ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ହରଡ଼ଘଣାରେ ପକାଇଲେ ବିରୋଧୀ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି, ଡକାୟତି ସୀମା ସରହଦ ପାର କଲାଣି। ରବିବାର ୩୧୬ ନଂ ଜାତୀୟ ରାଜପଥ ପଟ୍ଟନାୟିକିଆ ଛକରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ରାଜ୍ୟର ଆଇନଶୃଙ୍ଖଳାକୁ ପଦାରେ ପକାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ତୁରନ୍ତ ବିବୃତି ଦିଅନ୍ତୁ। ଏଭଳି ଦାବି କରି ବିରୋଧୀ କଂଗ୍ରେସ ଏବଂ ଭାଜପାର ସଦସ୍ୟମାନେ ବିଧାନସଭାକୁ ହୁଲସ୍ଥୂଲ କରିଛନ୍ତି। ସରକାର ଏ ନେଇ ଜବାବ ନ ଦେବା ଯାଏ ଗୃହ ଚଳାଇ ଦେବୁନାହିଁ କିମ୍ବା କୌଣସି ଆଲୋଚନା ଗୃହରେ ହୋଇପାରିବ ନାହିଁ। ଏଭଳି ଜିଦ୍‌ରେ ଅଡ଼ିବସି ବିରୋଧୀ ସଦସ୍ୟମାନେ ସୋମବାର ଗୃହକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ଫଳରେ ଗୃହରେ କୌଣସି କାର୍ଯ୍ୟକ୍ରମ ଅପରାହ୍ନ ୩ଟା ଯାଏ ହୋଇପାରି ନ ଥିଲା। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କୁ ଶାନ୍ତ କରିବା ସହ ଗୃହକୁ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଆଣିବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri