ଆଇପିଏଲ ଫାଇନାଲରେ ହୋଷ୍ଟ କରିବେ ସଲମାନ ଏବଂ କ୍ୟାଟ୍ରିନା

ସଲମାନ ଏବଂ କ୍ୟାଟ୍ରିନା ଆଇପିଏଲ୍‌ ଫାଇନାଲରେ ମ୍ୟାଚକୁ ହୋଷ୍ଟି କରିବା ପାଇଁ ଆସିବେ। ଏହା ସହିତ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ଭାରତ’ର ପ୍ରମୋଶନ ମଧ୍ୟ କରିବେ। ରବିବାର ଆଇପିଏଲ୍‌ ୨୦୧୯ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ଫିଲ୍ଡକୁ ଯିବେ ନାହିଁ। ଷ୍ଟୁଡିଓରେ ବସି ଲାଇଭ୍‌ କରିବେ। କିଛି ମିଡିଆ ରିପୋର୍ଟ ଅନୁଯାୟୀ, ‘ଭାରତ’ ଫିଲ୍ମର ପ୍ରଡ୍ୟୁସର ଅତୁଲ ଅଗ୍ନିହୋତ୍ରୀ ଏବଂ ନୀଖିଲ ନାମିତଙ୍କ ବହୁତ ଭଲ ଆଇଡିଆ। ମାର୍କେଟିଂ ସ୍କିମ୍‌ରେ ଏହା ଖୁବ୍‌ ଭଲ କରିବ। କୁହାଯାଉଛି, ଦୁଇଜଣ ଯାକ ଫିଲ୍ମର ପ୍ରମୋଶନ କିଛି ଅଲଗା ପ୍ରକାର କରିବାକୁ ଚାହଁୁଛନ୍ତି। ଯେଉଁଥିପାଇଁ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ଆଇପିଏଲ୍‌ ଫାଇନାଲରେ ହୋଷ୍ଟ ଭାବେ ନେବାକୁ ପ୍ଲାନିଂ କରିଛନ୍ତି।

Share