ଆଇପିଏଲ ପୂର୍ବରୁ ଖେଳାଳିଙ୍କୁ ତଥ୍ୟ ପ୍ରଦାନ କରୁଛି ନ୍ୟୁଜିଲାଣ୍ଡ କ୍ରିକେଟ

ଅକ୍‌ଲାଣ୍ଡ,୫ା୩(ପି.ଟି.)- କରୋନା ଭାଇରସ କାରଣରୁ ବିଶ୍ୱରେ ପ୍ରାୟ ୮୦ ଦେଶ ପ୍ରଭାବିତ ହୋଇସାରିଛନ୍ତି। ଏଥିରୁ ବର୍ତ୍ତି ପାରିନାହିଁ ଭାରତ । ଦେଶରେ ୧୬ ଇଟାଲି ଯାତ୍ରୀଙ୍କ ସମେତ ୨୯ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏଥିଯୋଗୁ ଆଇପିଏଲରେ ଖେଳିବାକୁ ଥିବା ୬ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ଭାରତରେ କରୋନା ଭାଇରସ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି। ଆଇପିଏଲ ଓ ମହିଳା ଚ୍ୟାଲେଞ୍ଜ ଇଭେଣ୍ଟରେ ଖେଳିବାକୁ ଥିବା ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଖେଳାଳିଙ୍କୁ ଭାରତରେ ସ୍ଥିତି ସମ୍ପର୍କରେ ଅବଗତ କରାଇ ଦିଆଯାଇଛି। ଏହାଦ୍ୱାରା ସେମାନେ ସତର୍କ ରହିପାରିବେ ବୋଲି ଏନ୍‌ଜେଡ୍‌ସିର ପବ୍ଲିକ ଆଫାୟର୍ସ ମୁଖ୍ୟ ରିଚାର୍ଡ ବୁକ ଏକ ବିବୃତିରେ କହିଛନ୍ତି। ଆଇପିଏଲରେ ନ୍ୟୁଜିଲାଣ୍ଡ ଜିମି ନିଶାମ (କିଙ୍ଗ୍ସ ଏକାଦଶ ପଞ୍ଜାବ), ଲୋକି ଫର୍ଗୁସନ (କେକେଆର), ମିଚେଲ ମ୍ୟାକ୍‌ଲେଘାନ ଓ ଟ୍ରେଣ୍ଟ ବୋଲ୍ଟ (ଉଭୟେ ମୁମ୍ବାଇ ଇଣ୍ଡିଆନ୍ସ), କେନ ଓ୍ବିଲିୟମସନ (ସନରାଇଜର୍ସ ହାଇଦ୍ରାବାଦ) ଓ ମିଚେଲ ସାଣ୍ଟନର (ସିଏସ୍‌କେ) ଖେଳିବେ। ବୁକ ଆହୁରି କହିଛନ୍ତି କ୍ରିକେଟ ବୋର୍ଡ ଭାରତର ସ୍ବାସ୍ଥ୍ୟ, ବିଦେଶ ଓ କ୍ରୀଡ଼ା ମନ୍ତ୍ରଣାଳୟ ସହ ଯୋଗାଯୋଗରେ ରହିଛି। ଉଲ୍ଲେଖଯୋଗ୍ୟ, ବିସିସିଆଇ ପୂର୍ବରୁ କହିସାରିଛି ଆଇପିଏଲ କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବ ନାହିଁ। ଆଇପିଏଲବେଳେ ଖେଳାଳିମାନେ ପ୍ରଶଂସକଙ୍କ ସହ ସେଲ୍‌ଫି ଓ ଅଟୋଗ୍ରାଫ ଦେବାକୁ ପଡ଼େ। ଏହାଦ୍ୱାରା ଭାଇରସ ବ୍ୟାପିବାର ସମ୍ଭାବନା ରହିଛି। ଆଶା କରାଯାଉଛି ଖେଳାଳିଙ୍କୁ ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇପାରେ। ନିକଟରେ ଶ୍ରୀଲଙ୍କା ଗସ୍ତ କରିଥିବା ଇଂଲଣ୍ଡ ଦଳ ସେଠାରେ ଖେଳାଳିଙ୍କ ସହ ମ୍ୟାଚ୍‌ ପରେ ହାତ ନ ମିଳାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri