ଆଇପିଏଲ୍‌ ଉପରେ ପଡ଼ିବ ଭାରତ-ଚାଇନା ବିବାଦର ପ୍ରଭାବ

ନୂଆଦିଲ୍ଲୀ, ୧୮।୬- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଠିକ୍‌ ସମୟରେ ଆୟୋଜନ ହେବାରେ ପ୍ରଥମେ କରୋନା ଭାଇରସ ପ୍ରତିବନ୍ଧକ ସାଜିଥିଲା। ଏହି କାରଣରୁ ଆଇପିଏଲ୍‌ ସିଜନ-୧୩କୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ସ୍ଥଗିତ ରଖିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଥିଲା। ତେବେ ବର୍ତ୍ତମାନ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି। ଏହି ବିବାଦ ଯୋଗୁ ପୁନର୍ବାର ଆଇପିଏଲ୍‌ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଚାଇନାର ମୋବାଇଲ ଉତ୍ପାଦନକାରୀ ବ୍ରାଣ୍ଡ୍‌ ‘ଭିଭୋ’ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ରହିଛି। ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବାପରେ ଚାଇନା ପ୍ରସ୍ତୁତ ସାମଗ୍ରୀ ବିକ୍ରିକୁ ଭାରତରେ ଜୋର୍‌ଦାର ବିରୋଧ କରାଯାଉଛି। ଏହାକୁ ନଜରରେ ରଖି ବିସିସିଆଇ ଆଇପିଏଲ୍‌ର ପ୍ରମୁଖ ପ୍ରାୟୋଜକ ରହିଥିବା ଭିଭୋକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ୨୦୧୮ରେ ଭିଭୋ ୨୧ ଶହ ୯୯ କୋଟି ଟଙ୍କା ବିନିମୟରେ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରାୟୋଜକ ଅଧିକାର ହାସଲ କରିଥିଲା। ଯଦି ଆଗକୁ ଭାରତରେ ଲୋକମାନେ ଚାଇନା ସାମଗ୍ରୀକୁ ବିରୋଧ କରିବା ଜାରି ରଖନ୍ତି ତେବେ ବିସିସିଆଇ ଭିଭୋକୁ ହଟାଇବା ଲାଗି ବାଧ୍ୟ ହେବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ଦୁଇ ଦେଶ ମଧ୍ୟରେ ଯଦି ଏଭଳି ବିବାଦ ଲାଗି ରହେ ତେବେ କ’ଣ କରାଯାଇପାରିବ। ଆମର ପ୍ରଥମ ଲକ୍ଷ୍ୟ ହେଉଛି ଖାଲି ଷ୍ଟାଡିୟମରେ ହେଉ ପଛେ ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ କରିବା। ଆଇପିଏଲ୍‌ ଅନୁଷ୍ଠିତ ନ ହେଲେ ଆର୍ଥିକସ୍ତରରେ ଏହା ଆମକୁ ବଡ଼ କ୍ଷତି ପହଞ୍ଚାଇବ’। ଏହି ଅଧିକାରୀଜଣଙ୍କ ଆହୁରି ମଧ୍ୟ କହିଛନ୍ତି, ଯଦି ସରକାର ଆଦେଶ ଦିଅନ୍ତି ତେବେ ଭିଭୋ ସହ ମୁଖ୍ୟ ପ୍ରାୟୋଜକ ନେଇ ହୋଇଥିବା ଚୁକ୍ତି ବାତିଲ କରାଯିବ। ସେହିଭଳି ଭିଭୋକୁ ଭାରତରେ ବିଜନେସ କରିବା ଲାଗି ଯଦି ସରକାର ଅନୁମତି ଦିଅନ୍ତି ତେବେ କୌଣସି ଅସୁବିଧା ହେବନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ସର୍ବାଧିକ ଆଧିପତ୍ୟ ବିସ୍ତାର କରିଥିବା ମୋବାଇଲ କମ୍ପାନୀ ତାଲିକାରେ ୨ୟ ସ୍ଥାନରେ ରହିଥିବା ଭିଭୋ ଆଇପିଏଲ୍‌ ପ୍ରାୟୋଜକ ବାବଦକୁ ବର୍ଷକୁ ବିସିସିଆଇକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଛି। ଏହାସହିତ ମାର୍କେଟିଂ ଓ ପ୍ରମୋଶନ ଲାଗି ଅତିରିକ୍ତ ୧୦୦ରୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

IPL ନିଲାମ ପୂର୍ବରୁ ମାତ୍ର ୪ଟି ମ୍ୟାଚ ଖେଳିବା ପାଇଁ ଏତେ କୋଟି ଟଙ୍କା ମାଗିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି, ଜାଣିଲେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯, ୨୦୨୫ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସମସ୍ତେ ଏହି ସିରିଜ ସମୟରେ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri