ଆଇନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଏମ୍‌ପି ସରୋଜିନି ହେମ୍ବ୍ରମ

ବାରିପଦା ଅଫିସ,୧୫।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାରିପଦାଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ଆଇନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ରାଖୀ ପୂର୍ଣ୍ଣିମା ଥିବାରୁ ସର୍କିଟ ହାଉସରେ ରାଜ୍ୟସଭା ଏମ୍‌ପି ସରୋଜିନି ହେମ୍ବ୍ରମ ତାଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ଏହା ପରେ ଅନ୍ୟ ମହିଳା ନେତ୍ରୀମାନେ ମଧ୍ୟ ମନ୍ତ୍ରୀଙ୍କୁ ରାଖୀ ବାନ୍ଧିଥିଲେ।