛି ୭୦ ହଜାର କୋଟି

ନୂଆଦିଲ୍ଲୀ,୧୫-୫:ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଜରିଆରେ ଫଶିଯାଇଥିବା ଋଣ ଅସୁଲ ସୁବିଧାଜନକ ହୋଇଛି। ୨୦୧୮-୧୯ରେ ୭୦ ହଜାର କୋଟି ଟଙ୍କା ଅନାଦାୟ ଋଣ(ଏନ୍‌ପିଏ) ଫେରି ଆସିଛି। ଋଣ ଅସୁଲ ଲାଗି ପୂର୍ବରୁ ଥିବା ଅନ୍ୟ ବ୍ୟବସ୍ଥା ତୁଳନାରେ ଏହା ଅଧିକ ଫଳପ୍ରଦ ବୋଲି ଘରୋଇ ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଆର୍ଥିକ ବର୍ଷ ୨୦୧୮-୧୯ରେ  ଋଣ ଅସୁଲ ନ୍ୟାୟାଧିକରଣ, ପ୍ରତିଭୁତିକରଣ ଏବଂ ସର୍‌ଫେସି ତଥା ଲୋକ ଅଦାଲତ ଜରିଆରେ ୩୫ ହଜାର କୋଟି ଟଙ୍କାର ଏନ୍‌ପିଏ ଫେରସ୍ତ ମିଳିଛି। କ୍ରିସିଲ ଅଧ୍ୟକ୍ଷ ଗୁରପ୍ରୀତ ଚଟଓ୍ବାଲ କହିଛନ୍ତି ଯେ, ଆଇବିସି ଜରିଆରେ ୨୦୧୮-୧୯ରେ ୯୪ ମାମଲାରେ ସମାଧାନ ହାର ୪୩% ରହିଥିଲା। ଅନ୍ୟପକ୍ଷରେ ପୂର୍ବର ସମାଧାନ ବ୍ୟବସ୍ଥାରେ ଏହି ହାର ୨୬.୫% ରହିଛି। ଦେବାଳିଆ ଏବଂ ଋଣ ସମାଧାନ ଅକ୍ଷମତା ବୋର୍ଡ(ଆଇବିବିଆଇ)ର ଓ୍ବେବସାଇଟରେ ଉପଲବ୍ଧ ରିପୋର୍ଟ ଅନୁଯାୟୀ, ପ୍ରାୟ ୨.୦୨ ଲକ୍ଷ କୋଟି ଟଙ୍କାର ୪୪୫୨ ଏନ୍‌ପିଏ ମାମଲାକୁ ଆଇବିସି ଜରିଆରେ ସମାଧାନ କରାଯାଇସାରିଛି। ଏହି କାରଣରୁ ବ୍ୟାଙ୍କଗୁଡ଼ିକର ମୋଟ୍‌ ଏନ୍‌ପିଏ ପରିମାଣ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ହ୍ରାସ ପାଇ ୧୦%ରେ ପହଞ୍ଚତ୍ୟାଇଛି, ଯାହା କି ପୂର୍ବବର୍ଷ ୧୧.୫% ରହିଥିଲା। ତେବେ ଆଇବିସି ଜରିଆରେ ଏନ୍‌ପିଏ ସମାଧାନ ପାଇଁ ଲାଗୁଥିବା ସମୟ ଏକ ବଡ଼ ପ୍ରସଙ୍ଗ ବୋଲି କ୍ରିସିଲ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri